ପ୍ରେମ ମାନିଲାନି ସ୍ଥାନ କାଳ ପାତ୍ର: ଟ୍ରେନ୍‌ ଭିତରେ, ସମସ୍ତଙ୍କ ଆଗରେ….ଦେଖନ୍ତୁ ଭିଡିଓ

ମୁମ୍ବଇ(ଓଡିଶା ରିପୋର୍ଟର): ଟ୍ରେନ୍‌ର ଛୁକ୍ ଛୁକ୍‌ ଶବ୍ଦ ଭିତରେ ସେମାନଙ୍କ ପ୍ରେମ ବି ନିବିଡ ହୋଇ ଯାଉଥାଏ। କେତେବେଳେ ପ୍ରେମିକପ୍ରବର ଜଣକ ସୁନ୍ଦରୀ ପ୍ରେମିକାଙ୍କ ଆଡକୁ ଢଳି ଯାଉଥାନ୍ତି ତ କେତେବେଳେ ପ୍ରେମିକାଙ୍କ ପଟରୁ ଏମିତି ହେଉଥାଏ। ଦେହରେ ଦେହ ମିଶି ଯାଇଥାଏ। ବେସ୍‌ ଅନ୍ତରଙ୍ଗ ଲାଗୁଥାଏ ଏହି ମୁହୂର୍ତ୍ତ। ପ୍ରେମିକା ଜଣକ ଗେହ୍ଲେଇ ହୋଇ କିଛି କଥା ମଧ୍ୟ କହୁଥାନ୍ତି ଆଉ ନିଜ ବୟଫ୍ରେଣ୍ଡଙ୍କ ଦେହକୁ ଏମିତି ଜାବୁଡି ଧରିଥାନ୍ତି ଯେମିତି ତାଙ୍କୁ ନ ଧରିଲେ ସେ ପଡିଯିବେ । ଏ ଦୃଶ୍ୟକୁ ପାଖରେ ଥିବା କିଛି ଲୋକ ମନଭରି ଉପଭୋଗ କରୁଥିବା ବେଳେ କିଛି ଲୋକ ଟୁପୁର ଟାପୁରୁ ହେଉଥାନ୍ତି ।

ଆପଣ ଭାବୁଥିବେ ଆମ କୌଣସି ଗପ କହୁଛୁ। ହେଲେ ଏହା ଗପ ନୁହେଁ ବାସ୍ତବତା। ମୁମ୍ବାଇର ଏକ ଲୋକାଲ ଟ୍ରେନରେ ନିକଟରେ ଏମତି ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ ହୋଇଥିବା ଏହି ଭିଡିଓରେ ମୁମ୍ବାଇର କୌଣସି ଲୋକାଲ ଟ୍ରେନ୍‌ରେ ଏଭଳି କାଣ୍ଡ ଘଟିଛି ବୋଲି କୁହାଯାଉଛି। ଯାହାକୁ ଦେଖିଲେ ଆପଣଙ୍କୁ ବି ଲାଗିବ, ପ୍ରେମ ସତରେ ଅନ୍ଧ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।