କଟକ: ସୁରବାବାଙ୍କ ବଡ ପୁଅ ତ୍ରିଲୋଚନ ମିଶ୍ରଙ୍କ ତୃତୀୟ ପର୍ଯ୍ୟାୟ ରିମାଣ୍ଡର ଆଜି ପ୍ରଥମ ଦିନ

କଟକ: ତ୍ରାହି ଅଚ୍ୟୁତ ଆଶ୍ରମ ମୁଖ୍ୟ ସୁରବାବାଙ୍କ ବଡପୁଅ ତ୍ରିଲୋଚନ ମିଶ୍ରଙ୍କ ତୃତୀୟ ପର୍ଯ୍ୟାୟ କ୍ରାଇମବ୍ରାଞ୍ଚ ରିମାଣ୍ଡର ଆଜି ପ୍ରଥମ ଦିନ। ସୁରେନ୍ଦ୍ରଙ୍କ ବିଲଡର ଓ ଅର୍ଥନୈତିକ କାରବାର ସଂପର୍କରେ ଅଧିକ ଖୋଳତାଡ ଲାଗି କ୍ରାଇମବ୍ରାଞ୍ଚ ତାଙ୍କୁ ଜେରା କରିବ। ଭୁବନେଶ୍ୱରର ଏକ ବ୍ୟାଙ୍କରେ ସୁରେନ୍ଦ୍ରଙ୍କ ଆଉ ଏକ ଲକର ଠାବ କରାଯାଇଛି। କ୍ରାଇମବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସୁରେନ୍ଦ୍ରଙ୍କ ବାର୍ଷିକ ସାଢେ ୩ କୋଟିରୁ ୪ କୋଟି ଟଙ୍କାର କାରବାର ଥିବା ଜଣାପଡିଛି। କିନ୍ତୁ […]

sura

Rakesh Mallick
  • Published: Tuesday, 08 September 2015
  • , Updated: 08 September 2015, 05:15 AM IST

କଟକ: ତ୍ରାହି ଅଚ୍ୟୁତ ଆଶ୍ରମ ମୁଖ୍ୟ ସୁରବାବାଙ୍କ ବଡପୁଅ ତ୍ରିଲୋଚନ ମିଶ୍ରଙ୍କ ତୃତୀୟ ପର୍ଯ୍ୟାୟ କ୍ରାଇମବ୍ରାଞ୍ଚ ରିମାଣ୍ଡର ଆଜି ପ୍ରଥମ ଦିନ। ସୁରେନ୍ଦ୍ରଙ୍କ ବିଲଡର ଓ ଅର୍ଥନୈତିକ କାରବାର ସଂପର୍କରେ ଅଧିକ ଖୋଳତାଡ ଲାଗି କ୍ରାଇମବ୍ରାଞ୍ଚ ତାଙ୍କୁ ଜେରା କରିବ।

ଭୁବନେଶ୍ୱରର ଏକ ବ୍ୟାଙ୍କରେ ସୁରେନ୍ଦ୍ରଙ୍କ ଆଉ ଏକ ଲକର ଠାବ କରାଯାଇଛି। କ୍ରାଇମବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସୁରେନ୍ଦ୍ରଙ୍କ ବାର୍ଷିକ ସାଢେ ୩ କୋଟିରୁ ୪ କୋଟି ଟଙ୍କାର କାରବାର ଥିବା ଜଣାପଡିଛି। କିନ୍ତୁ ସେ ଏ ବାବଦରେ ଟିକସ ଦେଉ ନ ଥିଲେ।

ସେପଟେ ରିମାଣ୍ଡ ଅବଧି ସରିବା ପରେ ସୁରେନ୍ଦ୍ର ଓ ତାଙ୍କ ସାନ ପୁଅ ବିରଞ୍ଚିକୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗତକାଲି ଅପରାହ୍ନରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସୁରେନ୍ଦ୍ର ଓ ତାଙ୍କ ଦୁଇ ପୁଅଙ୍କୁ ଭୁବନେଶ୍ୱରସ୍ଥିତ ଜେଏମଏଫସି କୋର୍ଟକୁ ଅଣାଯାଇଥିଲା। ତେବେ କୋର୍ଟରେ ପ୍ରବଳ ଗହଳି ଯୋଗୁଁ ସେମାନଙ୍କୁ ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା।

Related story