ଅନ୍ତଃବସ୍ତ୍ର ଛଡ଼ାଇନେବ ପୁରୁଷତ୍ତ୍ୱ, ଦେଖିଚାହିଁ ପିନ୍ଧନ୍ତୁ  

ନୂଆଦିଲ୍ଲୀ: ଅନେକ ଲୋକେ ପ୍ୟାଣ୍ଡ, ସାର୍ଟ ଭଳି ଅନ୍ତଃବସ୍ତ୍ର ପିନ୍ଧିବାର ମଧ୍ୟ ସୌଖୀନ ଥାନ୍ତି। ଆବଶ୍ୟକତା ଦୃଷ୍ଟିରୁ ନୁହେଁ ବରଂ ସଉକ୍‌ ପାଇଁ ଅନ୍ତବସ୍ତ୍ର ପରିଧାନ କରିଥାନ୍ତି। ମହିଳାଙ୍କ କଥା ଛାଡନ୍ତୁ। ଆମେ ଏଠି ଆପଣଙ୍କୁ ପୁରୁଷଙ୍କ କଥା କହିବାକୁ ଯାଉଛୁ। ଆଜିକାଲି ପୁରୁଷମାନଙ୍କ ମଧ୍ୟରେ ଟାଇଟ୍‌ ଅଣ୍ଡରୱେୟାର ପିନ୍ଧିବାର ନୂଆ ଟ୍ରେଣ୍ଡ ଚାଲିଛି। କିନ୍ତୁ ଆପଣ ଜାଣନ୍ତି କି ? ଏହି ଟାଇଟ୍‌ ଅଣ୍ଡରୱେୟାର ପିନ୍ଧିବା ଆପଣଙ୍କ ପାଇଁ ମହଙ୍ଗା ପଡ଼ିପାରେ ବୋଲି। ହେଲେ ଏମିତି […]

Puri _slideshow

Rakesh Mallick
  • Published: Monday, 12 March 2018
  • , Updated: 12 March 2018, 04:17 PM IST

ନୂଆଦିଲ୍ଲୀ: ଅନେକ ଲୋକେ ପ୍ୟାଣ୍ଡ, ସାର୍ଟ ଭଳି ଅନ୍ତଃବସ୍ତ୍ର ପିନ୍ଧିବାର ମଧ୍ୟ ସୌଖୀନ ଥାନ୍ତି। ଆବଶ୍ୟକତା ଦୃଷ୍ଟିରୁ ନୁହେଁ ବରଂ ସଉକ୍‌ ପାଇଁ ଅନ୍ତବସ୍ତ୍ର ପରିଧାନ କରିଥାନ୍ତି। ମହିଳାଙ୍କ କଥା ଛାଡନ୍ତୁ। ଆମେ ଏଠି ଆପଣଙ୍କୁ ପୁରୁଷଙ୍କ କଥା କହିବାକୁ ଯାଉଛୁ।

ଆଜିକାଲି ପୁରୁଷମାନଙ୍କ ମଧ୍ୟରେ ଟାଇଟ୍‌ ଅଣ୍ଡରୱେୟାର ପିନ୍ଧିବାର ନୂଆ ଟ୍ରେଣ୍ଡ ଚାଲିଛି। କିନ୍ତୁ ଆପଣ ଜାଣନ୍ତି କି ? ଏହି ଟାଇଟ୍‌ ଅଣ୍ଡରୱେୟାର ପିନ୍ଧିବା ଆପଣଙ୍କ ପାଇଁ ମହଙ୍ଗା ପଡ଼ିପାରେ ବୋଲି। ହେଲେ ଏମିତି କ’ଣ ପାଇଁ ହୁଏତ ଆପଣ ଜାଣି ନ ଥିବେ।

ଟାଇଟ୍‌ ଅଣ୍ଡରୱୟାର ପିନ୍ଧିବା ଦ୍ୱାରା ପୁରଷଙ୍କ ବୀର୍ଯ୍ୟର ଗୁଣବତ୍ତା ଉପରେ କୁ-ପ୍ରଭାବ ପଡିଥାଏ। ବିଶେଷଜ୍ଞଙ୍କ ଅନୁସାରେ ଅତ୍ୟଧିକ ଓ ଗରମ ଓ ଟାଇଟ୍‌ ଅଣ୍ଡରୱୟାର ପିନ୍ଧିବା ଦ୍ୱାରା ପୁରୁଷମାଙ୍କର ଅଣ୍ଡକୋଷରେ ଉତ୍ତାପ ବଢ଼ିଯାଏ। ଫଳରେ ଥଣ୍ଡା ଅଣ୍ଡକୋଷରୁ ତିଆରି ହୋଇଥିବା ବୀର୍ଯ୍ୟଠାରୁ ଏଭଳି ସ୍ଥିତିରେ ପ୍ରସ୍ତୁତ ଶୁକ୍ରକୀଟର ଗୁଣବତ୍ତା କମିଯାଇଥାଏ। (ଉତ୍ତମ ମାନର ସ୍ପର୍ମ ତିଆରି କରିବା ପାଇଁ ଅଣ୍ଡକୋଷ ଅପେକ୍ଷାକୃତ ଥଣ୍ଡା ରହିବା ଦରକାର। ଏଥିପାଇଁ ପୁରୁଷର ଆଣ୍ଡକୋଷ(ଟେଷ୍ଟିକଲ୍‌) ସ୍ପର୍ମାଟିକ କଡ୍‌ ସାହାଯ୍ୟରେ ଶରୀରଠାରୁ ବାହାରକୁ ରହିଥାଏ। ଫଳରେ ଏହା ଶରୀର ଉତ୍ତାପଠାରୁ ଦୁରେଇ ରହି ଉତ୍ତମ ମାନର ବୀର୍ଯ୍ୟ ଗଠନ କରେ। ଅଣ୍ଡକୋଷ ଆବଶ୍ୟକଠାରୁ ଅଧିକ ଥଣ୍ଡା ହୋଇଗଲେ ଏହା ଆପେ ଆପେ ଶରୀର ଭିତରକୁ ଟାଣି ହୋଇଯାଏ)

