ଭଲ ନୁହେଁ ଅତ୍ୟଧିକ କ୍ୟାଲସିୟମ୍‌ ସପ୍ଲିମେଣ୍ଟ; ଦେଖାଯିବ ଏସବୁ ପାର୍ଶ୍ୱ ପ୍ରତିକ୍ରିୟା

କ୍ୟାଲସିୟମ ହେଉଛି ଆମ ଶରୀର ପାଇଁ ଏକ ଜରୁରୀ ଉପାଦାନ। ଆମେ ସମସ୍ତେ ଜାଣିଛନ୍ତି ଯେ ହାଡ଼ ଓ ଦାନ୍ତକୁ ମଜଭୁତ କରିବାରେ କ୍ୟାଲସିୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥାଏ।  ଏହା ବ୍ୟତୀତ ରକ୍ତ ସଞ୍ଚାଳନ ପରି ଆଉ କିଛି କାର୍ଯ୍ୟରେ ମଧ୍ୟ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯେତେବେଳେ ଶରୀର କ୍ୟାଲସିୟମର ଅଭାବ ଅନୁଭବ କରେ ଏହା ଆବଶ୍ୟକ କ୍ୟାଲସିୟମ ହାଡ଼ରୁ ସଂଗ୍ରହ କରିଥାଏ। ଅନେକ ଲୋକ କ୍ୟାଲସିୟମର ଅଭାବ ପରିଲକ୍ଷିତ ହେଲେ କ୍ୟାଲସିୟମ ସପ୍ଲିମେଣ୍ଟ […]

stomachache

Rakesh Mallick
  • Published: Tuesday, 16 January 2018
  • , Updated: 16 January 2018, 07:15 AM IST

କ୍ୟାଲସିୟମ ହେଉଛି ଆମ ଶରୀର ପାଇଁ ଏକ ଜରୁରୀ ଉପାଦାନ। ଆମେ ସମସ୍ତେ ଜାଣିଛନ୍ତି ଯେ ହାଡ଼ ଓ ଦାନ୍ତକୁ ମଜଭୁତ କରିବାରେ କ୍ୟାଲସିୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥାଏ।  ଏହା ବ୍ୟତୀତ ରକ୍ତ ସଞ୍ଚାଳନ ପରି ଆଉ କିଛି କାର୍ଯ୍ୟରେ ମଧ୍ୟ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯେତେବେଳେ ଶରୀର କ୍ୟାଲସିୟମର ଅଭାବ ଅନୁଭବ କରେ ଏହା ଆବଶ୍ୟକ କ୍ୟାଲସିୟମ ହାଡ଼ରୁ ସଂଗ୍ରହ କରିଥାଏ। ଅନେକ ଲୋକ କ୍ୟାଲସିୟମର ଅଭାବ ପରିଲକ୍ଷିତ ହେଲେ କ୍ୟାଲସିୟମ ସପ୍ଲିମେଣ୍ଟ ଖାଆନ୍ତି। ତେବେ ଅତ୍ୟଧିକ କ୍ୟାଲସିୟମ ସପ୍ଲିମେଣ୍ଟ ଖାଇବା ଠିକ୍ ନୁହେଁ। କାରଣ ଏହା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚି ଥାଏ। ଶରୀରରେ ଅନେକ ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥାଏ। ଅତ୍ୟଧିକ କ୍ୟାଲସିୟମ ସପ୍ଲିମେଣ୍ଟ ଖାଇବା ଦ୍ୱାରା ଶରୀରରେ କେଉଁ ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ଆସନ୍ତୁ ଜାଣିବା:

  • ମାଂସପେଶୀରେ ଯନ୍ତ୍ରଣା ହୁଏ। ବୟସ୍କ ଲୋକଙ୍କ ପାଇଁ ଏହା ଅଧିକ ସମସ୍ୟା ସୃଷ୍ଟି କରେ। କାରଣ ସେମାନେ କ୍ୟାଲସିୟମ ସପ୍ଲିମେଣ୍ଟ ଉପରେ ଅଧିକ ନିର୍ଭର କରନ୍ତି। ତେଣୁ ମାଂଶପେଶୀରେ ଯନ୍ତ୍ରଣା ହେଲେ କ୍ଲାସିୟମ ସପ୍ଲିମେଣ୍ଟ ଖାଇବା ବନ୍ଦ କରି ଦିଅନ୍ତୁ ଓ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
  • ଅତ୍ୟଧିକ କ୍ୟାଲସିୟମ ସପ୍ଲିମେଣ୍ଟ ଖାଇଲେ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଯାଏ। ପେଟରେ ଯନ୍ତ୍ରଣା ମଧ୍ୟ ହୁଏ। କ୍ୟାଲସିୟମ ସପ୍ଲିମେଣ୍ଟ ସହିତ ଆଣ୍ଟାସିଡ୍‌ ନ ଖାଇବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି। କାରଣ ଏହା ଦ୍ୱାରା ଶରୀର ଉପରେ କୁପ୍ରଭାବ ପଡ଼େ।
  • ୧୦୦୦ ମିଲିଗ୍ରାମରୁ ଅଧିକ କ୍ୟାଲସିୟମ ସପ୍ଲିମେଣ୍ଟ ସେବନ କଲେ କିଡ୍‌ନୀରେ ଷ୍ଟୋନ୍ ହେବାର ସମ୍ଭାବନା ରହିଥାଏ। ଅଧିକମାତ୍ରାରେ ଭିଟାମିନ୍ ସି ଖାଇବା, କମ୍ ପାଣି ପିଇବା ଓ ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ମଧ୍ୟ କିଡ୍‌ନୀରେ ଷ୍ଟୋନ୍ ହୋଇଥାଏ।
  • ଅତ୍ୟଧିକ କ୍ୟାଲସିୟମ ସପ୍ଲିମେଣ୍ଟ ଖାଇଲେ ବିରକ୍ତ ଲାଗିବ। ଚାପଗ୍ରସ୍ତ ହେବେ। ତେଣୁ ସବୁବେଳେ ଡାକ୍ତରଙ୍କ ପରାମର୍ଶରେ ଏହାକୁ ଖାଆନ୍ତୁ।

ଧ୍ୟାନ ଦିଅନ୍ତୁ  

  • ଯେଉଁମାନେ ହୃଦ୍‌ରୋଗ ପାଇଁ ଔଷଧ ଖାଉଛନ୍ତି ସେମାନେ କ୍ୟାଲସିୟମ ସପ୍ଲିମେଣ୍ଟ ଖାଆନ୍ତୁ ନାହିଁ। ଏହା ଦ୍ୱାରା ହୃଦ୍‌ଘାତର ଭୟ ବଢ଼ିଯାଏ।
  • ଆଇରନ୍ ଓ କ୍ୟାଲସିୟମ ସପ୍ଲିମେଣ୍ଟକୁ ଏକାସାଙ୍ଗରେ ଖାଆନ୍ତୁ ନାହିଁ। ଅତିକମ୍‌ରେ ୩ ଘଣ୍ଟା ବ୍ୟବଧାନରେ ଖାଆନ୍ତୁ।

Related story