୮୬ ବର୍ଷରେ ଦିଦି କଲେ ଏମିତି କାମ: ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆଜି ଆମେ ଆପଣଙ୍କୁ ୮୬ ବର୍ଷର ଏମିତି ଜଣେ ବୟସ୍କା ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ସାରା ଦେଶରେ ‘ସୁଟର୍‌ ଦିଦି’ ଏବଂ ‘ରିଭଲ୍‌ବର୍‌ ଦିଦି’ ନାଁରେ ପରିଚିତ। ସେ ଏପରି ନାଁରେ ପରିଚିତ ହେବା ପଛରେ ରହିଛି ମଜାଦାର କାହାଣୀ। ‘ରିଭଲ୍‌ବର୍‌’ ଏମିତି ଜରେ ମହିଳା ଯିଏ ସମସ୍ତଙ୍କୁ ପାଣି ପିଆଇ ଦେଇ ପାରନ୍ତି। ଏହାସହ ଘର କାମରେ ମଧ୍ୟ ଏକ ନମ୍ବର। ତାଙ୍କୁ ବିଶ୍ୱର ସବୁଠାରୁ ବୟସ୍କ ସୁଟର୍‌ ବୋଲି କୁହାଯାଏ। ଏ […]

shooting

Rakesh Mallick
  • Published: Wednesday, 16 May 2018
  • , Updated: 16 May 2018, 01:08 PM IST

ଆଜି ଆମେ ଆପଣଙ୍କୁ ୮୬ ବର୍ଷର ଏମିତି ଜଣେ ବୟସ୍କା ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ସାରା ଦେଶରେ ‘ସୁଟର୍‌ ଦିଦି’ ଏବଂ ‘ରିଭଲ୍‌ବର୍‌ ଦିଦି’ ନାଁରେ ପରିଚିତ। ସେ ଏପରି ନାଁରେ ପରିଚିତ ହେବା ପଛରେ ରହିଛି ମଜାଦାର କାହାଣୀ। ‘ରିଭଲ୍‌ବର୍‌’ ଏମିତି ଜରେ ମହିଳା ଯିଏ ସମସ୍ତଙ୍କୁ ପାଣି ପିଆଇ ଦେଇ ପାରନ୍ତି। ଏହାସହ ଘର କାମରେ ମଧ୍ୟ ଏକ ନମ୍ବର। ତାଙ୍କୁ ବିଶ୍ୱର ସବୁଠାରୁ ବୟସ୍କ ସୁଟର୍‌ ବୋଲି କୁହାଯାଏ। ଏ ହେଉଛନ୍ତି ଉତ୍ତର ପ୍ରଦେଶର ବାଗପତ ଜିଲ୍ଲା ଜୋହଡି ଗାଁର ଚନ୍ଦ୍ରୋ ତୋମାର ପରିଚୟ।

ଚନ୍ଦ୍ରୋ ଅନ୍ୟମାନଙ୍କ ପରି ଯୁବାବସ୍ଥାରେ ସୁଟିଂ ଆରମ୍ଭ କରି ନଥିଲେ। ବରଂ ବୟସ୍କ ଅବସ୍ଥାରେ ପଡ଼ିଆକୁ ଓହ୍ଲାଇ ଥିଲେ। ଅଲ୍‌ ଜଜିରା ରିପୋର୍ଟ ଅନୁସାରେ ଚନ୍ଦ୍ରୋ ନିଜ ନାତୁଣୀ ଶେଫଳୀ ସୁଟିଂ ପ୍ରାକ୍ଟିସ୍‌ ବେଳେ ତାଙ୍କ ସହ ଡ. ରାଜପାଲଙ୍କ ଜୋହଡ଼ି ଗାଁରେ ଥିବା ସୁଟିଂ ରେଞ୍ଜକୁ ଯିବା ଆରମ୍ଭ କରିଥିଲେ। ଦିନେ ସେଠାରେ ସେ ଏକ ପିସ୍ତଲରେ ଲକ୍ଷ୍ୟ ଲଗାଇଥିଲେ। ପ୍ରଥମ ଥରରେ ହିଁ ଦିଦି ଲକ୍ଷ୍ୟଭେଦ କରିଦେଇଥିଲେ। ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାକୁ ସମସ୍ତେ ପ୍ରଶଂସା କରିବା ସହ ତାଙ୍କୁ ବନ୍ଧୁକ ଚାଳନା କରିବାକୁ ପ୍ରବର୍ତ୍ତାଇ ଥିଲେ। ଏହିଠାରୁ ତାଙ୍କ ନାଁ ଚନ୍ଦ୍ରୋ ତୋମାରରୁ ‘ରିଭଲ୍‌ବର୍‌’ ହୋଇଯାଇଥିଲା।

