ଚଳିତବର୍ଷରୁ ସିବିଏସ୍‌ଇ ଢାଞ୍ଚାରେ ହେବ ଯୁକ୍ତଦୁଇ ପାଠପଢ଼ା: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଚଳିତବର୍ଷରୁ ରାଜ୍ୟରେ ସିବିଏସ୍‌ଇ ଢାଞ୍ଚାରେ ହେବ ଯୁକ୍ତଦୁଇ ପାଠପଢ଼ା। ଉଚ୍ଚଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ପାଇଁ ଗଠିତ ଫ୍ୟାକ୍ଟ ଫାଇଣ୍ଡିଂ କମିଟିର ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଇଞ୍ଜିନିୟରିଂ ଓ ମେଡିକାଲ ଭଳି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ। ଚଳିତବର୍ଷ ଯେଉଁ ଛାତ୍ରଛାତ୍ରୀମାନେ ଯୁକ୍ତଦୁଇରେ ନାଁ ଲେଖାଇବେ ସେମାନେ ସିବିଏସ୍‌ଇ ଢାଞ୍ଚାରେ ପାଠ ପଢିବେ। ସିଲାବସ୍‌ରେ ସବ୍‌ଜେକ୍ଟିଭ ଅପେକ୍ଷା […]

pradeep panigrahi

Rakesh Mallick
  • Published: Monday, 23 May 2016
  • , Updated: 23 May 2016, 03:35 PM IST

ଭୁବନେଶ୍ୱର: ଚଳିତବର୍ଷରୁ ରାଜ୍ୟରେ ସିବିଏସ୍‌ଇ ଢାଞ୍ଚାରେ ହେବ ଯୁକ୍ତଦୁଇ ପାଠପଢ଼ା। ଉଚ୍ଚଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ପାଇଁ ଗଠିତ ଫ୍ୟାକ୍ଟ ଫାଇଣ୍ଡିଂ କମିଟିର ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଇଞ୍ଜିନିୟରିଂ ଓ ମେଡିକାଲ ଭଳି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ। ଚଳିତବର୍ଷ ଯେଉଁ ଛାତ୍ରଛାତ୍ରୀମାନେ ଯୁକ୍ତଦୁଇରେ ନାଁ ଲେଖାଇବେ ସେମାନେ ସିବିଏସ୍‌ଇ ଢାଞ୍ଚାରେ ପାଠ ପଢିବେ। ସିଲାବସ୍‌ରେ ସବ୍‌ଜେକ୍ଟିଭ ଅପେକ୍ଷା ଅବ୍‌ଜେକ୍ଟିଭ୍‌ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି।

କେବଳ ସିଲାବସ୍‌ ନୁହେଁ ପରୀକ୍ଷା ଶୈଳୀରେ ମଧ୍ୟ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ। ଯୁକ୍ତଦୁଇ ପ୍ରଥମ ବର୍ଷ କଲେଜ ସ୍ତରରେ ପରୀକ୍ଷା ନ ହୋଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ପରୀକ୍ଷା ହେବ।

ଉଚ୍ଚଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି,“ଉଚ୍ଚଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ପାଇଁ ଗଠିତ ଫ୍ୟାକ୍ଟ ଫାଇଣ୍ଡିଂ କମିଟିର ରିପୋର୍ଟ ଆଧାରରେ ଚଳିତବର୍ଷଠାରୁ ସିବିଏସ୍‌ଇ ଢାଞ୍ଚାରେ ଯୁକ୍ତଦୁଇ ପାଠପଢ଼ା ହେବ। ଏହି କମିଟି ଜାତୀୟ ସ୍ତରରେ ଉଚ୍ଚଶିକ୍ଷା ଓ ବୈଷୟିକ କ୍ଷେତ୍ରରେ କିପରି ଓଡ଼ିଶାର ଛାତ୍ରଛାତ୍ରୀ କିପରି ଅଧିକ ସଂଖ୍ୟାରେ ସାମିଲ ହେବେ ସେନେଇ ରିପୋର୍ଟରେ ଦର୍ଶାଇଥିଲେ। କମିଟିର ରିପୋର୍ଟକୁ ସରକାର ଗ୍ରହଣ କରି ଚଳିତ ବର୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ସର୍ବଭାରତୀୟ ପରୀକ୍ଷାରେ ଛାତ୍ରଛାତ୍ରୀମାନେ କିପରି ଭଲ ପ୍ରଦର୍ଶନ କରିବେ ସେନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି।”

ଅନ୍ୟପକ୍ଷରେ ଆଜିଠାରୁ ଯୁକ୍ତଦୁଇ ଆଡ୍‌ମିଶନ ପାଇଁ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ପ୍ରକିୟା ଆରମ୍ଭ ହୋଇଛି। ଏଥିପାଇଁ ସାରା ରାଜ୍ୟରେ ୬୨୦ଟି ଷ୍ଟୁଡେଣ୍ଟ ଏକାଡେମିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମ  ରିସୋର୍ସ ସେଣ୍ଟର(ସାମ୍‌ସ) ଖୋଲାଯାଇଛି। ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ ଆପ୍ଲିକେସନ ଫର୍ମ ଫିଲପ କରି ସାମ୍‌ସ ସେଣ୍ଟରରେ ଦାଖଲ କରୁଛନ୍ତି।

ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ ଜୁନ୍‌ ୬ ରହିଥିବା ବେଳେ ଅଫ୍‌ଲାଇନ୍‌ ପାଇଁ ୭ ତାରିଖ ରହିଛି। ଜୁନ୍‌ ୧୩ରେ ପ୍ରଥମ ପର୍ଯ୍ୟାୟ କଟ୍‌ଅଫ୍‌ ଲିଷ୍ଟ ପ୍ରକାଶ ପାଇବ।

Related story