ଚୌଦ୍ୱାର ଜେଲରେ ସତ୍ୟମ, ଆସନ୍ତାକାଲିଠାରୁ ତିନି ଦିନିଆ ରିମାଣ୍ଡ ଆରମ୍ଭ

କଟକ: ସାରଥିଙ୍କ ପାଳିତ ପୁଅ ସତ୍ୟମଙ୍କୁ ଆଜି କୋର୍ଟ ଚାଲାଣ କରିଥିଲା କ୍ରାଇମବ୍ରାଞ୍ଚ୍। ତାଙ୍କୁ କଟକର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା ଓ ତିନି ଦିନ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲା। ସତ୍ୟମଙ୍କୁ ତିନିଦିନ ରିମାଣ୍ଡରେ ନେବାକୁ କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇ ଦେଇଛନ୍ତି। ଏହା ପରେ ତାଙ୍କୁ କ୍ରାଇମବ୍ରାଞ୍ଚ୍ ଅଫିସକୁ ନିଆଯାଇଥିଲା। ତା’ପରେ ତାଙ୍କୁ ଚୌଦ୍ୱାର ଜେଲ୍ ପଠାଇ ଦିଆଯାଇଛି। ସେଠାରେ ସେ ୩ ନମ୍ବର ସେଲର ୧ ନମ୍ବର ରୁମରେ ରହିଛନ୍ତି । ଆସନ୍ତାକାଲିଠାରୁ […]

satyama

Rakesh Mallick
  • Published: Thursday, 20 August 2015
  • , Updated: 20 August 2015, 04:57 PM IST

କଟକ: ସାରଥିଙ୍କ ପାଳିତ ପୁଅ ସତ୍ୟମଙ୍କୁ ଆଜି କୋର୍ଟ ଚାଲାଣ କରିଥିଲା କ୍ରାଇମବ୍ରାଞ୍ଚ୍। ତାଙ୍କୁ କଟକର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା ଓ ତିନି ଦିନ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲା। ସତ୍ୟମଙ୍କୁ ତିନିଦିନ ରିମାଣ୍ଡରେ ନେବାକୁ କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇ ଦେଇଛନ୍ତି। ଏହା ପରେ ତାଙ୍କୁ କ୍ରାଇମବ୍ରାଞ୍ଚ୍ ଅଫିସକୁ ନିଆଯାଇଥିଲା। ତା’ପରେ ତାଙ୍କୁ ଚୌଦ୍ୱାର ଜେଲ୍ ପଠାଇ ଦିଆଯାଇଛି। ସେଠାରେ ସେ ୩ ନମ୍ବର ସେଲର ୧ ନମ୍ବର ରୁମରେ ରହିଛନ୍ତି । ଆସନ୍ତାକାଲିଠାରୁ ତାଙ୍କର ରିମାଣ୍ଡ ଅବଧି ଆରମ୍ଭ ହେବ। ଆସନ୍ତାକାଲିଠାରୁ କ୍ରାଇମବ୍ରାଞ୍ଚ୍ ତାଙ୍କୁ ଜେରା କରିବ। ଉଭୟ ସତ୍ୟମ ଓ ସାରଥିଙ୍କୁ ସାମ୍ମାସାମ୍ମି କ୍ରାଇମବ୍ରାଞ୍ଚ ପଚରାଉଚରା କରିବାର ଅସମ୍ଭାବନା ରହିଛି । ସେପଟେ ୨ ନମ୍ୱର ସେଲରେ ସତ୍ୟମଙକ ବାପା ସାରଥି ରହିଛନ୍ତି । ଜେଲରେ କିଛି ସମୟ ପାଇଁ ବାପ ପୁଅଙ୍କ ଭେଟ ହୋଇଥିବା ଅନୁମାନ କରାଯାଉଛି।

ପ୍ରାୟ ଦୁଇ ସପ୍ତାହର ଛକାପଞ୍ଝା ପରେ ଗତକାଲି ଶେଷରେ ତାଙ୍କୁ ମୁମ୍ୱାଇରୁ ଗିରଫ କରାଯାଇଥିଲା। କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟିମ୍ ତାକୁ କଟକ ଆଣିବା ପରେ ଜେରା କରିଥିଲା। ତାଙ୍କର ତିନିଟି ବ୍ୟାଙ୍କ ଆକାଉଣ୍ଟରୁ ୨୭ ଲକ୍ଷ ଟଙ୍କ। ଠାବ ହୋଇଛି। ସେପଟେ ସତ୍ୟମ୍ ଧରାପଡ଼ିବା ପରେ ସାରଥି ମାମଲାରେ ବିଶେଷ କରି ଅର୍ଥନୈତିକ କାରବାରର ଗୁମର ଖୋଲିବ ବୋଲି ଆଶା କରାଯାଉଛି। କାରଣ ସତ୍ୟମ୍ ନାଁରେ ହିଁ ଚାଲିଥିଲା କୋଟି କୋଟି ଟଙ୍କାର ସତ୍ୟମ୍ ଚାରିଟେବୁଲ୍ ଟ୍ରଷ୍ଟ। ତା’ଛଡ଼ା ସତ୍ୟମ୍ ନାଁରେ ମୂଲ୍ୟବାନ ଫ୍ଲାଟ୍, ଜମିବାଡ଼ି ଓ ଲକ୍ଷ ଲକ୍ଷ ଟଙ୍କ।ର ବ୍ୟାଙ୍କ ଆଉକାଣ୍ଟ ରହିଛି। ଜେରା ସମୟରେ ସାରଥି ବହୁ ତଥ୍ୟ ଲୁଚାଇଥିବା ଓ ମିଛ ଉତ୍ତର ଦେଇଥିବା ସନ୍ଦେହ କରାଯାଉଛି। ଆଶା କରାଯାଉଛି ସତ୍ୟମର ଜେରା ବେଳେ ସେସବୁ ଉପରୁ ପରଦା ହଟିବ। କ୍ରାଇମବ୍ରାଞ୍ଚ ସତ୍ୟମଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି। ତାଙ୍କ ନାଁରେ ଆଇପିସିର ଧାରା ୧୨୦-ବି, ୪୬୭, ୪୬୮, ୪୭୧, ୪୧୧, ୪୨୩, ୩୭୧, ୩୪୧ ଏବଂ ୩୪ ଦଫା ଲାଗିଛି।

Related story