କଟକ ଡିସିପିଙ୍କୁ ଭେଟିଲେ ଡାକ୍ତରୀ ସଂଘ ଛାତ୍ର ପ୍ରତିନିଧି

କଟକ: କଟକ ବଡ଼ ମେଡିକାଲରେ ଗାଡି ପାର୍କିଂକୁ ନେଇ ପୋଲିସ୍‌-ଡାକ୍ତର ମୁହାଁମୁହିଁ ଘଟଣାରେ ବିବାଦ ଜଟିଳ ହେବାର ଲାଗିଛି। ନେଫ୍ରୋଲୋଜି ବିଭାଗ ମୁଖ୍ୟ ଚିତ୍ତରଞ୍ଜନ କରଙ୍କ ସହ ଡାକ୍ତରୀ ସଂଘ ଛାତ୍ର ପ୍ରତିନିଧି ଆଜି କଟକ ଡିସିପିଙ୍କୁ ଭେଟିଛନ୍ତି। ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ଚିତ୍ତରଞ୍ଜନ ଆଜି ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ୍‌ ଡାକ୍ତରଙ୍କୁ କ୍ଷମା ମାଗନ୍ତୁ ବୋଲି ଡାକ୍ତର ଛାତ୍ରଛାତ୍ରୀ ଦାବି କରିଛନ୍ତି। ଗତକାଲି ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଡାକ୍ତରୀ ଛାତ୍ରଛାତ୍ରୀ […]

cuttack

Rakesh Mallick
  • Published: Saturday, 07 January 2017
  • , Updated: 07 January 2017, 01:30 PM IST

କଟକ: କଟକ ବଡ଼ ମେଡିକାଲରେ ଗାଡି ପାର୍କିଂକୁ ନେଇ ପୋଲିସ୍‌-ଡାକ୍ତର ମୁହାଁମୁହିଁ ଘଟଣାରେ ବିବାଦ ଜଟିଳ ହେବାର ଲାଗିଛି। ନେଫ୍ରୋଲୋଜି ବିଭାଗ ମୁଖ୍ୟ ଚିତ୍ତରଞ୍ଜନ କରଙ୍କ ସହ ଡାକ୍ତରୀ ସଂଘ ଛାତ୍ର ପ୍ରତିନିଧି ଆଜି କଟକ ଡିସିପିଙ୍କୁ ଭେଟିଛନ୍ତି। ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ଚିତ୍ତରଞ୍ଜନ ଆଜି ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ୍‌ ଡାକ୍ତରଙ୍କୁ କ୍ଷମା ମାଗନ୍ତୁ ବୋଲି ଡାକ୍ତର ଛାତ୍ରଛାତ୍ରୀ ଦାବି କରିଛନ୍ତି।

ଗତକାଲି ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଡାକ୍ତରୀ ଛାତ୍ରଛାତ୍ରୀ ମେଡିକାଲ ପରିସର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଏହା ସହ ରୋଗୀ ସେବା ବନ୍ଦ କରିବାକୁ ମଧ୍ୟ ସେମାନେ ଚେତାବନୀ ଦେଇଥିଲେ।

ପୋଲିସ ପକ୍ଷରୁ ଏହି ଘଟଣାରେ ପୂର୍ବରୁ ଏକ ଏତଲା ମଧ୍ୟ ମଙ୍ଗଳାବାଗ ଥାନାରେ ଦିଆଯାଇଛି। ଗତକାଲି ଏସସିବି ନେଫ୍ରୋଲୋଜି ବିଭାଗ ମୁଖ୍ୟ ଚିତ୍ତରଞ୍ଜନ କର ଗାଡି ପାର୍କିଂ କରୁଥିବା ବେଳେ ମଙ୍ଗଳାବାଗ ଥାନାର ଅତିରିକ୍ତ ଥାନା ଅଧିକାରୀ ତାଙ୍କୁ ଗାଳିଗୁଲଜ କରିବା ସହ ଧମକଚମକ ଦେଇଥିବା ଅଭିଯୋଗ ହୋଇଥିଲା। ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ପୋଲିସ୍‌ ମହାସଂଘର ଏକ ଜରୁରୀକାଳିନ ବୈଠକ ଗତକାଲି ବସିଥିଲା।

Related story