ଓଡ଼ିଶା ରାଜନୀତିରେ ନିଆଁ-ପାଣି ଲଢ଼େଇ: ରକ୍ଷା କର, ଉଡୁଚି ପାଇପ୍ କ୍ଷେପଣାସ୍ତ୍ର !

ବାସ୍ତୁବିଦ୍ୟା କହୁଛି, ଅଗ୍ନିକୋଣରେ ପାଣି ରହିବା ଅନୁଚିତ। ନହେଲେ ବିଭ୍ରାଟ ଘଟିବ। ନିଆଁ ଓ ପାଣିର ଚରିତ୍ର ପୂରା ଓଲଟା। ଜଣେ ଜାଳିପୋଡ଼ି ଧ୍ବଂସ କରିଦେବ, ଆଉଜଣେ ବୁଡ଼େଇ ମାରିଦେବ। ଏ ଦୁହିଁଙ୍କ ଭିତରେ ଲଢ଼େଇ ହେଲେ ସ୍ବଭାବିକ ଭାବରେ ପାଣି ହିଁ ଜିତିବା କଥା। କିନ୍ତୁ ବେଳେବେଳେ ନିଆଁ ମଧ୍ୟ ପାଣିକୁ ଟକ୍କର ଦେଇପାରେ। ଓଡ଼ିଶା ରାଜନୀତିରେ ଏବେ ସେଇମିତିଆ ଅବସ୍ଥା। ଚାଲିଛି ନିଆଁ-ପାଣି ଲଢ଼େଇ। ଜଣକ ହାତରେ ପାଣି ପାଇପ୍ ତ ଆଉ ଜଣକ […]

Ordigital Desk
  • Published: Friday, 20 October 2017
  • Updated: 20 October 2017, 09:06 PM IST

Sports

Latest News

ବାସ୍ତୁବିଦ୍ୟା କହୁଛି, ଅଗ୍ନିକୋଣରେ ପାଣି ରହିବା ଅନୁଚିତ। ନହେଲେ ବିଭ୍ରାଟ ଘଟିବ। ନିଆଁ ଓ ପାଣିର ଚରିତ୍ର ପୂରା ଓଲଟା। ଜଣେ ଜାଳିପୋଡ଼ି ଧ୍ବଂସ କରିଦେବ, ଆଉଜଣେ ବୁଡ଼େଇ ମାରିଦେବ। ଏ ଦୁହିଁଙ୍କ ଭିତରେ ଲଢ଼େଇ ହେଲେ ସ୍ବଭାବିକ ଭାବରେ ପାଣି ହିଁ ଜିତିବା କଥା। କିନ୍ତୁ ବେଳେବେଳେ ନିଆଁ ମଧ୍ୟ ପାଣିକୁ ଟକ୍କର ଦେଇପାରେ। ଓଡ଼ିଶା ରାଜନୀତିରେ ଏବେ ସେଇମିତିଆ ଅବସ୍ଥା। ଚାଲିଛି ନିଆଁ-ପାଣି ଲଢ଼େଇ। ଜଣକ ହାତରେ ପାଣି ପାଇପ୍ ତ ଆଉ ଜଣକ ହାତରେ ନିଆଁ ଅର୍ଥାତ ଗ୍ୟାସ୍ ପାଇପ୍। ସ୍ଥିତି ଉଦବେଗଜନକ। ଶାନ୍ତିପ୍ରିୟ ଓଡ଼ିଆମାନେ ଏବେ ଏକ ବିଚିତ୍ର ଯୁଦ୍ଧ ଦେଖୁଛନ୍ତି। କଥାଟା ହେଲା, ବାସ୍ତବରେ ଏ ଲଢ଼େଇ ଚାଲିଛି ବିଜେଡି-ବିଜେପି ଭିତରେ। ମାନେ ନବୀନ-ଧର୍ମେନ୍ଦ୍ରଙ୍କ ଭିତରେ। ମାନେ ନବୀନଙ୍କ ପାଣି ଓ ଧର୍ମେନ୍ଦ୍ରଙ୍କ ଗ୍ୟାସ ପାଇପ୍ ଭିତରେ।

