କୋରାପୁଟରେ କୁନ୍ଦୁଲି ତାତି: ନାବାଳିକା ଗଣ ବଳାତ୍କାରୀଙ୍କ ଗିରଫ ଦାବିରେ ଜୀବନଯାତ୍ରା ଠପ୍‌

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣଦୁଷ୍କର୍ମକୁ ନେଇ ତେଜୁଛି ଜନ ଅସନ୍ତୋଷ। ସରଗରମ ହେଉଛି ରାଜନୀତି। ଆଜି କଂଗ୍ରେସର ୭ ଘଣ୍ଟିଆ ବନ୍ଦ ଯୋଗୁଁ ଠପ୍ ହୋଇଯାଇଛି ଜିଲ୍ଲାର ଜୀବନଯାତ୍ରା। ଆସନ୍ତାକାଲିଠାରୁ ଦଳ(କଂଗ୍ରେସ) ଜିଲ୍ଲାରେ ପଦଯାତ୍ରା ଆରମ୍ଭ କରିବାକୁ ଯାଉଛି। କଂଗ୍ରେସର ନାରାବାଜିରେ କମ୍ପିଲା କୋରାପୁଟ। କୁନ୍ଦୁଲି କଳଙ୍କର ଖଳନାୟକଙ୍କୁ ଧରିବା ଦାବିରେ ଠପ୍ ହୋଇଗଲା ଚକଅଖ। ନାବାଳିକା ଛାତ୍ରୀ ଦୁଷ୍କର୍ମର ଖଳନାୟକଙ୍କୁ ଗିରଫ ଓ ପୀଡ଼ିତାଙ୍କୁ କ୍ଷତିପୂରଣ ଦାବିରେ ଜିଲ୍ଲା କଂଗ୍ରେସର ବନ୍ଦ […]

Rakesh Mallick
  • Published: Monday, 16 October 2017
  • , Updated: 16 October 2017, 09:57 PM IST

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣଦୁଷ୍କର୍ମକୁ ନେଇ ତେଜୁଛି ଜନ ଅସନ୍ତୋଷ। ସରଗରମ ହେଉଛି ରାଜନୀତି। ଆଜି କଂଗ୍ରେସର ୭ ଘଣ୍ଟିଆ ବନ୍ଦ ଯୋଗୁଁ ଠପ୍ ହୋଇଯାଇଛି ଜିଲ୍ଲାର ଜୀବନଯାତ୍ରା। ଆସନ୍ତାକାଲିଠାରୁ ଦଳ(କଂଗ୍ରେସ) ଜିଲ୍ଲାରେ ପଦଯାତ୍ରା ଆରମ୍ଭ କରିବାକୁ ଯାଉଛି।

କଂଗ୍ରେସର ନାରାବାଜିରେ କମ୍ପିଲା କୋରାପୁଟ। କୁନ୍ଦୁଲି କଳଙ୍କର ଖଳନାୟକଙ୍କୁ ଧରିବା ଦାବିରେ ଠପ୍ ହୋଇଗଲା ଚକଅଖ। ନାବାଳିକା ଛାତ୍ରୀ ଦୁଷ୍କର୍ମର ଖଳନାୟକଙ୍କୁ ଗିରଫ ଓ ପୀଡ଼ିତାଙ୍କୁ କ୍ଷତିପୂରଣ ଦାବିରେ ଜିଲ୍ଲା କଂଗ୍ରେସର ବନ୍ଦ ପାଳିତ ହୋଇଛି। କଂଗ୍ରେସର ଏହି ଶାନ୍ତିପୂର୍ଣ୍ଣ ବନ୍ଦ ପାଳନରେ ବିଜେପି ନେତା ଜୟରାମ ପାଙ୍ଗିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଗଣଦୁଷ୍କର୍ମର ପ୍ରତିବାଦରେ କାଲିଠୁ ଜିଲ୍ଲାରେ ପଦଯାତ୍ରା କରିବ କଂଗ୍ରେସ। ପୀଡ଼ିତାଙ୍କ ଗାଁରୁ ଡିଆଇଜିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦେଓମାଳିର ନିର୍ଭୟା ସନ୍ଦେଶ ନାଁରେ ପଦଯାତ୍ରା କରିବ ଦଳ। ଅପରପକ୍ଷରେ ବିଜେଡି ଏସ୍‌ସି ସେଲ୍‌ର ଏକ ଟିମ୍ ଆଜି ସହିଦ ଲକ୍ଷ୍ମଣନାୟକ  ମେଡ଼ିକାଲ କଲେଜ୍ ଓ ହସପିଟାଲକୁ ଯାଇ ପୀଡ଼ିତା ଓ ପରିବାର ଲୋକଙ୍କୁ ଭେଟିବା ସହ ପୋଲିସ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲା।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି-“ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାକୁ ଅନ୍ୟାୟ କରୁଛନ୍ତି। ଆମର ଦାବି, ଅଭିଯୁକ୍ତଙ୍କୁ ଗିରଫ କରାଯାଉ ଓ ପୀଡ଼ିତାଙ୍କୁ ୫୦ ଲକ୍ଷ ଟଙ୍କା ଦିଆଯାଉ।”

ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗୀ କହିଛନ୍ତି-“ଏହି ଘଟଣାକୁ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ପୀଡ଼ିତାଙ୍କୁ ନ୍ୟାୟ ନମିଳିଲେ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇବ।”

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି-“ଏପରି ଏକ ସମ୍ୱେଦନଶୀଳ ଘଟଣାକୁ ନେଇ ରାଜନୈତିକ କରିବା ଉଚିତ ନାହିଁ। ଦୋଷୀ ଦଣ୍ଡା ପାଉ ଓ ପୀଡିତା ନ୍ୟାୟ। ଭବିଷ୍ୟତରେ ଯେପରି ଏପରି ଘଟଣା ନଘଟିବ, ସେଥିପ୍ରତି ଧ୍ୟାନ ଦିଆଯାଉ।”

Related story