ଆପଣଙ୍କର ଏସିଡିଟି ସମସ୍ୟା ଅଛି କି? ଧନିଆ ପତ୍ର ଜୁସ୍ ପିଅନ୍ତୁ   

ଧନିଆ ପତ୍ର ଖାଦ୍ୟକୁ ସୁଆଦିଆ କରିଥାଏ। ଖାଦ୍ୟକୁ ପ୍ଲେଟ୍‌ରେ ସଜାଇବା ପାଇଁ ମଧ୍ୟ ଆମେ ଧନିଆପତ୍ରର ବ୍ୟବହାର କରୁ। କିନ୍ତୁ ଆପଣ ଜାଣିଛନ୍ତି ଖାଦ୍ୟର ସ୍ୱାଦ ବଢ଼ାଉଥିବା ଧନିଆପତ୍ର ଆମ ଶରୀର ପାଇଁ ବି ଭାରି ଉପକାରୀ ହୋଇଥାଏ। ଧନିଆ ପତ୍ରରେ ପୋଟାସିୟମ୍, କ୍ୟାଲସିୟମ, ଭିଟାମିନ୍ ସି ଓ ମ୍ୟାଗ୍ନେସିୟମ ଭରପୂର ମାତ୍ରାରେ ରହିଛି। ଆଜି ଆମେ ଆପଣଙ୍କୁ ଧନିଆ ପତ୍ରର କିଛି ଫାଇଦା ସଂପର୍କରେ ଜାଣିବା। ଓଜନ କମାଇପାରେ ଓଜନ ହ୍ରାସ କରାଇବା ଗୁଣ ଧନିଆ […]

Rakesh Mallick
  • Published: Tuesday, 10 October 2017
  • , Updated: 10 October 2017, 07:40 AM IST

ଧନିଆ ପତ୍ର ଖାଦ୍ୟକୁ ସୁଆଦିଆ କରିଥାଏ। ଖାଦ୍ୟକୁ ପ୍ଲେଟ୍‌ରେ ସଜାଇବା ପାଇଁ ମଧ୍ୟ ଆମେ ଧନିଆପତ୍ରର ବ୍ୟବହାର କରୁ। କିନ୍ତୁ ଆପଣ ଜାଣିଛନ୍ତି ଖାଦ୍ୟର ସ୍ୱାଦ ବଢ଼ାଉଥିବା ଧନିଆପତ୍ର ଆମ ଶରୀର ପାଇଁ ବି ଭାରି ଉପକାରୀ ହୋଇଥାଏ। ଧନିଆ ପତ୍ରରେ ପୋଟାସିୟମ୍, କ୍ୟାଲସିୟମ, ଭିଟାମିନ୍ ସି ଓ ମ୍ୟାଗ୍ନେସିୟମ ଭରପୂର ମାତ୍ରାରେ ରହିଛି। ଆଜି ଆମେ ଆପଣଙ୍କୁ ଧନିଆ ପତ୍ରର କିଛି ଫାଇଦା ସଂପର୍କରେ ଜାଣିବା।

ଓଜନ କମାଇପାରେ

ଓଜନ ହ୍ରାସ କରାଇବା ଗୁଣ ଧନିଆ ପତ୍ରରେ ରହିଛି। ଏଥିପାଇଁ ଧନିଆ ପତ୍ରକୁ ପ୍ରଥମେ ଭଲ ଭାବେ ଧୋଇ ସଫା କରି ଦିଅନ୍ତୁ। ଏହା ପରେ ଏକ ଗ୍ଲାସ ପାଣିରେ ଏହାକୁ ଫୁଟାଇ ଦିଅନ୍ତୁ। ପାଣି ଫୁଟି ଫୁଟି ଅଧା ହୋଇଯିବା ପରେ ତାହାକୁ ଛାଣି ପିଅନ୍ତୁ। ଏପରି କଲେ କିଛି ଦିନ ମଧ୍ୟରେ ଆପଣ ଅନୁଭବ କରିବେ ଯେ ଆପଣଙ୍କ ଓଜନ କମୁଛି।

ଆଖି ଯନ୍ତ୍ରଣା ପାଇଁ ଉପକାରୀ

ଯଦି ଆପଣଙ୍କ ଆଖିରେ ଯନ୍ତ୍ରଣା ହେଉଛି ଅବା ଏଥିରେ ଜଳାପୋଡ଼ା ହେଉଛି ତା’ହେଲେ ଧନିଆ ପତ୍ରର ବ୍ୟବହାର କରନ୍ତୁ। ସବୁଜ ଧନିଆ ପତ୍ରର ରସକୁ ପ୍ରତିଦିନ ଦୁଇରୁ ତିନି ଥର ଆଖିରେ ପକାନ୍ତୁ। ଏମିତି କଲେ ଆଖିର ପୀଡ଼ା ଖୁବଶୀଘ୍ର ଭଲ ହୋଇଯାଏ।

କୋଲେଷ୍ଟ୍ରୋଲ ସ୍ତରକୁ ନିୟନ୍ତ୍ରଣରେ ରଖେ

ଯଦି ଆପଣଙ୍କର କୋଲେଷ୍ଟ୍ରୋଲ ସ୍ତର ବଢ଼ି ଯାଇଛି, ତା’ହେଲେ ଧନିଆ ପତ୍ର ଖାଆନ୍ତୁ। ଏଥିପାଇଁ ଏହାକୁ ପାଣିରେ ଫୁଟାଇ ଦିଅନ୍ତୁ ଓ ଉକ୍ତ ପାଣିକୁ ଛାଣି ପିଅନ୍ତୁ।

ଏସିଡିର ଅବ୍ୟର୍ଥ ଔଷଧ

ଯଦି ଆପଣଙ୍କର ଏସିଡିଟି ସମସ୍ୟା ରହିଛି, ତା’ହେଲେ ଧନିଆ ପତ୍ର ଜୁସ୍‌ରେ ଅଳ୍ପ ଚିନି ମିଶାଇ ପିଅନ୍ତୁ। ଏମିତି କଲେ ଏସିଡିଟି ସମସ୍ୟା ଦୂର ହୋଇଯାଏ।

Related story