ଅଶ୍ଳୀଳ ଫଟୋ ଛାଡ଼ିବା ପଡ଼ିଲା ମହଙ୍ଗା: ବାବୁଙ୍କ ପୁଅକୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁବତୀଙ୍କ ନାଁରେ ଫେକ୍ ଆଇଡି ଖୋଲି ଅଶ୍ଳୀଳ ଫଟୋ ଅପ୍‌ଲୋଡ୍ କରିବା ଅଭିଯୋଗରେ ଓଡିଶା ଗୃହ ବିଭାଗର ଅତିରିକ୍ତ ସଚିବ ମେଘାନନ୍ଦ ନାୟକଙ୍କ ପୁଅ ଖୁସୱନ୍ତ ନାୟକଙ୍କୁ ଛତିଶଗଡ ପୋଲିସ ଭୁବନେଶ୍ୱରରୁ ଗିରଫ କରିଛି। ସୁନ୍ଦରଗଡ ଜିଲ୍ଲା ଭେଡାବାହାରଲ ମୂଳ ବାସିନ୍ଦା ଖୁସଓ୍ୱନ୍ତ ରାୟପୁରରେ ଇଞ୍ଜିନିୟରିଂ କରୁଥିଲେ। ଏହି ସମୟରେ ସେ ରାୟପୁରର ଜଣେ ଇଞ୍ଜିନିୟର ଛାତ୍ରୀଙ୍କ ନାଁରେ ଫେସବୁକରେ ଫେକ ଆଇଡି ଖୋଲି ସେଥିରେ ଅଶ୍ଳୀଳ ଫଟୋ ଅପ୍‌ଲୋଡ୍‌ କରିଥିବା ନେଇ […]

Rakesh Mallick
  • Published: Friday, 01 September 2017
  • , Updated: 01 September 2017, 10:41 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁବତୀଙ୍କ ନାଁରେ ଫେକ୍ ଆଇଡି ଖୋଲି ଅଶ୍ଳୀଳ ଫଟୋ ଅପ୍‌ଲୋଡ୍ କରିବା ଅଭିଯୋଗରେ ଓଡିଶା ଗୃହ ବିଭାଗର ଅତିରିକ୍ତ ସଚିବ ମେଘାନନ୍ଦ ନାୟକଙ୍କ ପୁଅ ଖୁସୱନ୍ତ ନାୟକଙ୍କୁ ଛତିଶଗଡ ପୋଲିସ ଭୁବନେଶ୍ୱରରୁ ଗିରଫ କରିଛି। ସୁନ୍ଦରଗଡ ଜିଲ୍ଲା ଭେଡାବାହାରଲ ମୂଳ ବାସିନ୍ଦା ଖୁସଓ୍ୱନ୍ତ ରାୟପୁରରେ ଇଞ୍ଜିନିୟରିଂ କରୁଥିଲେ। ଏହି ସମୟରେ ସେ ରାୟପୁରର ଜଣେ ଇଞ୍ଜିନିୟର ଛାତ୍ରୀଙ୍କ ନାଁରେ ଫେସବୁକରେ ଫେକ ଆଇଡି ଖୋଲି ସେଥିରେ ଅଶ୍ଳୀଳ ଫଟୋ ଅପ୍‌ଲୋଡ୍‌ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏପରିକି ଖୁସଓ୍ୱନ୍ତ ମୋବାଇଲରେ କଲ୍ ଓ ଏସ୍ଏମ୍ଏସ୍ କରି ହଇରାଣ କରୁଥିବା ଯୁବତୀ ଜଣକ ଗତ ଜୁନ ୧୮ ତାରିଖରେ ଅଭିଯୋଗ କରିଥିଲେ। ଏହାପରେ ଛତିଶଗଡ଼ ପୋଲିସ ତଦନ୍ତ ଆରମ୍ଭ କରି ପ୍ରାୟ ଦୁଇ ମାସ ପରେ ଖୁସୱନ୍ତଙ୍କୁ ଭୁବନେଶ୍ୱରରୁ ଗିରଫ କରିବାରେ ସଫଳ ହୋଇଛି।

Related story