କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କୁ ଯୁବ କଂଗ୍ରେସର କଳାପତାକା ପ୍ରଦର୍ଶନ

ଭୁବନେଶ୍ୱର: ଭୁବନେଶ୍ୱରର ସେଣ୍ଟାଲ ଟୁଲ୍‌ ରୁମ୍‌ ଆଣ୍ଡ ଟ୍ରେନିଂ ସେଣ୍ଟର କାର୍ଯ୍ୟକ୍ରମରେ ଯୋଗଦେଇ ଫେରିଲା ବେଳେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କୁ ଆଜି ଯୁବ କଂଗ୍ରେସ କର୍ମୀଙ୍କ ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଥିଲା। ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଅଟକ ରଖାଯିବା ଏବଂ ଗତକାଲି ଗିରିରାଜ ଭୁବନେଶ୍ୱରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ପ୍ରତିବାଦରେ କଳାପତାକା ପ୍ରଦର୍ଶନ କରାଯାଇଥିବା ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି। ଯୁବ କଂଗ୍ରେସର ସଭାପତି ଲୋକନାଥ ମହାରଥୀ କହିଛନ୍ତି,“ବିଜେପି ସରକାର ସାରା […]

bjp

Rakesh Mallick
  • Published: Saturday, 05 November 2016
  • , Updated: 05 November 2016, 06:42 PM IST

ଭୁବନେଶ୍ୱର: ଭୁବନେଶ୍ୱରର ସେଣ୍ଟାଲ ଟୁଲ୍‌ ରୁମ୍‌ ଆଣ୍ଡ ଟ୍ରେନିଂ ସେଣ୍ଟର କାର୍ଯ୍ୟକ୍ରମରେ ଯୋଗଦେଇ ଫେରିଲା ବେଳେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କୁ ଆଜି ଯୁବ କଂଗ୍ରେସ କର୍ମୀଙ୍କ ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଥିଲା।

ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଅଟକ ରଖାଯିବା ଏବଂ ଗତକାଲି ଗିରିରାଜ ଭୁବନେଶ୍ୱରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ପ୍ରତିବାଦରେ କଳାପତାକା ପ୍ରଦର୍ଶନ କରାଯାଇଥିବା ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି।

ଯୁବ କଂଗ୍ରେସର ସଭାପତି ଲୋକନାଥ ମହାରଥୀ କହିଛନ୍ତି,“ବିଜେପି ସରକାର ସାରା  ଭାରତବର୍ଷରେ ଆତତାୟୀ ସରକାର ଭାବେ ନିଜକୁ ପ୍ରମାଣିତ କରିଛି। ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଅଟକ ରଖାଯିବା ଓ ଗିରିରାଜଙ୍କ ବିବାଦୀୟ ମନ୍ତବ୍ୟକୁ ଯୁବ କଂଗ୍ରେସ ବିରୋଧ କରୁଛି।”

ସେ ଆହୁରି କହିଛନ୍ତି,’‘ଆଗାମୀ ଦିନରେ  ବିଜେପିର କେନ୍ଦ୍ର ନେତାମାନେ ଏଭଳି କିଛି ମନ୍ତବ୍ୟ ଦେଲେ ଯୁବ କଂଗ୍ରେସ ପକ୍ଷରୁ ଦୃଢ଼ ବିରୋଧ କରାଯିବ। କୌଣସି କେନ୍ଦ୍ରମନ୍ତ୍ରୀଙ୍କୁ ଓଡ଼ିଶାରେ ପୁରାଇ ଦିଆଯିବ ନାହିଁ।”

Related story