ଜଳିଗଲା ଚଳନ୍ତା ବସ୍‌: ଚାଲିଗଲା ୮ ଜୀବନ, ୨୦ ଆହତ

ପାଟନା: ବିହାର ନାଳନ୍ଦା ଜିଲ୍ଲାର ହରନୌତରେ ଗତକାଲି ସନ୍ଧ୍ୟାରେ ଏକ ଚଳନ୍ତା ବସ୍‌ରେ ନିଆଁ ଲାଗି ଯିବାରୁ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଆହତ ହୋଇଛନ୍ତି।  ଆହତ ଯାତ୍ରୀମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପାଟନା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସର କହିବାନୁସାରେ, ବସ୍‌ଟି ପାଟନାରୁ ଯାତ୍ରୀମାନଙ୍କୁ ନେଇ ଶେଖପୁରା ଯାଉଥିଲା। ତେବେ ହରନୌତ ବଜାର ନିକଟରେ ବସ୍‌ଟି ହଠାତ୍‌ଜଳି ଯାଇଥିଲା।  […]

bus

Rakesh Mallick
  • Published: Friday, 26 May 2017
  • , Updated: 26 May 2017, 09:12 AM IST

ପାଟନା: ବିହାର ନାଳନ୍ଦା ଜିଲ୍ଲାର ହରନୌତରେ ଗତକାଲି ସନ୍ଧ୍ୟାରେ ଏକ ଚଳନ୍ତା ବସ୍‌ରେ ନିଆଁ ଲାଗି ଯିବାରୁ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଆହତ ହୋଇଛନ୍ତି।  ଆହତ ଯାତ୍ରୀମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପାଟନା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ପୋଲିସର କହିବାନୁସାରେ, ବସ୍‌ଟି ପାଟନାରୁ ଯାତ୍ରୀମାନଙ୍କୁ ନେଇ ଶେଖପୁରା ଯାଉଥିଲା। ତେବେ ହରନୌତ ବଜାର ନିକଟରେ ବସ୍‌ଟି ହଠାତ୍‌ଜଳି ଯାଇଥିଲା।  ଯାତ୍ରୀମାନେ ବାହାରକୁ ବାହାରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଧୂଆଁ ଯୋଗୁଁ ବସ୍‌ର ପଛ ସିଟ୍‌ରେ ବସିଥିବା ଲୋକେ ବାହାରି ପାରି ନ ଥିଲେ। ବସ୍‌ରେ ପ୍ରାୟ ୪୫ରୁ ୫୦ ଜଣ ଯାତ୍ରୀ ଥିଲେ।

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ୍‌କୁମାର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କାର ଅନୁକମ୍ଫା ମୂଳକ ରାଶି ଦେବା ସହ ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି।

ସୌଜନ୍ୟ-ଏନ୍‌ଡିଟିଭି

Related story