- Videos
- Odisha
- ଆଇନଜୀବୀ ହତ୍ୟା ଘଟଣାକୁ ନେଇ ପୁରୀ ବନ୍ଦ: ଜନଜୀବନ ଅସ୍ତବ୍ୟସ୍ତ
ଆଇନଜୀବୀ ହତ୍ୟା ଘଟଣାକୁ ନେଇ ପୁରୀ ବନ୍ଦ: ଜନଜୀବନ ଅସ୍ତବ୍ୟସ୍ତ
- Published: Tuesday, 24 October 2017
- , Updated: 24 October 2017, 09:27 AM IST
<p>ପୁରୀ: ଆଇନଜୀବୀ ଲକ୍ଷ୍ମୀଧର ମହାପାତ୍ର ହତ୍ୟା ଘଟଣାକୁ ନେଇ ଆଜି ପୁରୀରେ ୧୨ଘଣ୍ଟିଆ ବନ୍ଦ ପାଳନ କରୁଛି ପୁରୀ ଓକିଲ ସଂଘ। ସଂଘ ପକ୍ଷରୁ ଡାକ୍ତରଖାନା ଛକରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପୁରୀର ପ୍ରବେଶପଥ କୁହାଯାଉଥିବା ଅଠରନଳାଠାରେ ରାସ୍ତା ଅବରୋଧ କରାଯାଇଛି। କୌଣସି ଗାଡ଼ିକୁ ସେଠାରୁ ଯାତାୟତ ପାଇଁ ଛଡ଼ାଯାଉ ନ ଥିବାରୁ ବହୁ ସଂଖ୍ୟାରେ ଯାନବାହାନ ଅଟକି ରହିଛି। ପୁରୀରୁ ବାହାରକୁ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିଛି। ଫଳରେ ଯାତ୍ରୀମାନେ ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି। ବିକ୍ଷୋଭକାରୀମାନେ ପୁରୀ ଷ୍ଟେସନରେ ପୁରୀ-କଟକ ପାସେଞ୍ଜରକୁ ଅଟକାଇଛନ୍ତି।</p>
<p>ସହରରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ପ୍ରତିବାଦ ଓ ପ୍ରଶାସନିକ ସ୍ତରରେ ଅଧିକାରୀ ଅଦଳବଦଳ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ବିଜେପି ଏହି ବନ୍ଦ ଡାକରାକୁ ସମର୍ଥନ କରିଥିବା ବେଳେ କଂଗ୍ରେସ ମଧ୍ୟ ଏହାକୁ ସମର୍ଥନ କରୁଥିବା ସୂଚନା ମିଳିଛି। ଏହି ବନ୍ଦ ପାଳନକୁ ସମର୍ଥନ କରି ସ୍କୁଲ କଲେଜ ସହ ସମସ୍ତ ସରକାରୀ ଓ ବେସରକାରୀ ଅଫିସ, ଏବଂ ଦୋକାନ ବଜାର ବନ୍ଦ ରଖିବାକୁ ପୁରୀ ବାସିନ୍ଦାକୁ ନିବେଦନ କରିଛି ସ୍ଥାନୀୟ ଓକିଲ ସଂଘ।</p>