ନବୀନ ନିବାସ ଆଡ଼କୁ ଯିବାକୁ ଉଦ୍ୟମ: ଚୁକ୍ତିଭିତ୍ତିକ ଶିକ୍ଷକ ଓ ପୋଲିସ୍ ମୁହାଁମୁହାଁ

ଭୁବନେଶ୍ୱର: ଠିକା ଶିକ୍ଷକ ନିଯୁକ୍ତି ବାତିଲ ନେଇ ସରକାର ନେଇଥିବା ନିଷ୍ପତ୍ତିକୁ ବିରୋଧ କରି ଗୁରୁବାର ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ପକ୍ଷରୁ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନଠାରେ ପ୍ରତିବାଦ କରାଯାଇଥିଲା। ଏହା ପରେ ଶିକ୍ଷକଶିକ୍ଷୟିତ୍ରୀମାନେ ପୂର୍ବ ଘୋଷଣା ମୁତାବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ଘେରିବାକୁ ବାହାରି ଥିଲେ। ସେମାନେ ନବୀନ ନିବାସ ଆଡ଼କୁ ମୁହାଁଇବା ମାତ୍ରେ ପୋଲିସ୍ ଦେଇଥିଲା ବାଧା। ଫଳରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ପୋଲିସ୍ ଆନ୍ଦୋଳନକାରୀମାନଙ୍କୁ ନବୀନ ନିବାସ ଆଡ଼କୁ ଯିବାକୁ […]

c-teacher

Rakesh Mallick
  • Published: Thursday, 26 November 2015
  • , Updated: 26 November 2015, 08:36 AM IST

ଭୁବନେଶ୍ୱର: ଠିକା ଶିକ୍ଷକ ନିଯୁକ୍ତି ବାତିଲ ନେଇ ସରକାର ନେଇଥିବା ନିଷ୍ପତ୍ତିକୁ ବିରୋଧ କରି ଗୁରୁବାର ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ପକ୍ଷରୁ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନଠାରେ ପ୍ରତିବାଦ କରାଯାଇଥିଲା। ଏହା ପରେ ଶିକ୍ଷକଶିକ୍ଷୟିତ୍ରୀମାନେ ପୂର୍ବ ଘୋଷଣା ମୁତାବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ଘେରିବାକୁ ବାହାରି ଥିଲେ। ସେମାନେ ନବୀନ ନିବାସ ଆଡ଼କୁ ମୁହାଁଇବା ମାତ୍ରେ ପୋଲିସ୍ ଦେଇଥିଲା ବାଧା। ଫଳରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ପୋଲିସ୍ ଆନ୍ଦୋଳନକାରୀମାନଙ୍କୁ ନବୀନ ନିବାସ ଆଡ଼କୁ ଯିବାକୁ ଦେଇ ନ ଥିଲା। ସଂଘର ସଭାପତି, ସଂପାଦକ ଓ  ଶତାଧିକ ଶିକ୍ଷକଙ୍କୁ ପୋଲିସ୍ ଅଟକ ରଖିଛି।

ପୁନଃ ନିଯୁକ୍ତି ଦାବି କରି ଭୁବନେଶ୍ୱରରେ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ବିକ୍ଷୋଭ ପ୍ରଦର୍ଶନ କରିଛି। ଗଣଶିକ୍ଷା ବିଭାଗର ବେପରୁଆ ମନୋବୃତ୍ତି ପାଇଁ ଚୁକ୍ତିଭିତ୍ତିକ ଶିକ୍ଷକ ଚାକିରି ହରାଇଥିବା ସଂଘ ଅଭିଯୋଗ କରିଛି। ନିଯୁକ୍ତି ପ୍ରକ୍ରିୟା ଉପରେ ରହିତାଦେଶ ଥିବା କଥା ସରକାର ଜାଣି ସୁଦ୍ଧା ଗଣଶିକ୍ଷା ବିଭାଗ କିପରି ନିଯୁକ୍ତି ଦେଲେ ବୋଲି ସଂଘ ପ୍ରଶ୍ନ ଉଠାଇଛି।

Related story