ଚୌଦ୍ୱାର ଜେଲ୍‌ ଗଲେ ଓସ୍କାର ଚିଟ୍‌ଫଣ୍ଡ ମୁଖ୍ୟ ପ୍ରଭାସ ରାଉତ

କଟକ: ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ପରେ ଓସ୍କାର ଚିଟ୍‌ଫଣ୍ଡ ସଂସ୍ଥା ମୁଖ୍ୟ ପ୍ରଭାସ ରାଉତଙ୍କୁ ଚୌଦ୍ୱାର ଜେଲ୍‌କୁ ପଠାଇ ଦିଆଯାଇଛି। ଓସ୍କାର ଚିଟ୍‌ଫଣ୍ଡ ମାମଲାରେ ପ୍ରାଇମବ୍ରାଞ୍ଚ ଗତକାଲି ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ପ୍ରଭାତ ପଟ୍ଟନାୟକଙ୍କୁ ଖଲିକୋଟ ଅଞ୍ଚଳରୁ ଗିରଫ କରିବା ପରେ ତାଙ୍କୁ ଓ ପ୍ରଭାସଙ୍କୁ ଆଜି କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତରେ ହାଜର କରାଯାଇଥିଲା। ସେଠାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଉଭୟଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରା ନ ଯିବାରୁ କୋର୍ଟ ସେମାନଙ୍କୁ ଚୌଦ୍ୱାର […]

pravas

Rakesh Mallick
  • Published: Monday, 20 June 2016
  • , Updated: 20 June 2016, 07:03 PM IST

କଟକ: ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ପରେ ଓସ୍କାର ଚିଟ୍‌ଫଣ୍ଡ ସଂସ୍ଥା ମୁଖ୍ୟ ପ୍ରଭାସ ରାଉତଙ୍କୁ ଚୌଦ୍ୱାର ଜେଲ୍‌କୁ ପଠାଇ ଦିଆଯାଇଛି।

ଓସ୍କାର ଚିଟ୍‌ଫଣ୍ଡ ମାମଲାରେ ପ୍ରାଇମବ୍ରାଞ୍ଚ ଗତକାଲି ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ପ୍ରଭାତ ପଟ୍ଟନାୟକଙ୍କୁ ଖଲିକୋଟ ଅଞ୍ଚଳରୁ ଗିରଫ କରିବା ପରେ ତାଙ୍କୁ ଓ ପ୍ରଭାସଙ୍କୁ ଆଜି କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତରେ ହାଜର କରାଯାଇଥିଲା। ସେଠାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଉଭୟଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରା ନ ଯିବାରୁ କୋର୍ଟ ସେମାନଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦେଇଛନ୍ତି। ଉଭୟଙ୍କ ପରବର୍ତ୍ତୀ ଶୁଣାଣି ଆସନ୍ତା ୨୮ ତାରିଖରେ ହେବ।

ସୁରଟ୍‌ରେ ଥିବା ଓସ୍କାରର ଏକ ହେଡ ଅଫିସକୁ କ୍ରାଇମବ୍ରାଞ୍ଚ ସିଲ୍‌ କରିବ। ସୁରଟ୍‌ର ସାୟନ ଗାଁରେ ଥିବା ଅନ୍ୟ ଏକ ଅଫିସରେ ୨୦୧୫ ମସିହାରୁ ତାଲା ପଡିଛି। ସଂସ୍ଥାର କର୍ମଚାରୀମାନେ ଅଫିସ ବନ୍ଦ କରି ଫେରାର ହୋଇଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏହି ଅଞ୍ଚଳରେ ବହୁ ସଂଖ୍ୟାରେ ଓଡ଼ିଆ ଲୋକ ରହନ୍ତି। ପ୍ରାୟ ୨୦ ହଜାର ଓଡ଼ିଆ ଲୋକଙ୍କଠାରୁ ସଂସ୍ଥା କୋଟି କୋଟି ଟଙ୍କା ଠକି ନେଇଛି। ସ୍ଥାନୀୟ ଥାନା ସହାୟତାରେ କ୍ରାଇମବ୍ରାଞ୍ଚ ଏହି ଅଫିସଗୁଡିକ ଯାଞ୍ଚ କରିବ ବୋଲି ଜଣାପଡିଛି। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ କ୍ରାଇମବ୍ରାଞ୍ଚ ଏହି ଅଫିସଗୁଡିକୁ ସିଲ୍‌ କରିବ ବୋଲି ଜଣାପଡିଛି।

ପ୍ରଭାସଙ୍କର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଆଜି ଶେଷ ହୋଇଥିଲା। ଏହା ପୂର୍ବରୁ କ୍ରାଇମବ୍ରାଞ୍ଚ ତାଙ୍କୁ ୫ ଦିନ ରିମାଣ୍ଡରେ ନେଇଥିଲା। ଦୁଇଟି ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ତାଙ୍କୁ ୧୦ ଦିନ ରିମାଣ୍ଡରେ ନେଇ ସଂସ୍ଥାର ଆର୍ଥିକ କାରବାର, ଓଲିଉଡ ଓ ଓସ୍କାର ଲିଙ୍କ ନେଇ ଜେରା କରିଥିଲା।

ପ୍ରଭାସଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ କିଛି ସିନେ କଳାକାରଙ୍କୁ କ୍ରାଇମବ୍ରାଞ୍ଚ ଡାକି ପଚରାଉଚରା କରିବାର ସମ୍ଭାବନା ରହିଛି।

ଓଡ଼ିଶା ସମେତ ଗୁଜରାଟ ଓ ମହାରାଷ୍ଟ୍ରରେ ଜମାକାରୀଙ୍କଠାରୁ ସଂସ୍ଥା ୨୩୦ କୋଟି ଟଙ୍କା ଠକି ଥିବାର ଅଭିଯୋଗ ରହିଛି।

Related story