ବିଜେପିର ମିଶନ ୧୨୦ ଉପରେ ଦଳୀୟ ନେତାଙ୍କ ଭରସା ନାହିଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପି ୧୨୦ରୁ ଅଧିକ ଆସନ ଜିତିବ। ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ବେଳେ ଏହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିଜେପିର ବରିଷ୍ଠ ନେତା ଚନ୍ଦନ ମିତ୍ର। ଜାତୀୟ ଗଣମାଧ୍ୟମରେ ଚନ୍ଦନଙ୍କ ଏ ସ୍ତମ୍ଭକୁ ନେଇ ଚର୍ଚ୍ଚାର ଆରମ୍ଭ ହୋଇଯାଇଛି। ଚନ୍ଦନ ମିତ୍ର ତାଙ୍କ ସ୍ତମ୍ଭରେ ଲେଖିଛନ୍ତି-“ଜାତିଆଣ ରାଜନୀତିକୁ ନେଇ ବିଜେପିର ଉତ୍ତରପ୍ରଦେଶ (ୟୁପି) ଫୁର୍ମୁଲା ଓଡ଼ିଶାରେ କାମ ଦେଇ […]

Rakesh Mallick
  • Published: Thursday, 21 September 2017
  • , Updated: 21 September 2017, 11:17 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପି ୧୨୦ରୁ ଅଧିକ ଆସନ ଜିତିବ। ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ବେଳେ ଏହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିଜେପିର ବରିଷ୍ଠ ନେତା ଚନ୍ଦନ ମିତ୍ର। ଜାତୀୟ ଗଣମାଧ୍ୟମରେ ଚନ୍ଦନଙ୍କ ଏ ସ୍ତମ୍ଭକୁ ନେଇ ଚର୍ଚ୍ଚାର ଆରମ୍ଭ ହୋଇଯାଇଛି।

ଚନ୍ଦନ ମିତ୍ର ତାଙ୍କ ସ୍ତମ୍ଭରେ ଲେଖିଛନ୍ତି-“ଜାତିଆଣ ରାଜନୀତିକୁ ନେଇ ବିଜେପିର ଉତ୍ତରପ୍ରଦେଶ (ୟୁପି) ଫୁର୍ମୁଲା ଓଡ଼ିଶାରେ କାମ ଦେଇ ନପାରେ। ତା’ ସହ ଅମିତ ଶାହଙ୍କ ୧୨୦ ପ୍ଲସ୍ ମିଶନକୁ ନେଇ ସନ୍ଦେହ ପ୍ରକାଶ ପାଉଛି। ଓଡ଼ିଶାରେ ଏହି ମିଶନ୍ ହାସଲ କରିବା ସହଜ ହେବନି। କାରଣ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବଜାୟ ରଖିଛନ୍ତି। ୨୦୦୯ରେ ବିଜେପି ସହିତ ବିଜେଡି ମେଣ୍ଟ ଭାଙ୍ଗି “ଏକଲା ଚାଲ” ପଲିସି ଅପଣାଇଥିବାରୁ ଦଳକୁ ମିଳିଥିଲା ବଡ ସଫଳତା। ତା’ସହିତ ଓଡ଼ିଶାରେ ଲୋକସଭା ନିର୍ବାଚନ ସହିତ ବିଧାନସଭାନିର୍ବାନ ହେବ। ତେଣୁ ବିଜେପି ପାଇଁ ଲଢ଼େଇ ଏତେ ସହଜ ହେବ ନାହିଁ।”

ଚନ୍ଦନଙ୍କର ଏହି ଲେଖାକୁ ବିଜେଡି ସମର୍ଥନ କରିଛି। ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ କହିଛନ୍ତି-“ଓଡ଼ିଶାର ରାଜନୀତି ବିଷୟରେ ବିଜେପି ନେତା ଚନ୍ଦନ ମିତ୍ର ଜାଣିଛନ୍ତି। ମିଶନ ୧୨୦କୁ ନେଇ ସେ ଯେଉଁ ସନ୍ଦେହ ପ୍ରକାଶ କରିଛନ୍ତି, ତାହା ସତ।”

ବିଜେପି ଫୋକସରେ ପୂର୍ବ ଭାରତ ରହିଛି। ସେଥିପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସି ତୃଣମୂଳ ସ୍ତରରରୁ ଦଳକୁ ସୁଦୃଢ଼ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏବେ ମିଶନ ୧୨୦ ପ୍ଲସ୍ ଦିଗରେ ବିଜେପି କାମ କରୁଛି। ଅନ୍ୟପକ୍ଷରେ ପୂର୍ବରୁ ଚନ୍ଦନ ମିତ୍ର ଓଡିଶାର ବିଜେପି ପ୍ରଭାରୀ ରହିଥିଲେ। ବିଜେପି ଓ ବିଜେଡି ମେଣ୍ଟ ସମୟରେ ମଧ୍ୟ ଓଡିଶା ସହ ତାଙ୍କ ସଂପର୍କ ଥିଲା। ଓଡିଶା ରାଜନୀତିର ବାସ୍ତବତାକୁ ଉପଲବ୍ଧ କରି ଚନ୍ଦନ ଏଭଳି ଲେଖିଛନ୍ତି, ନା କାହା ଇଙ୍ଗିତରେ ଏଭଳି ଲେଖିଛନ୍ତି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି-“ଓଡ଼ିଶା ପ୍ରଦେଶ ପାଇଁ ଯାହା ସଂଯୋଜନା କରାଯାଇଛି, ବୋଧହୁଏ ତାହା ଚନ୍ଦନ ମିତ୍ର ଜାଣିନାହାନ୍ତି। ୨୦୧୯ରେ ଏହା ସଫଳ ହେବ, ସେଥିରେ ତିଳେ ମାତ୍ର ସନ୍ଦେହ ନାହିଁ।”

Related story