ପଞ୍ଚାୟତ ନିର୍ବାଚନରେ ଭଲ କରିବା ପାଇଁ ଜିଲ୍ଲା ସଭାପତିଙ୍କୁ ପରାମର୍ଶ ଦେଲେ ରାହୁଲ

ନୂଆଦିଲ୍ଲୀ: ପ୍ରସାଦ ହଟାଅକୁ ନେଇ କିଛିଦିନ ହେବ ରାଜ୍ୟ କଂଗ୍ରେସରେ ଲାଗି ରହିଥିବା ଛକାପଞ୍ଝାରେ ପୂର୍ଣ୍ଣଚ୍ଛେଦ ପଡିଛି। ଦିଲ୍ଲୀର ୧୫-ସିଆରଜି ରୋଡ଼ ୱାର ରୁମ୍‌ରେ ୨୩ ଜିଲ୍ଲା ସଭାପତିଙ୍କ ସହ ରାହୁଲ ଗାନ୍ଧି ବୈଠକ କରିବା ପରେ ଏହି ଆଲୋଚନାର ଅବସାନ ଘଟିଛି। ପଞ୍ଚାୟତ ନିର୍ବାଚନରେ ଦଳ କିପରି ଭଲ କରିବ ସେ ନେଇ ରାହୁଲ ଜିଲ୍ଲା ସଭାପତିମାନଙ୍କ ସହ ଆଲୋଚନା କରିବା ସହ ଗୁରୁମନ୍ତ୍ର ଦେଇଛନ୍ତି। ଏହାସହ ପ୍ରସାଦଙ୍କ ନେତୃତ୍ୱରେ ହିଁ ଦଳ ପଞ୍ଚାୟତ ନିର୍ବାଚନ […]

congress

Rakesh Mallick
  • Published: Thursday, 03 November 2016
  • , Updated: 03 November 2016, 09:21 PM IST

ନୂଆଦିଲ୍ଲୀ: ପ୍ରସାଦ ହଟାଅକୁ ନେଇ କିଛିଦିନ ହେବ ରାଜ୍ୟ କଂଗ୍ରେସରେ ଲାଗି ରହିଥିବା ଛକାପଞ୍ଝାରେ ପୂର୍ଣ୍ଣଚ୍ଛେଦ ପଡିଛି। ଦିଲ୍ଲୀର ୧୫-ସିଆରଜି ରୋଡ଼ ୱାର ରୁମ୍‌ରେ ୨୩ ଜିଲ୍ଲା ସଭାପତିଙ୍କ ସହ ରାହୁଲ ଗାନ୍ଧି ବୈଠକ କରିବା ପରେ ଏହି ଆଲୋଚନାର ଅବସାନ ଘଟିଛି। ପଞ୍ଚାୟତ ନିର୍ବାଚନରେ ଦଳ କିପରି ଭଲ କରିବ ସେ ନେଇ ରାହୁଲ ଜିଲ୍ଲା ସଭାପତିମାନଙ୍କ ସହ ଆଲୋଚନା କରିବା ସହ ଗୁରୁମନ୍ତ୍ର ଦେଇଛନ୍ତି। ଏହାସହ ପ୍ରସାଦଙ୍କ ନେତୃତ୍ୱରେ ହିଁ ଦଳ ପଞ୍ଚାୟତ ନିର୍ବାଚନ ଲଢିବ ବୋଲି ସେ କହିଛନ୍ତି।

କଂଗ୍ରେସର ଓଡ଼ିଶା ପ୍ରଭାରୀ ବି.କେ. ହରିପ୍ରସାଦ କହିଛନ୍ତି,“ରାହୁଲ ପଞ୍ଚାୟତ ନିର୍ବାଚନ ନେଇ ଜିଲ୍ଲା ସଭାପତିମାନଙ୍କ ସହ ଆଲୋଚନ କରିଛନ୍ତି। ପଞ୍ଚାୟତ ନିର୍ବାଚନରେ ଦଳ କିପରି ଭଲ କରିବ ସେ ନେଇ ରାହୁଲ ପରାମର୍ଶ ଦେଇଛନ୍ତି। ବାକି ୧୦ ଜଣ ଜିଲ୍ଲା ସଭାପତିଙ୍କର ଆସିବାର କୌଣସି ଆବଶ୍ୟକତା ନାହିଁ। ସେମାନେ ପୂର୍ବରୁ ଆସି ରାହୁଲଙ୍କ ସହ ଆଲୋଚନା କରିଛନ୍ତି।”

ସେ କହିଛନ୍ତି,“ପ୍ରସାଦଙ୍କ ସମ୍ପର୍କରେ ବୈଠକରେ କିଛି ଆଲୋଚନା ହୋଇନାହିଁ। କେବଳ ପଞ୍ଚାୟତ ନିର୍ବାଚନରେ ଦଳ କିପରି ଭଲ କରିବ ସେ ନେଇ ଆଲୋଚନା ହୋଇଛି।”

କଟକ ନଗର କଂଗ୍ରେସ କମିଟି ସଭାପତି ଇଂ ମହମ୍ମଦ ମୋକିମ କହିଛନ୍ତି,“ପ୍ରାୟ ଏକ ଘଣ୍ଟା ୪୫ ମିନିଟ୍‌ ରାହୁଲ ଗାନ୍ଧି ଆମମାନଙ୍କ ସହ ଆଲୋଚନା କଲେ। ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ଖୋଲା ମନରେ ଆଲୋଚନା କଲୁ। ଦଳ କିପରି ପଞ୍ଚାୟତ ନିର୍ବାଚନରେ ଭଲ କରିବ ସେ ନେଇ ରାହୁଲ ଗାନ୍ଧି ଆମକୁ ପରାମର୍ଶ ଦେଇଛନ୍ତି। ୩ ମାସ ପରେ ପୁଣି ତାଙ୍କ ସହ ବୈଠକରେ ଆଲୋଚନା କରିବୁ।”

ସେ ଆହୁରି କହିଛନ୍ତି,“ବିଶୃଙ୍ଖଳିତ କର୍ମୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାହୁଲ ଜିଲ୍ଲା ସଭାପତିମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି। ପ୍ରସାଦ ହଟିବା ବା ତାଙ୍କୁ ହଟାଇବାର ପ୍ରଶ୍ନ ଉଠୁନାହିଁ। ପ୍ରସାଦଙ୍କ ନେତୃତ୍ୱରେ ପଞ୍ଚାୟତ ନିର୍ବାଚନ ଲଢିବାକୁ ରାହୁଲ ଆମକୁ ପରାମର୍ଶ ଦେଇଛନ୍ତି।”

ସେ କହିଛନ୍ତି,“ମହାନଦୀ ଇସ୍ୟୁଠାରୁ ଆରମ୍ଭ କରି ବିଜେଡିର ରାସନକାର୍ଡ କେଳେଙ୍କାରୀକୁ ନେଇ ରାଜ୍ୟ କଂଗ୍ରେସ କି କି କାର୍ଯ୍ୟକ୍ରମ କରିଛି ସବୁ କହିଲୁ। ରାହୁଲ ଗାନ୍ଧିଙ୍କୁ ମାଲକାନଗିରି ଆସିବାକୁ ଆମନ୍ତ୍ରଣ କରିଥିଲୁ। ସେ ଏଥିପାଇଁ ସହମତି ପ୍ରକାଶ କରିଛନ୍ତି।”

Related story