ଫଶିବେ କି ପପୁ? ଆଜିଠୁ ଶୁଣାଣି

ଭୁବନେଶ୍ୱର: ଫିଲ୍ମରେ ଅଭିନୟ ପାଇଁ ସୁଯୋଗ ଦେବା ନାଁରେ କାଷ୍ଟିଂ କାଉଚ ଅଭିଯୋଗ ମାମଲାରେ ଆଜିଠୁ ଆରମ୍ଭ ହେବ ଓଲିଉଡ୍ ଅଭିନେତା ପପୁ ପମପମଙ୍କ ମାମଲାର ଶୁଣାଣି। ଭୁବନେଶ୍ୱର ପୋକ୍ସୋ କୋର୍ଟରେ ଏହି ଶୁଣାଣି କରାଯିବ। ପ୍ରଥମ ପର୍ଯ୍ୟାୟରେ ହାଜର ହେବା ପାଇଁ ୪ ଜଣଙ୍କୁ ସମନ କରାଯାଇଛି।  ନାବାଳିକା ସହ ତାଙ୍କ ପିତାମାତା ଓ ଅଭିଯୋଗ ଆଣିଥିବା ସିଡବ୍ଲୁସି ସଦସ୍ୟା ନିରୂପମା ରଥଙ୍କୁ ସମନ କରାଯାଇଛି। ନାବାଳିକା ଓ ତାଙ୍କ ବାପା ମାଆ ପୂର୍ବ ଘର […]

Papu-Pam-Pam

Rakesh Mallick
  • Published: Monday, 17 July 2017
  • , Updated: 17 July 2017, 02:04 PM IST

ଭୁବନେଶ୍ୱର: ଫିଲ୍ମରେ ଅଭିନୟ ପାଇଁ ସୁଯୋଗ ଦେବା ନାଁରେ କାଷ୍ଟିଂ କାଉଚ ଅଭିଯୋଗ ମାମଲାରେ ଆଜିଠୁ ଆରମ୍ଭ ହେବ ଓଲିଉଡ୍ ଅଭିନେତା ପପୁ ପମପମଙ୍କ ମାମଲାର ଶୁଣାଣି। ଭୁବନେଶ୍ୱର ପୋକ୍ସୋ କୋର୍ଟରେ ଏହି ଶୁଣାଣି କରାଯିବ। ପ୍ରଥମ ପର୍ଯ୍ୟାୟରେ ହାଜର ହେବା ପାଇଁ ୪ ଜଣଙ୍କୁ ସମନ କରାଯାଇଛି।  ନାବାଳିକା ସହ ତାଙ୍କ ପିତାମାତା ଓ ଅଭିଯୋଗ ଆଣିଥିବା ସିଡବ୍ଲୁସି ସଦସ୍ୟା ନିରୂପମା ରଥଙ୍କୁ ସମନ କରାଯାଇଛି।

ନାବାଳିକା ଓ ତାଙ୍କ ବାପା ମାଆ ପୂର୍ବ ଘର ଛାଡ଼ି ଦେଇଥିବାରୁ ସେମାନଙ୍କୁ ସମନ ମିଳି ପାରି ନାହିଁ।  ଗତବର୍ଷ ଏହି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଏହି ମାମଲାରେ ପପୁ ପମପମ୍ ଓ ତାଙ୍କ ସହଯୋଗୀ ଗିରଫ ହୋଇଥିବା ବେଳେ ଏବେ ହାଇକୋର୍ଟରୁ ଜାମିନରେ ଅଛନ୍ତି।

Related story