କଟକ: ନଦୀ ନୁହେଁ ୬ଟି ଅସ୍ଥାୟୀ ପୋଖରୀରେ ହେବ ମୂର୍ତ୍ତି ବିସର୍ଜନ

କଟକ: ଭସାଣ ସମୟରେ ସୃଷ୍ଟି ହେଉଥିବା ଜଳ ପ୍ରଦ୍ୟୁଷଣ ରୋକିବା ଓ ଭସାଣ ଉତ୍ସବକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ କଟକ ଡିସିପିଙ୍କୁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ମୂର୍ତ୍ତି ବିସର୍ଜନ ସମୟରେ ସୃଷ୍ଟି ହେଉଥିବା ଜଳ ପ୍ରଦ୍ୟୁଷଣ ରୋକିବା ଲାଗି କାଠଯୋଡି ଓ ମହାନଦୀର ୬ଟି ସ୍ଥାନରେ ଅସ୍ଥାୟୀ ପୋଖରୀ ତିଆରି କରାଯିବ ବୋଲି କଟକ […]

Orissa-High-Court

Orissa-High-Court

Rakesh Mallick
  • Published: Wednesday, 16 September 2015
  • Updated: 16 September 2015, 12:58 PM IST

Sports

Latest News

Orissa-High-Courtକଟକ: ଭସାଣ ସମୟରେ ସୃଷ୍ଟି ହେଉଥିବା ଜଳ ପ୍ରଦ୍ୟୁଷଣ ରୋକିବା ଓ ଭସାଣ ଉତ୍ସବକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ କଟକ ଡିସିପିଙ୍କୁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ମୂର୍ତ୍ତି ବିସର୍ଜନ ସମୟରେ ସୃଷ୍ଟି ହେଉଥିବା ଜଳ ପ୍ରଦ୍ୟୁଷଣ ରୋକିବା ଲାଗି କାଠଯୋଡି ଓ ମହାନଦୀର ୬ଟି ସ୍ଥାନରେ ଅସ୍ଥାୟୀ ପୋଖରୀ ତିଆରି କରାଯିବ ବୋଲି କଟକ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର କହିଛନ୍ତି । ଉକ୍ତ ପୋଖରୀରେ ପଲିଥିନ ସିଟର ବ୍ୟବହାର କରାଯିବ ଓ ବିସର୍ଜନ ପରେ ପଲିଥିନ ସହ ଅବଶେଷଗୁଡିକୁ ବାହାର କରାଯାଇ ଡମ୍ପିଂ ୟାର୍ଡରେ ଫିଙ୍ଗାଯିବ ବୋଲି ଜିଲ୍ଲାପାଳ ମିଶ୍ର ପ୍ରକାଶ କରିଛନ୍ତି । ସେପଟେ ପୂଜା ଓ ଭସାଣ ସମୟରେ ସାଉଣ୍ଡ ଯେପରି ୬୫ ଡେସିବେଲରୁ ଅଧିକ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବା ସହ ଭସାଣ ଶୋଭାଯାତ୍ରାରେ ଗାଡ଼ି ସଂଖ୍ୟା ଉପରେ ମଧ୍ୟ କୋର୍ଟ କଟକଣା ଜାରି କରିଛନ୍ତି ବୋଲି କଟକ ଡିସିପି ସଞ୍ଜୀବ ଅରୋରା କହିଛନ୍ତି । ଏଥିସହ ଏଣିକି ଛୁଟି ଦିନରେ ହିଁ ବିସର୍ଜନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କଟକରେ ପୂଜା ଓ ଭସାଣରେ ସୃଷ୍ଟି ହେଉଥିବା ଶବ୍ଦ ଓ ଜଳ ପ୍ରଦ୍ୟୁଷଣ, ଟ୍ରାଫିକ ସମସ୍ୟା ସମ୍ପର୍କିତ ଦାୟର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos