ଶାହଙ୍କ ଉପରେ ବର୍ଷିଲେ ପ୍ରସାଦ: କହିଲେ-ବର୍ଷକରେ ୧୬ ହଜାର ଗୁଣା ବଢ଼ିଛି ପୁଅର ବେପାର; ମୋଦିଙ୍କୁ କଟା‍କ୍ଷ-ଅମିତ୍ କେ ସାଥ୍, ଜୟ କା ବିକାଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ। ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି-“୨୦୧୪-୧୫ ମସିହାରେ ଅମିତଙ୍କ ପୁଅଙ୍କର ବ୍ୟବସାୟ ମାତ୍ର ୫୦,୦୦୦ ଟଙ୍କା ଥିଲା। ମାତ୍ର ବର୍ଷକ ଭିତରେ ୧୬ ହଜାର ଗୁଣା ବଢ଼ି ୮୦ କୋଟି ୫୦ ଲକ୍ଷ ଟଙ୍କାରେ ପହଞ୍ଚିଛି। ଏ ଟଙ୍କା କେଉଁଠୁ ଆସିଲା। ଅମିତ ପୁଅଙ୍କ ହାତରେ […]

Rakesh Mallick
  • Published: Monday, 09 October 2017
  • , Updated: 09 October 2017, 05:57 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ। ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି-“୨୦୧୪-୧୫ ମସିହାରେ ଅମିତଙ୍କ ପୁଅଙ୍କର ବ୍ୟବସାୟ ମାତ୍ର ୫୦,୦୦୦ ଟଙ୍କା ଥିଲା। ମାତ୍ର ବର୍ଷକ ଭିତରେ ୧୬ ହଜାର ଗୁଣା ବଢ଼ି ୮୦ କୋଟି ୫୦ ଲକ୍ଷ ଟଙ୍କାରେ ପହଞ୍ଚିଛି। ଏ ଟଙ୍କା କେଉଁଠୁ ଆସିଲା। ଅମିତ ପୁଅଙ୍କ ହାତରେ ଯାଦୁର ଛଡ଼ି କେଉଁଠୁ ଆସିଲା?”

ପ୍ରସାଦ ଆହୁରି କହିଛନ୍ତି- “ଅମିତ ଓଡ଼ିଶା ବାରମ୍ୱାର ଆସୁଛନ୍ତି। ଦୁର୍ନୀତି ଓ ଭ୍ରଷ୍ଟାଚାର କଥା କହି କୁହାଟ ମାରୁଛନ୍ତି। ମାତ୍ର ତାଙ୍କ ପୁଅଙ୍କ ଭ୍ରଷ୍ଟାଚାର ପ୍ରତି ପାଟି ଫିଟୁନି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହୁଛନ୍ତି ‘ନା ଖାଇବି ନା ଖାଇବାକୁ ଦେବି’। ମାତ୍ର ମୋଦିଙ୍କ ଆଖି କ’ଣ ତାଙ୍କ ପରମ ବନ୍ଧୁଙ୍କ ପୁଅଙ୍କ ଭ୍ରଷ୍ଟାର ଓ ଦୁର୍ନୀତି ଉପରେ ପଡ଼ୁନି? ସତେ ଯେମିତି ମୋଦିଙ୍କ ନାରା ‘ସବକା ସାଥ୍, ସବକା ବିକାଶ’ ପ୍ରକୃତରେ ‘ଅମିତ କେ ସାଥ୍, ପୁଅ ଜୟ କା ବିକାଶ’ରେ ପରିଣତ ହୋଇଯାଇଛି।”

ସେ କହିଛନ୍ତି- “ବିମୁଦ୍ରାକରଣ ହେଲେ ଦେଶକୁ ଲାଭ ମିଳିବ। କଳା ଧନ କାରବାର ଉପରେ ପ୍ରତିବନ୍ଧକ ଲାଗିବ। ଆୟକର ବିଭାଗ ବିଭିନ୍ନ ବେନାମୀ କମ୍ପାନୀ ଉପରେ ଚଢ଼ାଉ କରି ବହୁ ସମ୍ପତ୍ତି ଜବତ କଲା। ମାତ୍ର ଅମିତଙ୍କ ପୁଅଙ୍କ କମ୍ପାନୀ ଉପରେ କାହାର ଆଖି ପଡ଼ିଲା ନାହିଁ।”

Related story