ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବାରିପଦା: ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନକରିଛନ୍ତି। ଆଜିଠୁ ଏହି ମେଡିକାଲ କଲେଜରେ ଆରମ୍ଭ ହୋଇଛି ପାଠପଢ଼ା। ଏଥିପାଇଁ ବେଶ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ ଓ ମେଡିକାଲ କଲେଜ କର୍ତ୍ତୃପକ୍ଷ। bbb

ସେମାନଙ୍କର ଦୀର୍ଘ ୪୦ ବର୍ଷର ସ୍ୱପ୍ନ ପୂରଣ ହେବାକୁ ଯାଉଛି। ଏହି କଲେଜର ଶହେଟି ସିଟରେ ନାମ ଲେଖା ସରିଛି। ଏମବିବିଏସ୍ ପ୍ରଥମ ବର୍ଷରେ ୩୩ ଜଣ ଛାତ୍ରୀ ଓ ୬୭ ଜଣ ଛାତ୍ର ଆଡମିଶନ ନେଇଛନ୍ତି। ଏହି ମେଡିକାଲ କଲେଜ ଦ୍ୱାରା କେବଳ ମୟୂରଭଞ୍ଜ ନୁହେଁ ବରଂ ପଡୋଶୀ ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ଲୋକମାନେ ସ୍ୱାସ୍ଥ୍ୟସେବା ପାଇପାରିବେ।