ଆର୍‌ଡି ଛାତ୍ରୀଙ୍କ ଫଟୋ ସୋସିଆଲ୍‌ ମିଡିଆରେ ଛାଡିବା ଘଟଣାର ତଦନ୍ତ ପାଇଁ ୮ ଜଣିଆ ଟିମ୍‌ ଗଠିତ

ଭୁବନେଶ୍ୱର: ଫେସ୍‌ବୁକ୍‌ରେ ରମାଦେବୀ ବିଶ୍ୱବିଦ୍ୟାଳୟ(ଆର୍‌ଡି) ଛାତ୍ରୀଙ୍କୁ ବଦନାମ କରାଯିବାକୁ ନେଇ ହୋଇଥିବା ଷଡଯନ୍ତ୍ର ଅଭିଯୋଗ ମାମଲାର ତଦନ୍ତ ପାଇଁ ଏକ ସ୍ପେଶାଲ ଟିମ୍‌ ଗଠନ କରିଛି କ୍ରାଇମବ୍ରାଞ୍ଚ। ଏହି ଟିମ୍‌ରେ ୮ ଜଣ ସଦସ୍ୟ ଥିବା ବେଳେ ଦୁଇ ଜଣ ମହିଳାଇ ଇନ୍ସପେକ୍ଟରଙ୍କ ସମେତ ୩ ଜଣ ଇନ୍ସପେକ୍ଟର ଅଛନ୍ତି। ତାହାସହ ଏ ସଂକ୍ରାନ୍ତରେ ସହିଦ୍‌ନଗର ଥାନାରେ ରୁଜୁ ମାମଲା ସାଇବର ସେଲକୁ ସ୍ଥାନାନ୍ତର କରାଯାଇଛି। ଆଜି ବିଧାନସଭା ପରିସରରେ ରାମେଦବୀ ବିଶ୍ୱବିଦ୍ୟାଳୟ, ଶୈଳବାଳା ଓ କମଳା […]

cm

Rakesh Mallick
  • Published: Monday, 27 March 2017
  • , Updated: 27 March 2017, 10:59 PM IST

ଭୁବନେଶ୍ୱର: ଫେସ୍‌ବୁକ୍‌ରେ ରମାଦେବୀ ବିଶ୍ୱବିଦ୍ୟାଳୟ(ଆର୍‌ଡି) ଛାତ୍ରୀଙ୍କୁ ବଦନାମ କରାଯିବାକୁ ନେଇ ହୋଇଥିବା ଷଡଯନ୍ତ୍ର ଅଭିଯୋଗ ମାମଲାର ତଦନ୍ତ ପାଇଁ ଏକ ସ୍ପେଶାଲ ଟିମ୍‌ ଗଠନ କରିଛି କ୍ରାଇମବ୍ରାଞ୍ଚ। ଏହି ଟିମ୍‌ରେ ୮ ଜଣ ସଦସ୍ୟ ଥିବା ବେଳେ ଦୁଇ ଜଣ ମହିଳାଇ ଇନ୍ସପେକ୍ଟରଙ୍କ ସମେତ ୩ ଜଣ ଇନ୍ସପେକ୍ଟର ଅଛନ୍ତି। ତାହାସହ ଏ ସଂକ୍ରାନ୍ତରେ ସହିଦ୍‌ନଗର ଥାନାରେ ରୁଜୁ ମାମଲା ସାଇବର ସେଲକୁ ସ୍ଥାନାନ୍ତର କରାଯାଇଛି।

ଆଜି ବିଧାନସଭା ପରିସରରେ ରାମେଦବୀ ବିଶ୍ୱବିଦ୍ୟାଳୟ, ଶୈଳବାଳା ଓ କମଳା ନେହରୁ କଲେଜର ଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇଥିଲେ। ଏହି ସମୟରେ କ୍ରାଇମବ୍ରାଞ୍ଚ ଡିଜି ବିକେ ଶର୍ମା ଉପସ୍ଥିତ ଥିଲେ।

ଆରୋହି କ୍ରିଏସନ ନାମକ ଏକ ସଂସ୍ଥା ବିନା ଅନୁମତିରେ ସୋସିଆଲ ମିଡିଆରେ ରାମାଦେବୀ ବିଶ୍ୱବିଦ୍ୟାଳୟର ପ୍ରାୟ ୧୫ ଜଣ ଛାତ୍ରୀଙ୍କ ଫଟୋ ଅପଲୋଡ଼ କରିବା ସହ ଅଶ୍ଳୀଳ କ୍ୟାପସନ ଦେଇଥିବା ଅଭିଯୋଗ ହୋଇଛି।

ରମାଦେବୀ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ କହିଛନ୍ତି,“ଆମ କଲେଜର ପ୍ରାୟ ୧୫ ଜଣ ଛାତ୍ରୀଙ୍କ ଫଟୋ ଉକ୍ତ ସଂସ୍ଥା ପୋଷ୍ଟ କରି ଅଶ୍ଳୀର କ୍ୟାପସନ ଦେଇଛି। ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜଣାଇଛୁ।”

କମଳା ନେହରୁ କଲେଜର ଜଣେ ଛାତ୍ରୀ କହିଛନ୍ତି,“୨୫ ତାରିଖରୁ ସହିଦନଗର ଥାନାରେ ଏତଲା ଦେଇଥିଲୁ। ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ଭେଟି କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଥିଲୁ। ମୁଖ୍ୟମନ୍ତ୍ରୀ ଆମ କଥା ଶୁଣିଲେ ଓ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।”

ବିଜୁ ଛାତ୍ର ଜନତା ଦଳ ସଭାପତି ବ୍ୟୋମକେଶ ରାୟ କହିଛନ୍ତି,“ରାମେଦେବୀ, ଶୈଳବାଳା ଓ କମଳା ନେହରୁ କଲେଜର ଛାତ୍ରୀ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆରୋହୀ କ୍ରିଏସନ ସମ୍ପର୍କରେ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ଘଟଣା ଅନୁଧ୍ୟାନ କରିବା ପରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।”

Related story