ବିଜେପୁର ନିର୍ବାଚନୀ ମାମଲା ବନ୍ଦ କଲେ ହାଇକୋର୍ଟ

କଟକ (ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ପଥ ପରିଷ୍କାର ହୋଇଯାଇଛି। ବିଜେପୁର ସଂପର୍କିତ ନିର୍ବାଚନ ସମ୍ପର୍କୀତ ମାମଲାକୁ ବନ୍ଦ କରିଦେଲେ ହାଇକୋର୍ଟ। ମାମଲାରେ ଥିବା ଏକମାତ୍ର ପ୍ରତିପକ୍ଷ ସ୍ୱର୍ଗତ ସୁବଳ ସାହୁଙ୍କ ମୃତ୍ୟୁ ଘଟିବାରୁ ମାମଲା ଆଉ ଚାଲିପାରିବ ନାହିଁ ବୋଲି କହିଛନ୍ତି ନ୍ୟାୟାଳୟ। ୨୦୧୪ ବିଧାନସଭା ନିର୍ବାଚନରେ ବିଜୟୀ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁଙ୍କ ନିର୍ବାଚନକୁ ଚାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ପରାଜିତ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ। ନିର୍ବାଚନରେ ସୁବଳଙ୍କଠାରୁ ଅଳ୍ପ ଭୋଟରେ ହାରିଥିଲେ […]

highcourt

Rakesh Mallick
  • Published: Monday, 16 October 2017
  • , Updated: 16 October 2017, 09:14 PM IST

କଟକ (ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ପଥ ପରିଷ୍କାର ହୋଇଯାଇଛି। ବିଜେପୁର ସଂପର୍କିତ ନିର୍ବାଚନ ସମ୍ପର୍କୀତ ମାମଲାକୁ ବନ୍ଦ କରିଦେଲେ ହାଇକୋର୍ଟ। ମାମଲାରେ ଥିବା ଏକମାତ୍ର ପ୍ରତିପକ୍ଷ ସ୍ୱର୍ଗତ ସୁବଳ ସାହୁଙ୍କ ମୃତ୍ୟୁ ଘଟିବାରୁ ମାମଲା ଆଉ ଚାଲିପାରିବ ନାହିଁ ବୋଲି କହିଛନ୍ତି ନ୍ୟାୟାଳୟ।

୨୦୧୪ ବିଧାନସଭା ନିର୍ବାଚନରେ ବିଜୟୀ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁଙ୍କ ନିର୍ବାଚନକୁ ଚାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ପରାଜିତ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ। ନିର୍ବାଚନରେ ସୁବଳଙ୍କଠାରୁ ଅଳ୍ପ ଭୋଟରେ ହାରିଥିଲେ ପ୍ରସନ୍ନ। ମାମଲା ବନ୍ଦ ହେବା ପରେ ସାଂସଦ ତଥା ଆବେଦନକାରୀ ପ୍ରସନ୍ନ ଆଚାର୍ଯ୍ୟ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହା ହାଇକୋର୍ଟଙ୍କ ଏକ ଆଇନଗତ ତର୍ଜମା। ପଦ ରଦ୍ଦ ଓ ଆସନ ଖାଲି ପାଇଁ ମୋ ପକ୍ଷରୁ ଆବେଦନ ହୋଇଥିଲା। ଏବେ ସ୍ୱତଃସ୍ପୁର୍ତ୍ତ ଭାବେ ଆସନ ଖାଲି ହୋଇଛି। ପ୍ରତିପକ୍ଷଙ୍କ ମୃତ୍ୟୁ ଘଟିଥିବାରୁ ମାମଲାକୁ କୋର୍ଟ ଆଗକୁ ନେଇନାହାନ୍ତି ବୋଲି ପ୍ରସନ୍ନ କହିଛନ୍ତି।

Related story