ନେତା-ଶିକ୍ଷାବିତ୍‌ ମୁହାଁମୁହିଁ; ମଝିରେ ରେଭେନ୍ସା

କଟକ: ଥମୁନି ରେଭେନ୍ସାରେ ରାଜନୀତି ପ୍ରସଙ୍ଗର ଉଷ୍ମତା। ରେଭେନ୍ସାରେ ମାତ୍ରାଧିକ ରାଜନୈତିକ ହସ୍ତକ୍ଷେପ ହେଉଥିବା ନେଇ କୁଳପତି ପ୍ରକାଶ ଷଡ଼ଙ୍ଗୀ କହିବା ପରେ ଏବେ ରାଜନୈତିକ ଦଳମାନେ ଏ ପ୍ରସଙ୍ଗରେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି ଏବଂ ପରସ୍ପର ଉପରେ କାଦୁଅ ଫିଙ୍ଗିବା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ବାମ ଦଳ ଆଡ଼କୁ ସିଧାସଳଖ ଅଙ୍ଗୁଳି ଦେଖାଇଛନ୍ତି କୁଳପତି। ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ସମୀର ଦେ ଶାସକ ଏ ଘଟଣାରେ ଶାସକ ଦଳକୁ […]

samirprakash

Rakesh Mallick
  • Published: Thursday, 09 March 2017
  • , Updated: 09 March 2017, 05:28 PM IST

କଟକ: ଥମୁନି ରେଭେନ୍ସାରେ ରାଜନୀତି ପ୍ରସଙ୍ଗର ଉଷ୍ମତା। ରେଭେନ୍ସାରେ ମାତ୍ରାଧିକ ରାଜନୈତିକ ହସ୍ତକ୍ଷେପ ହେଉଥିବା ନେଇ କୁଳପତି ପ୍ରକାଶ ଷଡ଼ଙ୍ଗୀ କହିବା ପରେ ଏବେ ରାଜନୈତିକ ଦଳମାନେ ଏ ପ୍ରସଙ୍ଗରେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି ଏବଂ ପରସ୍ପର ଉପରେ କାଦୁଅ ଫିଙ୍ଗିବା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ବାମ ଦଳ ଆଡ଼କୁ ସିଧାସଳଖ ଅଙ୍ଗୁଳି ଦେଖାଇଛନ୍ତି କୁଳପତି।

ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ସମୀର ଦେ ଶାସକ ଏ ଘଟଣାରେ ଶାସକ ଦଳକୁ ଟାର୍ଗେଟ କରିଥିବା ବେଳେ କୁଳପତିଙ୍କ ଇସ୍ତଫ। ଏକ ନାଟକ ବୋଲି ସମାଲୋଚନା କରିଛନ୍ତି। କେବଳ ବର୍ତ୍ତମାନର କୁଳପତି ନୁହନ୍ତି ବରଂ ଅତୀତରେ ଯେଉଁମାନେ ରେଭେନ୍ସାରେ କୁଳପତି ଥିଲେ ସେମାନେ ସମସ୍ତେ ରାଜେନୈତିକ ବ୍ୟକ୍ତିଙ୍କ ହାତରେ ପରିଚାଳିତ ହେଉଥିଲେ। ଯଦି କୁଳପତିଙ୍କର ସାହସ ଅଛି ତେବେ ସେ ରେଭେନ୍ସାରେ ରାଜନୀତି କରୁଥିବା ବ୍ୟକ୍ତିଙ୍କ ନାମ ସର୍ବ ସମ୍ମୁଖରେ ଘୋଷଣା କରିବାକୁ ଆହ୍ୱାନ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ସମୀର ଦେ।

ଏ ଘଟଣାରେ କଂଗ୍ରେସ୍ ମଧ୍ୟ ମୁହଁ ଖୋଲିଛି। ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ଛାତ୍ରମାନଙ୍କୁ ବ୍ୟହାର କରି ରାଜନୀତି କରନ୍ତି ବୋଲି ପିସିସି କୋଷାଧ୍ୟକ୍ଷ ମହମ୍ମଦ ମୁକିମ୍ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ କହିଛନ୍ତି,“ରେଭେନ୍ସା ଛାତ୍ରଙ୍କ ଉପରେ କର୍ତ୍ତୃତ୍ତ୍ୱ ଜାହିର କରି ନାହିଁ। କେବଳ କର୍ତ୍ତବ୍ୟ କରେ। ରେଭେନ୍ସା ପ୍ରସଙ୍ଗରେ ଭିସି ନିଅନ୍ତି ଚୂଡ଼ାନ୍ତ ନିଷ୍ପତ୍ତି। ବିଶୃଙ୍ଖଳିତ ଛାତ୍ରଙ୍କ ଉପରେ ଭିସି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।”

ରେଭେନ୍ସା ପ୍ରସଂଗରେ ପାଟି ଖୋଲିଛି ରେଭେନ୍ସା ବିକାଶ ଅଭିଯାନ। ରେଭେନ୍ସା ପରିସରରେ କିଏ ରାଜନୀତି କରୁଛି ଏବଂ ତାଙ୍କୁ କିଏ ସୁଯୋଗ ଦେଉଛି ତାହା କୁଳପତି ସ୍ପଷ୍ଟ କରନ୍ତୁ ବୋଲି ଅନୁଷ୍ଠାନ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀରେ ଦାବି କରାଯାଇଛି। ତେବେ ରେଭେନ୍ସାରେ କୌଣସି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ନୁହେଁ ଲେଫ୍ଟ, ରାଇଟ୍, ସେଣ୍ଟର ଏମିତି ସବୁ ଦଳ ରାଜନୀତି କରନ୍ତି ବୋଲି ରେଭେନ୍ସା କୁଳପତି କହିଛନ୍ତି। ତେବେ ସେ ବାମ ଦଳକୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଏହା ସହିତ କୌଣସି ଶିକ୍ଷାନୁଷ୍ଠାନର ପରିଚାଳନା ବ୍ୟବସ୍ଥାରେ ରାଜେନୈତିକ ବ୍ୟକ୍ତିଙ୍କୁ ସ୍ଥାନିତ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। କେବଳ ରେଭେନ୍ସା ନୁହେଁ ସବୁ ବିଶ୍ୱବିଦ୍ୟାଳୟରେ ରାଜନୈତିକ ଚାପ ଥିବା କୁଳପତି କହିଛନ୍ତି।

 

 

Related story