କଂଗ୍ରେସର ନିର୍ବାଚନୀ ଇସ୍ତାହାରରେ ଗାଁର ବିକାଶକୁ ପ୍ରାଥମିକତା

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ  ଆଜି କଂଗ୍ରେସ ପକ୍ଷରୁ ଘୋଷଣାପତ୍ର ପ୍ରକାଶ କରାଯାଇଛି। ଏଥିରେ ୫ଟି ପ୍ରମୁଖ ପ୍ରସଙ୍ଗକୁ ଦଳ ସ୍ଥାନ ଦେଇଛି। ତେବେ ଗାଁର ବିକାଶକୁ ଦଳ ପ୍ରାଥମିକତା ଦେଇଛି। ଗାଁର ବିକାଶ ବିନା ଓଡ଼ିଶାର ବିକାଶ ସମ୍ଭବ ନୁହେଁ ବୋଲି ଦଳ ତା’ର ଇସ୍ତାହାରରେ ଉଲ୍ଲେଖ କରିଛି। ଏହାସହ ସାମାଜିକ ସୁରକ୍ଷା, ପଞ୍ଚାୟତିରାଜ ସଶକ୍ତିକରଣ, କୃଷି ଓ କୃଷକଙ୍କ ଉନ୍ନତି ଏବଂ ଅନୁସୂଚିତ ଜାତି ଓ ଜନତାଜିଙ୍କ ବିକାଶକୁ ଦଳ ପ୍ରମୁଖ ପ୍ରସଙ୍ଗ ଭାବେ ଇସ୍ତାହାରରେ […]

congress

Rakesh Mallick
  • Published: Friday, 27 January 2017
  • , Updated: 01 February 2017, 04:21 PM IST

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ  ଆଜି କଂଗ୍ରେସ ପକ୍ଷରୁ ଘୋଷଣାପତ୍ର ପ୍ରକାଶ କରାଯାଇଛି। ଏଥିରେ ୫ଟି ପ୍ରମୁଖ ପ୍ରସଙ୍ଗକୁ ଦଳ ସ୍ଥାନ ଦେଇଛି। ତେବେ ଗାଁର ବିକାଶକୁ ଦଳ ପ୍ରାଥମିକତା ଦେଇଛି। ଗାଁର ବିକାଶ ବିନା ଓଡ଼ିଶାର ବିକାଶ ସମ୍ଭବ ନୁହେଁ ବୋଲି ଦଳ ତା’ର ଇସ୍ତାହାରରେ ଉଲ୍ଲେଖ କରିଛି। ଏହାସହ ସାମାଜିକ ସୁରକ୍ଷା, ପଞ୍ଚାୟତିରାଜ ସଶକ୍ତିକରଣ, କୃଷି ଓ କୃଷକଙ୍କ ଉନ୍ନତି ଏବଂ ଅନୁସୂଚିତ ଜାତି ଓ ଜନତାଜିଙ୍କ ବିକାଶକୁ ଦଳ ପ୍ରମୁଖ ପ୍ରସଙ୍ଗ ଭାବେ ଇସ୍ତାହାରରେ ସ୍ଥାନିତ କରିଛି।

ସେହିପରି ସରକାରଙ୍କ ୧୬ ବର୍ଷ ଶାସନର ୧୬ଟି କଳା କାରନାମକୁ ଦଳ ଇସ୍ତାହାରରେ ସ୍ଥାନ ଦେଇଛି। କଳିଙ୍ଗନଗରରେ ପୋଲିସ ଗୁଳିରେ ଆଦିବାସୀଙ୍କ ମୃତ୍ୟୁକୁ ଦଳ ଇସ୍ତାହାରରେ ନେଇଛି। ରିଷି ମୃତ୍ୟୁ ମାମଲାରେ ଭୁବନେଶ୍ୱର ମେୟରଙ୍କ ସମ୍ପୃକ୍ତି ଅଭିଯୋଗ, ସୁରକ୍ଷା ଆଳରେ ସୁନ୍ଦରଗଡ଼ରେ ମହିଳାଙ୍କ ଓଢ଼ଣୀ କାଢ଼ାଯିବା ପ୍ରସଙ୍ଗ ଇସ୍ତାହାରରେ ରହିଛି। ଏହାସହ ନଗଡ଼ା ଅପପୁଷ୍ଟି, ଗୁମୁଡୁମାହା ଗୁଳିକାଣ୍ଡ ଓ ଦାନ ମାଝି ପ୍ରସଙ୍ଗ ମଧ୍ୟ ସ୍ଥାନିତ ହୋଇଛି।

ପ୍ରସାଦ କହିଛନ୍ତି,“ବିଜେଡି ଏଠାରେ ୧୬ ବର୍ଷରୁ ଊର୍ଦ୍ଧ୍ୱ ହେଲା ଶାସନ କରୁଛି। ବିଜେପି ସହ ମିଶି ୯ ବର୍ଷ ସରକାରରେ ରହିଛି। ଗଣତନ୍ତ୍ର ବ୍ୟବସ୍ଥାରେ କ୍ଷମତା ଲୋକଙ୍କ ପାଖରେ ରହିଥିଏ। ହେଲେ ଏଠାରେ କିଛି ମୁଷ୍ଠିମେୟ ଲୋକଙ୍କ ପାଖରେ କ୍ଷମତା ଠୁଳ ହୋଇ ରହିଛି। ଫଳରେ ଲୋକଙ୍କ ପାଖରେ ଉନ୍ନୟନ କାର୍ଯ୍ୟ ପହଞ୍ଚି ପାରୁନାହିଁ। ନଗଡ଼ା ଭଳି ହଜାର ହଜାର ଗାଁ ରାଜ୍ୟରେ ରହିଛି। ଏଠାରେ ଶିଶୁ ଜାପାନୀ ଜ୍ୱରରେ ମରୁଛନ୍ତି। ବହୁ ଗାଁକୁ ରାସ୍ତା ଓ ବିଦ୍ୟୁତ ଯାଇନି।”

ସେ କହିଛନ୍ତି,“ପଞ୍ଚାୟତ କାର୍ଯ୍ୟାଳୟ ଏବେ ଶାସକ ଦଳର କିଛି ଟାଉଟରଙ୍କ ଆଡ୍ଡା ସ୍ଥଳ ପାଲଟିଛି। ବ୍ଲକ ଅଫିସ୍‌ ଶାସକ ଦଳର କୁଜି ନେତାଙ୍କ ଆଖଡାରେ ପରିଣତ ହୋଇଛି। ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ୍‌ ଓ ଡିଆରଡିଏ ଅଫିସ ପର୍ଯ୍ୟନ୍ତ ବିନା ଲାଞ୍ଚରେ କାମ ହେଉନାହିଁ। ସରକାରୀ କଳକୁ ବିଜେଡି ନିଜ କାର୍ଯ୍ୟରେ ଲଗାଉଛି। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସବୁ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ସରକାରୀ ଦଳ ପାଇଁ ପ୍ରଚାରର ଦାୟିତ୍ୱ ନେଇଥିଲେ।”

ପ୍ରଚାର ଆରମ୍ଭ କଲା କଂଗ୍ରେସ

ଆଜି କଂଗ୍ରେସ ପକ୍ଷରୁ ବିଧିବଧ ଭାବେ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଛି। ଭୁବନେଶ୍ୱର ଉପକଣ୍ଠ ହଂସପାଳରୁ ଆରମ୍ଭ ହୋଇଛି ପ୍ରଚାର ଅଭିଯାନ।

Related story