ବୀମା ପାଇଁ ମିଥ୍ୟା ମାମଲା: ନେମାଳର ତତ୍‌କାଳୀନ ଆଇଆଇସି ନିଲମ୍ବିତ

କଟକ: ଦୁର୍ଘଟଣାର ବୀମା କ୍ଲେମ୍‌ କରିବା ପାଇଁ ଥାନାରେ ମିଥ୍ୟା ମାମଲା ରୁଜୁ କରିବା ପ୍ରମାଣ ମିଳିବା ପରେ ନେମାଳ ଥାନାର ତତ୍କାଳୀନ ଆଇଆଇସି ଜ୍ୟୋତିରଞ୍ଜନ ଗୌଡ଼ଙ୍କୁ ଡିଜିପି କେ.ବି ସିଂହ ନିଲମ୍ବନ କରିଛନ୍ତି। ଗତ ଫେବ୍ରୁଆରୀ ମାସ ୨୭ ତାରିଖରେ ନେମାଳ ଅଞ୍ଚଳରେ ଏକ ମିନି ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୋଲିସ୍ ମୁଖ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ଟ୍ରକ୍‌ରେ ବସିଥିବା ୩ ଜଣ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା ବେଳେ ଦୁର୍ଘଟଣା ବୀମା […]

iic

Rakesh Mallick
  • Published: Wednesday, 15 June 2016
  • , Updated: 15 June 2016, 02:29 PM IST

କଟକ: ଦୁର୍ଘଟଣାର ବୀମା କ୍ଲେମ୍‌ କରିବା ପାଇଁ ଥାନାରେ ମିଥ୍ୟା ମାମଲା ରୁଜୁ କରିବା ପ୍ରମାଣ ମିଳିବା ପରେ ନେମାଳ ଥାନାର ତତ୍କାଳୀନ ଆଇଆଇସି ଜ୍ୟୋତିରଞ୍ଜନ ଗୌଡ଼ଙ୍କୁ ଡିଜିପି କେ.ବି ସିଂହ ନିଲମ୍ବନ କରିଛନ୍ତି।

ଗତ ଫେବ୍ରୁଆରୀ ମାସ ୨୭ ତାରିଖରେ ନେମାଳ ଅଞ୍ଚଳରେ ଏକ ମିନି ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୋଲିସ୍ ମୁଖ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ଟ୍ରକ୍‌ରେ ବସିଥିବା ୩ ଜଣ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା ବେଳେ ଦୁର୍ଘଟଣା ବୀମା କ୍ଲେମ୍ କରିବା ପାଇଁ ସେମାନଙ୍କୁ ଗୁରୁତର ଆହତ ଦର୍ଶାଇ ଏକ ମିଥ୍ୟା ମାମଲା ରୁଜୁ କରାଯାଇଥିଲା। ଏହା ସହ ସାଲେପୁରସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଆ.କେ ନାୟକଙ୍କ ସହଯୋଗରେ ଏକ ମିଥ୍ୟା ଇଞ୍ଜୁରି ରିପୋର୍ଟ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ତେବେ ଏହି ଘଟଣାର ତଦନ୍ତ କରୁଥିବା ନେମାଳ ଥାନାର ସବ୍‌ ଇନସପେକ୍ଟର ଜୟଶ୍ରୀ ଓଝା ଏହି ଅନିୟମିତତା ନେଇ ଉପରସ୍ଥ ଅଧିକାରୀଙ୍କୁ ଅବଗତ କରାଇବା ପରେ ମାମଲା ସାମନାକୁ ଆସିଥିଲା। ତଦନ୍ତ ପରେ ନେମାଳ ଅଞ୍ଚଳରେ ଏକ ରାକେଟ୍ ଚାଲିଥିବା ଜଣା ପଡ଼ିଥିଲା। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଡାକ୍ତର ଆର.କେ ନାୟକ ଓ ଓକିଲ ସରୋଜ ନାୟକଙ୍କ ସହ ମୋଟ ତିନି ଜଣଙ୍କ ନାମରେ ନେମାଳ ଥାନାରେ ଏକ ମାମଲା ରୁଜୁ ହୋଇଥିଲା।

Related story