ଚାଷୀ ଆତ୍ମହତ୍ୟା ଓ ମରୁଡ଼ି ପ୍ରସଙ୍ଗ: ୧୧ ଜିଲ୍ଲାରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନର ଆନ୍ଦୋଳନ

ସମ୍ବଲପୁର: ଚାଷୀ ଆତ୍ମହତ୍ୟା ଓ ମରୁଡି ପ୍ରସଙ୍ଗକୁ ନେଇ ଆଜି ପଶ୍ଚିମ ଓଡ଼ିଶାର ପ୍ରାୟ ୧୧ଟି ଜିଲ୍ଲାରେ ଆନ୍ଦୋଳନ କରୁଛି ପଶ୍ଚିମ ଓଡ଼ିଶା କୃଷକ ସଂଗଠନ। ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଓ ପ୍ରତିବାଦ କରୁଛନ୍ତି ସଂଗଠନର ସଦସ୍ୟଙ୍କ ସମେତ ଚାଷୀ। ସମ୍ୱଲପୁର, ବଲାଙ୍ଗିର, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ସମେତ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏହି ଆନ୍ଦୋଳନ କରୁଛି କୃଷକ ସଂଗଠନ। ପୂର୍ବରୁ ଏନେଇ ସମ୍ୱଲପୁରରେ […]

farmer

Rakesh Mallick
  • Published: Monday, 09 November 2015
  • , Updated: 09 November 2015, 10:54 AM IST

ସମ୍ବଲପୁର: ଚାଷୀ ଆତ୍ମହତ୍ୟା ଓ ମରୁଡି ପ୍ରସଙ୍ଗକୁ ନେଇ ଆଜି ପଶ୍ଚିମ ଓଡ଼ିଶାର ପ୍ରାୟ ୧୧ଟି ଜିଲ୍ଲାରେ ଆନ୍ଦୋଳନ କରୁଛି ପଶ୍ଚିମ ଓଡ଼ିଶା କୃଷକ ସଂଗଠନ। ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଓ ପ୍ରତିବାଦ କରୁଛନ୍ତି ସଂଗଠନର ସଦସ୍ୟଙ୍କ ସମେତ ଚାଷୀ। ସମ୍ୱଲପୁର, ବଲାଙ୍ଗିର, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ସମେତ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏହି ଆନ୍ଦୋଳନ କରୁଛି କୃଷକ ସଂଗଠନ। ପୂର୍ବରୁ ଏନେଇ ସମ୍ୱଲପୁରରେ ଆୟୋଜିତ ଏକ ଜରୁରୀକାଳୀନ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ସରକାରଙ୍କ ଘୋଷିତ ମରୁଡି ପ୍ୟାକେଜକୁ ପ୍ରତ୍ୟାଖାନ କରାଯିବା ସହ କୃଷିଋଣ ଛାଡ, ଅଣ ଜଳସେଚିତ ଅଞ୍ଚଳକୁ ଜଳସେଚନ ସୁବିଧା, ଚାଷୀ ଆତ୍ମହତ୍ୟା ନେଇ ସରକାରଙ୍କ ଶ୍ୱେତପତ୍ର ପ୍ରକାଶ ଦାବି କରିଛି ସଙ୍ଗଠନ।

ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସୋନପୁର ରୟାଲ ପଡ଼ିଆରୁ ଚାଷୀମାନେ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ବୌଦ୍ଧ ଜିଲ୍ଲାର ଚାଷୀମାନେ ୧୧ ଦଫା ଦାବି ପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ପରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଏବଂ ସମବାୟ ମନ୍ତ୍ରୀ ଦାମୋଦର ରାଉତଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ବଲାଙ୍ଗିରରେ ଚାଷୀମାନେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଚାଷୀମାନେ ରାଲିରେ ଆସି ଦେବଗଡ଼ ଜିଲ୍ଳାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଜିଲ୍ଲାକୁ ମରୁଡ଼ି ଘୋଷଣା ନ କଲେ ବିଧାୟକ ନିତେଶ ଗଙ୍ଗଦେବ ଅନଶନରେ ବସିବେ ବୋଲି ଘୋଷଣା କରିଥିଲେ।

Related story