ଚନ୍ଦ୍ରୋଙ୍କର ୬ ଜଣ ପୁଅଝିଅ ଓ ୧୫ ଜଣ ନାତିନାତୁଣୀ ଅଛନ୍ତି। ୬୫ ବର୍ଷ ବୟସରେ ସେ ବନ୍ଧୁକ ଚାଳନା ସିଖିବା ଆରମ୍ଭ କରିଥିଲେ। ସେ ବନ୍ଧୁକ ଚାଳନା ସହ ପୂରା ପରିବାର ପାଇଁ ଖାଇବା ମଧ୍ୟ ପ୍ରସ୍ତୁତ କରନ୍ତି। ଏତେ ବଡ଼ ପରିବାର ପାଇଁ ପ୍ରତିଦିନ ଖାଇବା ପ୍ରସ୍ତୁତ କରିବା ହୁଏତ ଆମ ପକ୍ଷେ ଅସମ୍ଭବ ହୋଇପାରେ, ହେଲେ ଦିଦି ଏହାକୁ ସମ୍ଭବ କରି ଦେଖାଇଛନ୍ତି। ଏହାପରେ ଅନ୍ୟମାନଙ୍କୁ ବନ୍ଧୁକ ଚାଳନାର ଟ୍ରେନିଂ ମଧ୍ୟ ଦେଉଛନ୍ତି।

ନାତୁଣୀକୁ ଦେଖି ସିଖିଗଲେ

ଟ୍ରେନିଂ ବେଳେ ନାତୁଣୀ ଶେଫାଳୀଙ୍କୁ ସେ ଦୁଇଦିନ ଧ୍ୟାନର ସହ ଦେଖିଥିଲେ। ତୃତୀୟ ଦିନ ଶେଫାଳୀ ବନ୍ଧୁକ ଲୋଡ଼ କରିପାରିଲେ ନାହିଁ। ଏହାପରେ ଦିଦି ବନ୍ଧୁକ ଲୋଡ଼ କରି ଲକ୍ଷ୍ୟକୁ ସଠିକ୍‌ ଟାର୍ଗେଟ୍‌ କରିଦେଲେ। ୧୦ ପଏଣ୍ଟରେ ଲକ୍ଷ୍ୟ ଭେଦ ହେବା ଦେଖି ସେଠାରେ ଉପସ୍ଥିତ ସମସ୍ତେ କହିବାକୁ ଲାଗିଲେ ‘ଦିଦି କମାଲ କରିଦେଲ’। ଏହାପରେ ଦିଦି ଆଉ ପଛକୁ ଫେରି ଚାହିଁ ନାହାଁନ୍ତି। ଏହା ମଧ୍ୟରେ ୨୫ଟି ରାଷ୍ଟ୍ରୀୟ ସୁଟିଂ ଚାମ୍ପିୟନସିପ୍‌ ସେ ଜିତି ସାରିଛନ୍ତି।

ଏମିତି ପାଇଲେ ପ୍ରସିଦ୍ଧି

ଏକାଡେମୀରେ ସିଟିଂ ପ୍ରାକ୍ଟିସ୍‌ କରୁଥିବା ବେଳେ କେହି ଜଣେ ସାମ୍ବାଦିକ ତାଙ୍କ ଫଟୋ ଉଠାଇ ଖବରକାଗଜରେ ଛାପି ଦେଇଥିଲେ। ଏହାକୁ ଦେଖି ଦିଦି ବହୁତ ଚିନ୍ତିତ ହୋଇଯାଇଥିଲେ। ହେଲେ ଲୋକେ ତାଙ୍କୁ ପ୍ରଶଂସା କରିବାକୁ ଲାଗିଲେ ଓ ଆଗକୁ ବଢ଼ିବାକୁ ତାଙ୍କୁ ସାହସ ଦେଇଥିଲେ।

Related story