ମୁଖ୍ୟମନ୍ତ୍ରୀଙ୍କ ତାଗିଦ ପରେ ବି ଥମୁନି ବିଜେଡିରେ ବିବାଦ

ଭୁବନେଶ୍ୱର: ବିଜେଡି ଭିତରେ ସ୍ଥିତି ଏମିତି ଯେ କେହି କାହା କଥା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି। ଖୋଦ ମୁଖ୍ୟମନ୍ତ୍ରୀଙ୍କ ତାଗିଦକୁ ବି କାହାର ଖାତିର ନାହିଁ। ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ବିବାଦ ଓ ବରିଷ୍ଠ-କନିଷ୍ଠ ବିଭେଦ ଦଳ ଭିତରେ ଏପରି ଗମ୍ଭୀର ସ୍ଥିତି ଉତ୍ପନ୍ନ କରିଛି ଯେ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ମଧ୍ୟ କେହି ମାନୁହାନ୍ତି। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ତାଗିତ ପରେ ଆଜି ଏପରି ସ୍ଥିତି ଦେଖିବାକୁ ମିଳିଛି ବିଜେଡିରେ। ମୁଖ୍ୟମନ୍ତ୍ରୀଙ୍କ ତାଗିଦ ସମ୍ପର୍କିତ ମତ ରଖିଥିବା […]

dama

Rakesh Mallick
  • Published: Wednesday, 20 April 2016
  • , Updated: 20 April 2016, 03:02 PM IST

ଭୁବନେଶ୍ୱର: ବିଜେଡି ଭିତରେ ସ୍ଥିତି ଏମିତି ଯେ କେହି କାହା କଥା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି। ଖୋଦ ମୁଖ୍ୟମନ୍ତ୍ରୀଙ୍କ ତାଗିଦକୁ ବି କାହାର ଖାତିର ନାହିଁ। ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ବିବାଦ ଓ ବରିଷ୍ଠ-କନିଷ୍ଠ ବିଭେଦ ଦଳ ଭିତରେ ଏପରି ଗମ୍ଭୀର ସ୍ଥିତି ଉତ୍ପନ୍ନ କରିଛି ଯେ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ମଧ୍ୟ କେହି ମାନୁହାନ୍ତି। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ତାଗିତ ପରେ ଆଜି ଏପରି ସ୍ଥିତି ଦେଖିବାକୁ ମିଳିଛି ବିଜେଡିରେ। ମୁଖ୍ୟମନ୍ତ୍ରୀଙ୍କ ତାଗିଦ ସମ୍ପର୍କିତ ମତ ରଖିଥିବା ଶଶିଭୂଷଣ ବେହେରାଙ୍କୁ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ ଆଜି ଟାର୍ଗେଟ କରିଛନ୍ତି। “ଶଶି ମନ୍ତ୍ରୀମଣ୍ଡଳର ସଦସ୍ୟ ନ ହୋଇ ବି କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ କ’ଣ କହିଲେ କିପରି ଜାଣିଲେ?” ବୋଲି ଦାମ ପ୍ରଶ୍ନ କରିଛନ୍ତି।

ରାଉତ କହିଛନ୍ତି, “ମୋ ଜାଣତରେ ମୁଖ୍ୟମନ୍ତ୍ରୀ କାହାକୁ ଗାଳି ଦେଇନାହାନ୍ତି। ଶଶି ବାବୁଙ୍କୁ ଏ କଥା ଯିଏ କହିଛନ୍ତି ତାହା ତାଙ୍କର ନିମ୍ନମାନର ମାନସିକତା। ଦାମ ରାଉତକୁ କେହି ତାଗିଦ କରିନାହାନ୍ତି, ଯିଏ ଏପରି କହୁଛନ୍ତି ସେମାନେ ବେଇମାନ। ସେମାନଙ୍କର ଏଭଳି ମନ୍ତବ୍ୟ ଦେବାର ଅଧିକାର ନାହିଁ, ସେମାନେ ଦଳର ଶୃଙ୍ଖଳା ଭଙ୍ଗ କରୁଛନ୍ତି। କ’ଣ ଦଳ ଛଡା ଆଉ କିଛି କଥା ନାହିଁ? ମୋତେ ଦଳ ବିଷୟରେ ପଚାରିଲେ ମୁଁ କହିବି ନାହିଁ। ବାହାର ଦୁନିଆ ବିଷୟରେ ପଚାରିଲେ ମତ ରଖିବି।”

ବିଜେଡି ମୁଖପାତ୍ର ଶିଶିଭୂଷଣ ବେହେରା କହିଛନ୍ତି, “କ୍ୟାବିନେଟ୍‌ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଉତ୍ତରଦାୟୀ ବୋଲି ମୁଁ କହିଥିଲି, ଏଥିରେ ଭୁଲ କେଉଁଠି ରହିଲା? ସେ (ଦାମ) ମୋର ବଡ଼ ଭାଇ ଭଳି, ମୁଁ ତାଙ୍କୁ କେବେ ଆକ୍ଷେପ କରିନାହିଁ।”

ଅନ୍ୟପକ୍ଷରେ ଦଳର ୩ ମୁଖପାତ୍ର ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦଳ ଭିତରେ ଦେଖା ଦେଇଥିବା ବିବାଦକୁ ନେଇ ଆଲୋଚନା କରିଛନ୍ତି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “କେବଳ ମନ୍ତ୍ରୀମାନେ ନୁହନ୍ତି ସାଂସଦ, ବିଧାୟକ ଓ ନେତାମାନେ ଗଣମାଧ୍ୟମରେ ନକରାତ୍ମକ ଟିପ୍ପଣୀ ନ ଦେଇ ଶୃଙ୍ଖଳା ଭିତରେ ରହି ମତ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।”

ତେବେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ନିଜ ଷ୍ଟାଇଲରେ କହିଛନ୍ତି, “ସବୁ ଠିକ୍‌ ଚାଲିଛି, ଏ ବରିଷ୍ଠ, କନିଷ୍ଠ କିଛି ନାହିଁ। ମୁଖ୍ୟମନ୍ତ୍ରୀ ପଦୁଟିଏ କହିଛନ୍ତି, ସମସ୍ତ ତଥ୍ୟ ମୁଖପାତ୍ରମାନେ ହିଁ ପ୍ରକାଶ କରିବେ।”

Related story