ଓଢ଼ଣି ଘଟଣାର ପୁନରାବୃତ୍ତି ନଘଟାଇବାକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର: ଗତ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁନ୍ଦରଗଡ଼ ସଭାରେ ପୋଲିସ୍ ମହିଳାଙ୍କ କଳା ଓଢ଼ଣି କାଢ଼ି ଦେବା ପ୍ରସଙ୍ଗକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିବା ବେଳେ ଆଜି ଏନେଇ ବିଧାନସଭାରେ ବିବୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଉ ଏ ଭଳି ଘଟଣାର ପୁନରାବୃତ୍ତି ଯେମିତି ନ ଘଟେ ସେ ନେଇ ଗୃହ ସଚିବ ଓ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ କହିଛନ୍ତି,“ଏହି ଘଟଣା ମୋତା ମର୍ମାହତ କରିଛି। ଏନେଇ […]

naveen

Rakesh Mallick
  • Published: Wednesday, 07 December 2016
  • , Updated: 07 December 2016, 02:25 PM IST

ଭୁବନେଶ୍ୱର: ଗତ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁନ୍ଦରଗଡ଼ ସଭାରେ ପୋଲିସ୍ ମହିଳାଙ୍କ କଳା ଓଢ଼ଣି କାଢ଼ି ଦେବା ପ୍ରସଙ୍ଗକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିବା ବେଳେ ଆଜି ଏନେଇ ବିଧାନସଭାରେ ବିବୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଉ ଏ ଭଳି ଘଟଣାର ପୁନରାବୃତ୍ତି ଯେମିତି ନ ଘଟେ ସେ ନେଇ ଗୃହ ସଚିବ ଓ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ କଡ଼ା ଚେତାବନୀ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ କହିଛନ୍ତି,“ଏହି ଘଟଣା ମୋତା ମର୍ମାହତ କରିଛି। ଏନେଇ ଅନ୍ୟମାନଙ୍କ ଉଦ୍‌ବେଗ ସହ ମୁଁ ସହମତ।”

ସେ କହିଛନ୍ତି,“ଏ ଘଟଣାର ତଦନ୍ତ କରିବା ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପଶ୍ଚିମାଞ୍ଚଳ ଆଇଜି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଦୋଷୀ ସାବ୍ୟସ୍ତ ସୁରକ୍ଷା କର୍ମୀମାନଙ୍କ ଉପରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ଘଟଣାର ପୁନରାବୃତ୍ତି ଯେମିତି ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ଗୃହ ସଚିବ ଓ ଡିଜିପିଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।”

ମୁଖ୍ୟମନ୍ତ୍ରୀ କହିଛନ୍ତି,“ମହିଳାଙ୍କ ସମ୍ମାନ ଓ ସୁରକ୍ଷା ନେଇ ମୋ ସରକାର ଅଙ୍ଗୀକାରବଦ୍ଧ।”

ମୁଖ୍ୟମନ୍ତ୍ରୀଙ୍କ ସଭାରେ ମହିଳାଙ୍କଠାରୁ କଳା ଓଢ଼ଣି କାଢ଼ି ଦିଆଯିବା ଘଟଣାରେ ସୋମବାର ବିଧାନସଭା ଅଚଳ ହୋଇଥିଲା। ଆଜି ମଧ୍ୟ ଏନେଇ ଗୃହରେ ତାତି ଦେଖିବାକୁ ମିଳିଥିଲା। ବିଜେପି ବିଧାୟକ ରାଧାରାଣୀ ପଣ୍ଡା ଏନେଇ କିଛି କହିବାକୁ ଚାହୁଁଥିବା ବେଳେ ବାଚସ୍ପତି ଅନୁମତି ଦେଇ ନ ଥିଲେ। ଫଳରେ ଦଳୀୟ ବିଧାୟକ ରବି ନାରାୟଣ ନାଏକ ବାଚସ୍ପତିଙ୍କ ମାଇକ୍ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ଅଚଳାବସ୍ଥାକୁ ଦେଖି ବାଚସ୍ପତି ଗୃହକୁ ପ୍ରଥମେ ୧୦ ମିନିଟ୍ ପରେ ୨୦ ମିନିଟ୍ ମୁଲତବି ଘୋଷଣା କରିଥିଲେ।

ଏ ପ୍ରସଙ୍ଗରେ ଗତକାଲି ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

Related story