କ’ଣ କହୁଛି ଗବେଷଣା ?

ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଯେଉଁ ପୁରୁଷମାନେ ଦିନ ବେଳା ଓ ରାତିରେ ଶୋଇଲା ବେଳେ ଢିଲା ପ୍ୟାଣ୍ଟ ପିନ୍ଧୁଛନ୍ତି ସେମାନଙ୍କ ବୀର୍ଯ୍ୟରେ ଡେମେଡ୍‌ ଡିଏନ୍‌ଏ ରହିଥାଏ। ଟାଇଟ୍ ଅଣ୍ଡରୱେୟାର ବ୍ୟବହାରକାରୀଙ୍କ ପାଇଁ ଏଥିରେ ବ୍ୟତିକ୍ରମ ଦେଖାଯାଏ।

ଫ୍ରାନ୍ସରେ ହୋଇଥିବା ଏକ ଗବେଷଣା ଅନୁସାରେ ୯୦ ଦଶକ ପରେ ବିଶ୍ୱର ପୁରୁଷମାନଙ୍କଠାରେ ବୀର୍ଯ୍ୟ ସଂଖ୍ୟା ହ୍ରାସ ହେବା ସହିତ ଏହାର ଗୁଣବତ୍ତା ମଧ୍ୟ କିମିଛି। ଗବେଷଣା ଅନୁସାରେ ୧୯୮୫-୨୦୦୫ ପର୍ଯ୍ୟନ୍ତ ଅର୍ଥାତ ୨୦ ବର୍ଷରେ ପୁରୁଷଙ୍କ ବୀର୍ଯ୍ୟ ସଂଖ୍ୟାରେ ହ୍ରାସ ପାଇବା ସହିତ ଏହାର ଗୁଣବତ୍ତା ମଧ୍ୟ କମିଛି। ଏଥିପାଇଁ ଖାମ ଖିଆଲି ଜୀବନ ଶୈଳୀ, ଭୁଲ ଖାଦ୍ୟପେୟର ଓ ଟାଇଟ୍‌ ବସ୍ତ୍ର ବିଶେଷ କରି ଅଣ୍ଡରୱେୟାର ଦାୟୀ।

ସିନ୍ଥେଟିକ୍‌ ଅଣ୍ଡରୱେୟାରକୁ ନା: ସିନ୍ଥେଟିକ୍‌ ଅଣ୍ଡୱେୟାର ବହୁତ ଫ୍ୟାନ୍‌ସି ଓ ଟ୍ରେଣ୍ଡି କିସମର ହୋଇଥାଏ। ଆଜାକାଲିର ଯୁବବର୍ଗ ଏହାକୁ ଅଧିକ ବ୍ୟବହାର କରୁଛନ୍ତି। କିନ୍ତୁ ଏହା ପୁରୁଷଙ୍କ ଉପରେ ଖରାପ ପ୍ରଭାବ ପକାଏ। କାରଣ ଏହା ସୁଖିବା ପାଇଁ ଅଧିକ ସମୟ ଲାଗିଥାଏ। ଫଳରେ ନାନା ପ୍ରକାର ଇନ୍‌ଫେକ୍ସନ ହୋଇଥାଏ। ଏଥିପାଇଁ କଟନ୍‌ ଅଣ୍ଡରୱେୟାର ପିନ୍ଧିବା ଶରୀର ପାଇଁ ଭଲ।

ଟାଇଟ୍‌ ଅଣ୍ଡରୱେୟାର ହେଉଥିବା ଅନ୍ୟ ମସସ୍ୟା: ଏହାଦ୍ୱାରା ପେଟରେ ଅଧିକ ଚାପ ପଡ଼ିଥାଏ। ଫଳରେ ଏସିଡିଟି ଭଳି ସମସ୍ୟା ଦେଖାଦେଇଥାଏ। ଏଥିସହିତ ଟାଇଟ୍ ଅଣ୍ଡରୱେୟରା ପିନ୍ଧିଲେ ରକ୍ତ ସଞ୍ଚାଳନ ଭଲ ଭାବରେ ହୋଇଥାଏ। ଶିରାପ୍ରଶୀରା କ୍ଷତିଗ୍ରସ୍ତ ହୋଇଥାଏ।

Related story