ଓଡ଼ିଶାରେ ୪୦କୁ ଖସିଲା ଶିଶୁ ମୃତ୍ୟୁହାର; ଜାତୀୟ ହାରଠୁ କମ୍

ଭୁବନେଶ୍ୱର: ଓଡ଼ିଶାରେ ହ୍ରାସ ପାଇଛି ଶିଶୁ ମୃତ୍ୟୁହାର। ଅନ୍ୟ ପଡ଼ୋଶୀ ରାଜ୍ୟ ତଥା ଜାତୀୟ ହାର ତୁଳନାରେ ବିଗତ ୧୬ ବର୍ଷ ମଧ୍ୟରେ ଆମ ରାଜ୍ୟରେ ଶିଶୁ ମୃତ୍ୟୁହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିବାରୁ ଏଥିପାଇଁ ସଂପୃକ୍ତ ବିଭାଗଗୁଡ଼ିକୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେକ୍ଷଣ ବା ଏନ୍‌ଏଫ୍‌ଏଚ୍‌ଏସ୍‌ ରିପୋର୍ଟ ଅନୁସାରେ ୨୦୦୦ ମସିହାରେ ରାଜ୍ୟରେ ପ୍ରତି ୧୦୦୦ ନବଜାତ ଶିଶୁଙ୍କ ମଧ୍ୟରୁ ୫୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୫-୧୬ରେ ଏହା ୪୦କୁ […]

ph

Rakesh Mallick
  • Published: Friday, 03 March 2017
  • , Updated: 03 March 2017, 08:08 AM IST

ଭୁବନେଶ୍ୱର: ଓଡ଼ିଶାରେ ହ୍ରାସ ପାଇଛି ଶିଶୁ ମୃତ୍ୟୁହାର। ଅନ୍ୟ ପଡ଼ୋଶୀ ରାଜ୍ୟ ତଥା ଜାତୀୟ ହାର ତୁଳନାରେ ବିଗତ ୧୬ ବର୍ଷ ମଧ୍ୟରେ ଆମ ରାଜ୍ୟରେ ଶିଶୁ ମୃତ୍ୟୁହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିବାରୁ ଏଥିପାଇଁ ସଂପୃକ୍ତ ବିଭାଗଗୁଡ଼ିକୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେକ୍ଷଣ ବା ଏନ୍‌ଏଫ୍‌ଏଚ୍‌ଏସ୍‌ ରିପୋର୍ଟ ଅନୁସାରେ ୨୦୦୦ ମସିହାରେ ରାଜ୍ୟରେ ପ୍ରତି ୧୦୦୦ ନବଜାତ ଶିଶୁଙ୍କ ମଧ୍ୟରୁ ୫୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୫-୧୬ରେ ଏହା ୪୦କୁ ହ୍ରାସ ପାଇଛି। ଯାହାକି ଜାତୀୟ ସ୍ତରରେ ଶିଶୁମୃତ୍ୟୁ ହାର ଠାରୁ ବି କମ୍ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଗତକାଲି ସଚିବାଳୟରେ ଅନୁଷ୍ଠିତ ଏକ ବୈଠକରେ ଏ ନେଇ ବିଭାଗୀୟ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସଂପୃକ୍ତ ବିଭାଗରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

Related story