କଟକ ବାଲିଯାତ୍ରା ପାଇଁ ଆଜିଠୁ ପ୍ଲଟ୍‌ ବିକ୍ରି

କଟକ: କଟକ ବାଲିଯାତ୍ରା ନେଇ ଆଜିଠାରୁ ପ୍ଲଟ୍‌ ବିକ୍ରି ଆରମ୍ଭ ହେବ। ବର୍ଦ୍ଧିତ ପ୍ଲଟ୍‌ ଦରକୁ ନେଇ ଗତ ୪ଦିନ ହେଲା ଜିଲ୍ଲା ପ୍ରଶାସନ ଏବଂ ବାଲିଯାତ୍ରା ବ୍ୟବସାୟୀ ସଂଘ ମଧ୍ୟରେ ବିବାଦ ଲାଗି ରହିଥିଲା। ଗତକାଲି ଜିଲ୍ଲା ପ୍ରଶାସନ ଓ ବ୍ୟବସାୟୀ ସଂଘର ଏକ ବୈଠକ ହୋଇଥିଲା। ଏଥିରେ ବର୍ଦ୍ଧିତ ଦରରୁ ଆଉ ୫୦ପଇସା ହ୍ରାସ କରିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଏହାପରେ ବ୍ୟବସାୟୀମାନେ ଧାରଣାରୁ ଉଠିଥିଲେ। ଦର ପୁନଃ ଧାର୍ଯ୍ୟ ପରେ […]

Rakesh Mallick
  • Published: Wednesday, 25 October 2017
  • , Updated: 25 October 2017, 08:13 AM IST

କଟକ: କଟକ ବାଲିଯାତ୍ରା ନେଇ ଆଜିଠାରୁ ପ୍ଲଟ୍‌ ବିକ୍ରି ଆରମ୍ଭ ହେବ। ବର୍ଦ୍ଧିତ ପ୍ଲଟ୍‌ ଦରକୁ ନେଇ ଗତ ୪ଦିନ ହେଲା ଜିଲ୍ଲା ପ୍ରଶାସନ ଏବଂ ବାଲିଯାତ୍ରା ବ୍ୟବସାୟୀ ସଂଘ ମଧ୍ୟରେ ବିବାଦ ଲାଗି ରହିଥିଲା। ଗତକାଲି ଜିଲ୍ଲା ପ୍ରଶାସନ ଓ ବ୍ୟବସାୟୀ ସଂଘର ଏକ ବୈଠକ ହୋଇଥିଲା। ଏଥିରେ ବର୍ଦ୍ଧିତ ଦରରୁ ଆଉ ୫୦ପଇସା ହ୍ରାସ କରିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଏହାପରେ ବ୍ୟବସାୟୀମାନେ ଧାରଣାରୁ ଉଠିଥିଲେ।

ଦର ପୁନଃ ଧାର୍ଯ୍ୟ ପରେ ବର୍ତ୍ତମାନ ବ୍ୟବସାୟୀଙ୍କୁ ସ୍କୋୟାର ଫୁଟ୍‌ ପିଛା ୨୭ଟଙ୍କା ଦେବାକୁ ପଡିବ। ଏଥିରୁ ୨୩ଟଙ୍କା ତହସିଲର ଥିବା ବେଳେ,୨ଟଙ୍କା ସେସ୍ ଓ ୨ଟଙ୍କା ୟୁଜର୍ସ ଫି ଧାର୍ଯ୍ୟ କରାଯାଇଛି।

ସେହିପରି ଫାୟାର ସେଫଟି ବାବଦକୁ ବ୍ୟବସାୟୀଙ୍କୁ  ପ୍ରତି ସ୍କୋୟାର ଫୁଟ୍‌ ପିଛା ଅଲଗା ୨ଟଙ୍କା ଦେବାକୁ ହେବ। ଏହି ଦର ବ୍ୟତୀତ ପୂର୍ବ ପରି ବ୍ୟବସାୟୀମାନେ ଟ୍ରେଡ୍‌ ଲାଇସେନ୍ସ  ଅର୍ଥ ମଧ୍ୟ ପଇଠ କରିବେ।

Related story