କଥାଟା ଏବେ ଖୋଲିକି କୁହାଯାଉ। ଆଗକୁ ସହର ନିର୍ବାଚନ। ତେଣୁ ବାବୁ ନବୀନ ଏବେ ସବୁ ସହରରେ ଅଦିନିଆ କାର୍ଯ୍ୟକ୍ରମ କରି ଆକାଶ ଛିଣ୍ଡା ଯୋଜନା ସବୁ ଢାଳି ଦେଉଛନ୍ତି। ଯେମିତି କଟକବାସୀଙ୍କ ପାଇଁ ପିଇବା ପାଣି ପ୍ରକଳ୍ପ। ଏହାକୁ ଟକ୍କର ଦେବାକୁ ବିଜେପି ବାଲାଏ ବି ଯୋଜନା କରିଛନ୍ତି। ତାଙ୍କ କହିବା କଥା ହେଲା, ସବୁ ପ୍ରୋଗ୍ରାମ କେନ୍ଦ୍ରର। ରାଜ୍ୟ ସରକାର ସେଗୁଡ଼ା ସଭାସମିତି କରି ନିଜ ନାଁରେ କରିଦେଉଛନ୍ତି। ତେଣୁ ବାବୁ ଧର୍ମେନ୍ଦ୍ର ଗୋଟେ ପାଇପ୍ ଗ୍ୟାସ୍ ପ୍ରକଳ୍ପର ଶୁଭାରମ୍ଭ କଲେ। କଲେ ତ କଲେ ତାକୁ ପୁଣି ଗୋଟେ କେନ୍ଦ୍ର ସରକାରଙ୍କ କମ୍ପାନୀର କଲୋନୀରେ କଲେ। ସ୍ବପ୍ନ ଦେଖାଇଛନ୍ତି ଯେ, ପାଣି ପରି ଘରକୁ ଘର ଗ୍ୟାସ୍ ପାଇପ୍ ଯିବ। ଆପଣ କଳ ମୋଡ଼ି ଗ୍ୟାସ୍ ଜାଳିବେ। ଆଉ ଟାଙ୍କି ଝିନଝଟ ରହିବନି। କିନ୍ତୁ ଏହାକୁ ନେଇ ନାନା ବିବାଦ। ବାବୁ ଧର୍ମେନ୍ଦ୍ର ତ ନିଜେ ଗ୍ୟାସ୍ ମନ୍ତ୍ରୀ। ତେଣୁ ଓଡ଼ିଶା ସାରା ପାଇପ୍ ବିଛେଇ ଭୋଟ ଗୋଟେଇବାକୁ ଯୋଜନା ରହିଛି। ଭୁବନେଶ୍ବରରେ କରିଥିବା ତାଙ୍କ ସଭାକୁ ଏଠିକାର ସାଂସଦ ଓ ବିଧାୟକ ବି ଗଲେନି। ସାଂସଦ ଚିକେନ ବାବା ପ୍ରସନ୍ନ ପାଟ୍ଟଶାଣୀ କହିଲେ, ଲୋକଙ୍କ ପାଇଁ ପାଣି ଆଗ ଦରକାର, ଗ୍ୟାସ୍ ନୁହେଁ। ତେଣୁ ମୋର ସେଠିକି ଯିବାର ନାହିଁ। ସେହିପରି ବିଧାୟକ ବାବୁ ପ୍ରିୟଦର୍ଶୀ ମିଶ୍ର କହିଲେ, ଏଗୁଡ଼ା ଗରିବ ଲୋକଙ୍କ ପାଇଁ ନୁହେଁ। ଟୁଇନସିଟି ଲୋକେ ଏଗୁଡ଼ା କେବେ ପାଇବାର ନାହିଁ। ସବୁ ମିଛ। ଏ ସବୁ ଦେଖି ଆମକୁ ଲାଗିଲାଣି ଏବେ ନିଆଁ-ପାଣି ଲଢ଼େଇ ଆଗାମୀ ଉଣେଇଶ ନିର୍ବାଚନକୁ ସରଗରମ କରିବ। ତାକୁ ନେଇ 'ଓଡ଼ିଶା ରିପୋର୍ଟର'ର ଏଥର ବ୍ୟଙ୍ଗଚିତ୍ର।

କାର୍ଟୁନ: ମାଣିଆ / ଲେଖା: ଅମରେଶ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story