ମହିମାଙ୍କୁ ରିମାଣ୍ଡରେ ନେଲା କମିଶନରେଟ୍ ପୋଲିସ୍

କଟକ: ୨୦୧୩ କଟକ ପ୍ରେସ୍‌ଛକ ବୋମାମାଡ଼ ଓ ହତ୍ୟା ଉଦ୍ୟମ ଘଟଣାରେ ଶିଳ୍ପପତି ମହିମା ମିଶ୍ରଙ୍କୁ ଆଜିଠୁ ରିମାଣ୍ଡରେ ନେଇଛି କମିଶନରେଟ୍‌ ପୋଲିସ୍‌। କଡ଼ା ସୁରକ୍ଷା ମଧ୍ୟରେ ଚୌଦ୍ୱାର ଜେଲ୍‌ରୁ ତାଙ୍କୁ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ୍। ତାଙ୍କୁ ରିମାଣ୍ଡରେ ନେବାକୁ  ପୋଲିସ କଟକ ଏସ୍‌ଡିଜେଏମ୍‌କୋର୍ଟରେ ଆବେଦନ କରିଥିଲା। ଆଜିଠାରୁ ୩ ଦିନ ପାଇଁ ତାଙ୍କୁ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଥିଲେ। ୧୭ ତାରିଖରେ ତାଙ୍କୁ କୋର୍ଟରେ ହାଜର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, […]

mahima

Rakesh Mallick
  • Published: Saturday, 14 January 2017
  • , Updated: 14 January 2017, 01:30 PM IST

କଟକ: ୨୦୧୩ କଟକ ପ୍ରେସ୍‌ଛକ ବୋମାମାଡ଼ ଓ ହତ୍ୟା ଉଦ୍ୟମ ଘଟଣାରେ ଶିଳ୍ପପତି ମହିମା ମିଶ୍ରଙ୍କୁ ଆଜିଠୁ ରିମାଣ୍ଡରେ ନେଇଛି କମିଶନରେଟ୍‌ ପୋଲିସ୍‌। କଡ଼ା ସୁରକ୍ଷା ମଧ୍ୟରେ ଚୌଦ୍ୱାର ଜେଲ୍‌ରୁ ତାଙ୍କୁ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ୍।

ତାଙ୍କୁ ରିମାଣ୍ଡରେ ନେବାକୁ  ପୋଲିସ କଟକ ଏସ୍‌ଡିଜେଏମ୍‌କୋର୍ଟରେ ଆବେଦନ କରିଥିଲା। ଆଜିଠାରୁ ୩ ଦିନ ପାଇଁ ତାଙ୍କୁ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଥିଲେ। ୧୭ ତାରିଖରେ ତାଙ୍କୁ କୋର୍ଟରେ ହାଜର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଜମିଜମା ବିବାଦକୁ ନେଇ ୩ ବର୍ଷ ତଳେ ଅଭୟ ଭଟ୍ଟ ନାମକ ଜଣେ ବ୍ୟକ୍ତିଙ୍କ ଉପରେ ପ୍ରେସ୍ ଛକ ନିକଟରେ ବୋମାମାଡ଼ କରାଯାଇ ହତ୍ୟା ଉଦ୍ୟମ କରାଯାଇଥିଲା। ଏହି ଘଟଣାରେ ଗତ ୪ ତାରିଖ ଦିନ ଗଣେଶ ସାହୁ ନାମକ ଜଣେ ଅଭିଯୁକ୍ତକୁ ପୋଲିସ୍ ଗିରଫ କରିଥିଲା। ଗଣେଶ ସାହୁର ବୟାନ ଅନୁସାରେ ମହିମାଙ୍କ ଇଙ୍ଗିତରେ ଏହି କାଣ୍ଡ ଘଟିଥିଲା। ସେତେବେଳେ ୭୨ ଲକ୍ଷ ଟଙ୍କାରେ ମହିମା ଏକ ଜମି କିଣିବାକୁ ଚାହିଁଥିଲେ। ତେବେ ସେହି ଜମିକୁ ଅଭୟ ଭଟ୍ଟ କିଣିବାରେ ସମର୍ଥ ହେବାରୁ ସେ ଉତ୍‌କ୍ଷିପ୍ତ ହୋଇଥିଲେ। ସେଥିପାଇଁ ତାଙ୍କ ଇଙ୍ଗିତରେ ଅଭୟଙ୍କ ଉପରକୁ ବୋମାମାଡ଼ ହୋଇଥିବା ପୋଲିସ୍ ଅନୁମାନ କରୁଛି। ଏ ସଂପର୍କରେ ପୋଲିସ୍ ମହିମାଙ୍କୁ ପଚରାଉଚରା କରିବ।

ସିୱେଜ ସିପିଂ କମ୍ପାନୀ ଜିଏମ୍‌ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ମହିମାଙ୍କୁ ପଚରାଉଚରା ପାଇଁ ୧ରୁ ୪ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଥିଲା ପାରାଦୀପ ପୋଲିସ୍‌।

 

 

Related story