କଟକ: ସାରଥିଙ୍କୁ କ୍ରାଇମବ୍ରାଞ୍ଚ ଜେରାର ଆଜି ପଞ୍ଚମ ଦିନ

କଟକ: ଆଜି ପଞ୍ଚମଦିନ ପାଇଁ ସାରଥିଙ୍କୁ କ୍ରାଇମବ୍ରାଞ୍ଚ ଜେରା କରୁଛି। ଗତକାଲି ଚତୁର୍ଥ ଦିନରେ ତାଙ୍କୁ ମାରାଥନ୍ ଜେରା କରାଯାଇଥିଲା। ଏହି ସମୟରେ ସାରଥିଙ୍କର ଆଉ ତିନିଟି ବ୍ୟାଙ୍କ୍ ଆକାଉଣ୍ଟ ସଂପର୍କରେ ସନ୍ଧାନ ମିଳିଥିଲା। ତା’ସହିତ ଏକ ବ୍ୟାଙ୍କ ଲକରର ପତ୍ତା ପାଇଛି କ୍ରାଇମବ୍ରାଞ୍ଚ। ଆଜି ଏହି ଲକର ଖୋଲା ଯିବ ବୋଲି କ୍ରାଇମବ୍ରାଞ୍ଚ୍ ଏଡିଜି ବି.କେ ଶର୍ମା କହିଛନ୍ତି। ଏଯାଏଁ ସାରଥିଙ୍କର ମୋଟ ୨୨ଟି ଆକାଉଣ୍ଟର ସନ୍ଧାନ ମିଳିଛି। ଯେଉଁଥିରେ ମୋଟ ୨ କୋଟି ୫୫ ଲକ୍ଷ […]

baba

Rakesh Mallick
  • Published: Thursday, 13 August 2015
  • , Updated: 13 August 2015, 05:45 AM IST

କଟକ: ଆଜି ପଞ୍ଚମଦିନ ପାଇଁ ସାରଥିଙ୍କୁ କ୍ରାଇମବ୍ରାଞ୍ଚ ଜେରା କରୁଛି। ଗତକାଲି ଚତୁର୍ଥ ଦିନରେ ତାଙ୍କୁ ମାରାଥନ୍ ଜେରା କରାଯାଇଥିଲା। ଏହି ସମୟରେ ସାରଥିଙ୍କର ଆଉ ତିନିଟି ବ୍ୟାଙ୍କ୍ ଆକାଉଣ୍ଟ ସଂପର୍କରେ ସନ୍ଧାନ ମିଳିଥିଲା। ତା’ସହିତ ଏକ ବ୍ୟାଙ୍କ ଲକରର ପତ୍ତା ପାଇଛି କ୍ରାଇମବ୍ରାଞ୍ଚ। ଆଜି ଏହି ଲକର ଖୋଲା ଯିବ ବୋଲି କ୍ରାଇମବ୍ରାଞ୍ଚ୍ ଏଡିଜି ବି.କେ ଶର୍ମା କହିଛନ୍ତି। ଏଯାଏଁ ସାରଥିଙ୍କର ମୋଟ ୨୨ଟି ଆକାଉଣ୍ଟର ସନ୍ଧାନ ମିଳିଛି। ଯେଉଁଥିରେ ମୋଟ ୨ କୋଟି ୫୫ ଲକ୍ଷ ଟଙ୍କା ଅଛି । ଅନ୍ୟପକ୍ଷରେ କାହା କାହା ସହିତ ସାରଥି ଓ ତାଙ୍କ ଆଶ୍ରମର ଆର୍ଥିକ କାରବାର ଚାଲିଥିଲା କେଉଁ କେଉଁ ଆକାଉଣ୍ଟରୁ ସାରଥିଙ୍କ ଆକାଉଣ୍ଟକୁ ଟ୍ରାନଜାକସନ୍ ହୋଇଛି, ସ୍ଥାବର ଓ ଅସ୍ଥାବର ସଂପତ୍ତି ସବୁ ଦିଗକୁ ଖୋଳତାଡ଼ କ୍ରାଇମବ୍ରାଞ୍ଚ କରୁଛି। ଏହି ମାମଲାରେ ଏଯାଏଁ ୩୦ ଜଣଙ୍କୁ ଜେରା ସରିଲାଣି। କ୍ରାଇମବ୍ରାଞ୍ଚର ୩ ଜଣ ସଦସ୍ୟଙ୍କୁ ନେଇ ଆରମ୍ଭ ହୋଇଥିବା ତଦନ୍ତ ପ୍ରକ୍ରିୟାରେ ଏବେ ପ୍ରାୟ ୩୦ ଜଣ ଅଧିକାରୀ ସାମିଲ ହୋଇଛନ୍ତି।

Related story