ଦୀପାବଳିରେ ବାୟୁ ପ୍ରଦୂଷଣ ଚିନ୍ତା: ବାଣ ଫୁଟା କଟକଣା ସପକ୍ଷରେ ନିୟନ୍ତ୍ରଣ ବୋର୍ଡ଼

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀପାବଳିରେ ବାଣଫୁଟାକୁ ନେଇ ବଢୁଛି ପ୍ରଦୂଷଣ ଭୟ। ଦିଲ୍ଲୀ ଭଳି ଭୁବନେଶ୍ୱର ମଧ୍ୟ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି। ଗତ କିଛି ବର୍ଷ ଭିତରେ ଦୀପାବଳିରେ ରାଜଧାନୀର ପ୍ରଦୂଷଣ ମାତ୍ରା ଅତିଶୟ ଭାବେ ବଢ଼ିଥିବା ଲକ୍ଷ୍ୟ କରାଯାଇଛି। ଦେଖିବାକୁ ଗଲେ ଭୁବନେଶ୍ୱରରେ ସାଧାରଣ ଦିନରେ ପ୍ରଦୂଷଣର ମାତ୍ରା ୧୦୦ ମାଇକ୍ରୋଗ୍ରାମ୍ ପର ମିଟର କ୍ୟୁବ୍‌ ରହିବା କଥା। କିନ୍ତୁ ଦୀପାବଳିରେ ପ୍ରାୟ ୫ ଗୁଣ ବଢ଼ିଯାଉଛି। ଯାହା ପରିବେଶ ପାଇଁ ଉଦ୍‌ବେଗ ସୃଷ୍ଟି […]

cracker

Rakesh Mallick
  • Published: Saturday, 14 October 2017
  • , Updated: 14 October 2017, 11:03 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀପାବଳିରେ ବାଣଫୁଟାକୁ ନେଇ ବଢୁଛି ପ୍ରଦୂଷଣ ଭୟ। ଦିଲ୍ଲୀ ଭଳି ଭୁବନେଶ୍ୱର ମଧ୍ୟ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି। ଗତ କିଛି ବର୍ଷ ଭିତରେ ଦୀପାବଳିରେ ରାଜଧାନୀର ପ୍ରଦୂଷଣ ମାତ୍ରା ଅତିଶୟ ଭାବେ ବଢ଼ିଥିବା ଲକ୍ଷ୍ୟ କରାଯାଇଛି। ଦେଖିବାକୁ ଗଲେ ଭୁବନେଶ୍ୱରରେ ସାଧାରଣ ଦିନରେ ପ୍ରଦୂଷଣର ମାତ୍ରା ୧୦୦ ମାଇକ୍ରୋଗ୍ରାମ୍ ପର ମିଟର କ୍ୟୁବ୍‌ ରହିବା କଥା। କିନ୍ତୁ ଦୀପାବଳିରେ ପ୍ରାୟ ୫ ଗୁଣ ବଢ଼ିଯାଉଛି। ଯାହା ପରିବେଶ ପାଇଁ ଉଦ୍‌ବେଗ ସୃଷ୍ଟି କରୁଛି। ଏପରି ସ୍ଥଳେ ଦୀପାବଳିରେ ବାଣଫୁଟା ଉପରେ ପ୍ରତିବନ୍ଧକ ଲଗାଯିବା ଜରୁରି ବୋଲି ମତ ରଖିଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ହାଡ଼ିବନ୍ଧୁ ପାଣିଗ୍ରାହୀ କହିଛନ୍ତି-“ଦୀପାବଳିର ରାତି ୫ଟା ୧୨ଟା ପର୍ଯ୍ୟନ୍ତ ପ୍ରବଳ ବାଣ ଫୁଟିଛି। ଯାହାଦ୍ୱାରା ବାୟୁ ପ୍ରଦୂଷଣ ବଢ଼ି ଯାଉଛି। ତେଣୁ ବାଣ ବ୍ୟାନ୍‌ ହେବା ଜରୁରି।”

ଅଗ୍ନିଶମ ବିଭାଗର ଗାଇଡ୍‌ଲାଇନ୍‌

ଦୀପାବଳି ପାଇଁ ସହର ସାରା ଖୋଲି ଗଲାଣି ବାଣ ଦୋକାନ। ବାଣ ଦୋକାନରେ ଅଘଟଣ ଘଟିବା ଆଶଙ୍କା କରି ଅଗ୍ନିଶମ ବିଭାଗ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଜଳନଶୀଳ ପଦାର୍ଥଠାରୁ ଦୋକାନକୁ ଦୂରେଇ ରଖାଯିବା, ପ୍ରତି ବାଣ ଦୋକାନ ମଧ୍ୟରେ ଅତି କମ୍‌ରେ ୩ ମିଟର ଦୂରତା ରହିବ, ବାଣ ଦୋକାନ ବସୁଥିବା କ୍ଲଷ୍ଟର ଗୁଡ଼ିକ ୫୦ ମିଟର ନିରାପଦ ଦୂରତା ବଜାୟ ରଖିବେ।

କମିଶନରେଟ୍‌ ପୋଲିସର ସତର୍କତା

୧: ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କଠାରୁ ବାଣ କିଣିବା ଉଚିତ।

୨: ୧୨୫ ଡେସିବେଲରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାନ୍ତୁ ନାହିଁ।

୩: ବାଣ ଫୁଟାଇବା ବେଳେ ପାଣି ବାଲଟି, ବାଲି ଓ କମ୍ବଳ ପାଖରେ ରଖନ୍ତୁ।

୪: ହାବେଳୀ ବାଣ ପାଇଁ ଖୋଲା ସ୍ଥାନ ବ୍ୟବହାର କରନ୍ତୁ।

୫: ସ୍କୁଲ, ହଷ୍ଟେଲ, ଜନବସତି ଓ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ବାଣ ଫୁଟାନ୍ତୁ ନାହିଁ।

୬: ଜରୁରି ପରିସ୍ଥିତିରେ ପୋଲିସ କଣ୍ଟ୍ରୋଲ ରୁମ୍ ଓ ଦମକଳ କେନ୍ଦ୍ରକୁ ଡାଏଲ କରନ୍ତୁ।

Related story