ନାବାଳିକାକୁ ବିଲରୁ ଉଠାଇ ନେଲେ ୩ ଦୁର୍ବୃତ୍ତ: ସମସ୍ତେ ଦେଖିଲେ ଚୁପ୍‌ ରହିଲେ

ସୁନ୍ଦରଗଡ଼ା: ବିଲରେ କାମ କରୁଥିବା ଜଣେ ନାବାଳିକାକୁ ଉଠାଇ ନେଲେ ୩ ଦୁର୍ବୃତ୍ତ। ଦିନ  ଦ୍ୱି’ପ୍ରହରରେ ସମସ୍ତଙ୍କ ସମ୍ମୁଖରେ ଏପରି ଘଟଣା ଘଟିଥିଲେ ମଧ୍ୟ କେହି ପ୍ରତିବାଦ କରିବାକୁ ସାହସ କରିପାରିନଥିଲେ।  ଦୁର୍ବୃତ୍ତମାନେ ନାବାଳିକାକୁ ନିକଟସ୍ଥ ଜଙ୍ଗଲକୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ହେଲେ ଏ ପର୍ଯ୍ୟନ୍ତ ନାବାଳିକାଙ୍କ ପତ୍ତା ମିଳିନି। ଏପରି ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର […]

bonai rape

bonai rape

Rakesh Mallick
  • Published: Wednesday, 19 July 2017
  • Updated: 19 July 2017, 07:36 PM IST

Sports

Latest News

ସୁନ୍ଦରଗଡ଼ା: ବିଲରେ କାମ କରୁଥିବା ଜଣେ ନାବାଳିକାକୁ ଉଠାଇ ନେଲେ ୩ ଦୁର୍ବୃତ୍ତ। ଦିନ  ଦ୍ୱି’ପ୍ରହରରେ ସମସ୍ତଙ୍କ ସମ୍ମୁଖରେ ଏପରି ଘଟଣା ଘଟିଥିଲେ ମଧ୍ୟ କେହି ପ୍ରତିବାଦ କରିବାକୁ ସାହସ କରିପାରିନଥିଲେ।  ଦୁର୍ବୃତ୍ତମାନେ ନାବାଳିକାକୁ ନିକଟସ୍ଥ ଜଙ୍ଗଲକୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ହେଲେ ଏ ପର୍ଯ୍ୟନ୍ତ ନାବାଳିକାଙ୍କ ପତ୍ତା ମିଳିନି। ଏପରି ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଅଭିଯୁକ୍ତଙ୍କ ପତ୍ତା ପାଉନି। ଗତ ତିନି ଦିନରେ ଦୁଇ ଦୁଇଟି ଅପରାଧୀକ ଘଟଣା ଜିଲ୍ଲା ପୋଲିସର ମୁଣ୍ଡ ବ୍ୟଥାର କାରଣ ହୋଇଛି।

ନାବାଳିକା ଜଣକ ସବୁଦିନ ପରି ଆଜି ବିଲରେ କାମ କରୁଥିଲେ। ସାଥୀରେ ଅନ୍ୟ ଲୋକ ମଧ୍ୟ କାମ କରୁଥିଲେ। ଏହି ସମୟରେ ୩ ଜଣ ଯୁବକ କାମ କରୁଥିବା ନାବାଳାଳିକାଙ୍କୁ ଜୋରଜବରଦସ୍ତ ଉଠାଇ ନେଇଥିଲେ। ବିଲରେ ଅନ୍ୟ ଲୋକେ କାମ କରୁଥିଲେ ମଧ୍ୟ ସେମାନେ ପ୍ରତିବାଦ କରିବାକୁ ସାହସ କରିପାରିନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos