ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣା: ୫ ଜଣଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର: ରାଜଧାନୀର ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣାରେ ଆଜି ୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। କମିଶନରେଟ୍ ପୋଲିସ୍ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି। ଯେଉଁମାନଙ୍କ ନାଁରେ ମାମଲା ରୁଜୁ ହୋଇଛି ସେମାନେ ହେଲେ  ସହକାରୀ ନିର୍ବାହୀ ଯନ୍ତ୍ରୀ ବଂଶୀଧର ପ୍ରହରାଜ, ସହକାରୀ ଯନ୍ତ୍ରୀ କିଶୋର ରାଉତ ଓ ପଣ୍ଡା ଇନ୍‌ଫ୍ରାର ୩ ବୋର୍ଡ ଅଫ୍ ଡାଇରେକ୍ଟରର୍ସ। ଏହି ଘଟଣାରେ ଜଣେ ଯନ୍ତ୍ରୀ ଅଟକ […]

BRIDGE

Rakesh Mallick
  • Published: Monday, 11 September 2017
  • , Updated: 11 September 2017, 09:56 AM IST

ଭୁବନେଶ୍ୱର: ରାଜଧାନୀର ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣାରେ ଆଜି ୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। କମିଶନରେଟ୍ ପୋଲିସ୍ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି। ଯେଉଁମାନଙ୍କ ନାଁରେ ମାମଲା ରୁଜୁ ହୋଇଛି ସେମାନେ ହେଲେ  ସହକାରୀ ନିର୍ବାହୀ ଯନ୍ତ୍ରୀ ବଂଶୀଧର ପ୍ରହରାଜ, ସହକାରୀ ଯନ୍ତ୍ରୀ କିଶୋର ରାଉତ ଓ ପଣ୍ଡା ଇନ୍‌ଫ୍ରାର ୩ ବୋର୍ଡ ଅଫ୍ ଡାଇରେକ୍ଟରର୍ସ।

ଏହି ଘଟଣାରେ ଜଣେ ଯନ୍ତ୍ରୀ ଅଟକ ରହିଥିବା ସୂଚନା ମିଳିଛି। ଏହି ଘଟଣା ପରେ ଗତକାଲି ଯନ୍ତ୍ରୀ ବଂଶୀଧର ପ୍ରହରାଜ ଓ କିଶୋର ରାଉତଙ୍କୁ ସସ୍‌ପେଣ୍ଡ୍‌ କରାଯାଇଥିଲା।

ଗତକାଲି ନିର୍ମାଣାଧୀନ ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ି ପଡ଼ିଥିଲା। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିଲେ। ଆହତମାନେ  କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଲକ୍ଷ ଟଙ୍କାର ସହାୟତା ରାଶି  ଘୋଷଣା କରିଛନ୍ତି। ଏଥିସହ ଆହତମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।

Related story