ଡି’ବ୍ରଦର୍ସଙ୍କ ପଲିଗ୍ରାଫ୍ ଟେଷ୍ଟ୍ ପ୍ରସଙ୍ଗ: ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ: ଦୁର୍ଦ୍ଦାନ୍ତ ଧଳସାମନ୍ତ ଭାଇଙ୍କ ପଲିଗ୍ରାଫ୍ ଟେଷ୍ଟ୍ ସଂପର୍କିତ ବୁଧବାର କଟକ ଏସ୍‌ଡିଜେଏମ୍ କୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ପରେ ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ। ଆସନ୍ତାକାଲି ଦୁଇଭାଇ କୋର୍ଟରେ ହାଜର ହେବେ। ପଲିଗ୍ରାଫ ଟେଷ୍ଟ ଲାଗି ସେମାନେ ସମ୍ମତ କି ନୁହେଁ କୋର୍ଟଙ୍କୁ ଜଣାଇବେ। ପୂର୍ବରୁ ଉଭୟଙ୍କୁଠାରୁ ପୋଲିସ୍ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ତେବେ ସେମାନେ ଦେଇଥିବା ତଥ୍ୟ କେତେ ସତ୍ୟ ଓ ଦୀପୁ ଏବଂ ଓମ୍ ହତ୍ୟାକାଣ୍ଡରେ କିଏ ସବୁ ସଂପୃକ୍ତ ସେ […]

d-brothers

Rakesh Mallick
  • Published: Wednesday, 10 February 2016
  • , Updated: 10 February 2016, 05:27 PM IST

କଟକ: ଦୁର୍ଦ୍ଦାନ୍ତ ଧଳସାମନ୍ତ ଭାଇଙ୍କ ପଲିଗ୍ରାଫ୍ ଟେଷ୍ଟ୍ ସଂପର୍କିତ ବୁଧବାର କଟକ ଏସ୍‌ଡିଜେଏମ୍ କୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ପରେ ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ। ଆସନ୍ତାକାଲି ଦୁଇଭାଇ କୋର୍ଟରେ ହାଜର ହେବେ। ପଲିଗ୍ରାଫ ଟେଷ୍ଟ ଲାଗି ସେମାନେ ସମ୍ମତ କି ନୁହେଁ କୋର୍ଟଙ୍କୁ ଜଣାଇବେ। ପୂର୍ବରୁ ଉଭୟଙ୍କୁଠାରୁ ପୋଲିସ୍ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ତେବେ ସେମାନେ ଦେଇଥିବା ତଥ୍ୟ କେତେ ସତ୍ୟ ଓ ଦୀପୁ ଏବଂ ଓମ୍ ହତ୍ୟାକାଣ୍ଡରେ କିଏ ସବୁ ସଂପୃକ୍ତ ସେ ସଂପର୍କରେ ବିସ୍ତୃତ ତଥ୍ୟ ହାସଲ କରିବା ଲାଗି ପଲିଗ୍ରାଫ୍ ଟେଷ୍ଟର ଆବଶ୍ୟକତା ରହିଥିବା ନେଇ କୋର୍ଟଙ୍କୁ ଜଣାଇଛି କମିଶନରେଟ୍ ପୋଲିସ୍। କୋର୍ଟଙ୍କ ଆଦେଶ ମିଳିବା ମାତ୍ରେ ତୁରନ୍ତ ଦୁଇ ଭାଇଙ୍କ ପଲିଗ୍ରାଫ୍ ଟେଷ୍ଟ୍ କରାଯିବାର ସମ୍ଭାବନା ରହିଛି।

କମିଶନରେଟ୍ ପୋଲିସ୍ ଧଳସାମନ୍ତ ଭ୍ରାତାଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ୫ ଦିନ ରିମାଣ୍ଡ ନେଇଥିବା ବେଳେ ଏହି ଅବଧି ସରିବାକୁ ଆଉ ଦୁଇ ଦିନ ଅଛି।

ଗତକାଲି ଦୀପୁ ଓ ଓମ୍‌ ନିଖୋଜ ଘଟଣାର ରହସ୍ୟ ଉନ୍ମୋଚନ କରିଥିଲା ପୋଲିସ୍। ଡି’ ବ୍ରଦର୍ସ ଏମାନଙ୍କୁ ଓଡ଼ିଶାରେ ହତ୍ୟା କରିବା ପରେ ବାହାରକୁ ନେଇ ଶବ ନଷ୍ଟ କରିଥିବା ପୋଲିସ କମିଶନର ୱା.ବି. ଖୁରାନିଆ କହିଥିଲେ। ଡି’ ବ୍ରଦର୍ସ ନିଜେ ଏମାନଙ୍କୁ ହତ୍ୟା କରିଛନ୍ତି ନାଁ ଏଥିପାଇଁ କୌଣସି ସୁପାରିକିଲରଙ୍କୁ ନିୟୋଜିତ କରିଥିଲେ ତାହାର ତଦନ୍ତ ଚାଲିଛି। ଏ ନେଇ ସବିଶେଷ ତଥ୍ୟ ଦୁଇଦିନ ମଧ୍ୟରେ ଜଣାପଡ଼ିବ ବୋଲି ସେ ସୂଚନା ଦେଇଥିଲେ।

ଓମ୍ ପ୍ରକାଶ ହତ୍ୟାକାଣ୍ଡ ଘଟଣାରେ ଡି ବ୍ରଦର୍ସଙ୍କ ସଂପୃକ୍ତି ଥିବାନେଇ ମଙ୍ଗଳବାର ରାତିରେ କଟକ ଚାଉଳିଆଗଞ୍ଜ ଥାନାରେ ପରିବାର ଲୋକେ ଏକ ମାମଲା ଦାୟର କରିଛନ୍ତି। ଓମ୍ ପ୍ରକାଶଙ୍କୁ ପ୍ରଥମେ ଅପହରଣ ଏବଂ ପରେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ।

୨୦୧୩ ମସିହାରେ ଓମ୍ ପ୍ରକାଶ ଘରେ ଖାଉଥିବା ବେଳେ ରାଣୀହାଟ ଅଞ୍ଚଳର ବାପି ନାମକ ସାଙ୍ଗ ତାଙ୍କୁ ଫୋନ୍ କରିଥିଲେ। ସୁଶାନ୍ତ ଓ ସୁଶୀଲ୍ ଏକ ଜରୁରୀ କାମରେ ତାଙ୍କୁ ଡ଼ାକୁଥିବା କହିଥିଲେ। ଏହାପରେ ଓମ୍‌ପ୍ରକାଶ ସଙ୍ଗେ ସଙ୍ଗେ ହିଁ ଚାଲି ଯାଇଥିବା ବେଳେ ଆଉ ଘରକୁ ଫେରି  ନ ଥିଲେ। ରାତିରେ ତାଙ୍କ ପତ୍ନୀ ଫୋନ୍ କରିଥିଲେ। ତେବେ ଫୋନ୍ ବନ୍ଦ ଥିବା କହିଥିଲା। ପରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ମୃତ୍ୟୁ ପଛରେ ଧଳସାମନ୍ତ ଭାଇଙ୍କ ହାତ ଥିବା ନେଇ ସେତେବେଳେ ପରିବାର ଲୋକେ ଜାଣି ପାରିଥିଲେ। ତେବେ ଡ଼ରରେ ଥାନାରେ କୌଣସି ଏତଲା ଦେଇ ନ ଥିବା କହିଥିଲେ । ପୋଲିସ୍ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

Related story