ସିଏମ୍‌ସିର ୨୧ ନମ୍ୱର ୱାର୍ଡ ମତଦାନ ଶେଷ

କଟକ: କଟକ ମହାନଗର ନିଗମର ୨୧ ନମ୍ୱର ୱାର୍ଡ ପାଇଁ ଆଜି ଉପ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସକାଳ ୮ଟାରୁ  ଭୋଟ ଗ୍ରହଣ ଆରମ୍ଭ ହୋଇ ୫ଟାରେ ଶେଷ ହୋଇଛି। ସନ୍ଧ୍ୟା ସୁଦ୍ଧା ୬୦.୧୩% ମତଦାନ ହୋଇଛି। ମତଦାନ ପାଇଁ ମୋଟ ୬ଟି ବୁଥ୍‌ କରାଯାଇଥିଲା।  ପ୍ରତି ବୁଥ୍‌ରେ  ଜଣେ ପ୍ରଜାଇଡିଂ ଅଫିସର ଓ ଜଣେ ପୋଲିଂ ଅଫିସରଙ୍କ ସମେତ ୨୪ ଜଣ ଅଧିକାରୀ ନିର୍ବାଚନ ପରିଚାଳନା କରିଥିଲେ। ଗତକାଲି ସମସ୍ତ ବୁଥ୍‌କୁ କଡ଼ା ସୁରକ୍ଷା ମଧ୍ୟରେ […]

election

Rakesh Mallick
  • Published: Friday, 03 June 2016
  • , Updated: 03 June 2016, 05:56 PM IST

କଟକ: କଟକ ମହାନଗର ନିଗମର ୨୧ ନମ୍ୱର ୱାର୍ଡ ପାଇଁ ଆଜି ଉପ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସକାଳ ୮ଟାରୁ  ଭୋଟ ଗ୍ରହଣ ଆରମ୍ଭ ହୋଇ ୫ଟାରେ ଶେଷ ହୋଇଛି। ସନ୍ଧ୍ୟା ସୁଦ୍ଧା ୬୦.୧୩% ମତଦାନ ହୋଇଛି।

ମତଦାନ ପାଇଁ ମୋଟ ୬ଟି ବୁଥ୍‌ କରାଯାଇଥିଲା।  ପ୍ରତି ବୁଥ୍‌ରେ  ଜଣେ ପ୍ରଜାଇଡିଂ ଅଫିସର ଓ ଜଣେ ପୋଲିଂ ଅଫିସରଙ୍କ ସମେତ ୨୪ ଜଣ ଅଧିକାରୀ ନିର୍ବାଚନ ପରିଚାଳନା କରିଥିଲେ।

ଗତକାଲି ସମସ୍ତ ବୁଥ୍‌କୁ କଡ଼ା ସୁରକ୍ଷା ମଧ୍ୟରେ ଇଭିଏମ୍‌ ପଠାଯାଇଥିଲା। ଏହି ଉପ-ନିର୍ବାଚନରେ ମୋଟ ୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ବିଜେଡିରୁ ତୁଳସୀ ବେହେରା, କଂଗ୍ରେସରୁ ଗୌରୀ ଦାସ ଓ ବିଜେପିରୁ ପଦ୍ମିନୀ ବେହେରା ପ୍ରାର୍ଥୀ ହୋଇଛନ୍ତି। ଆଉ ଜଣେ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି। ମତଦାନ ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ୍‌ ମୁତୟନ କରାଯାଇଛି।

Related story