ଦାଦନ ଶ୍ରମିକଙ୍କ ହାତପାପୁଲି କଟା ମାମଲା: ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଦାଦନ ଶ୍ରମିକଙ୍କ ହାତପାପୁଲି କଟା ମାମଲାରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ କୋର୍ଟଙ୍କ ସାମାଜିକ ନ୍ୟାୟ ବେଞ୍ଚ ଓଡ଼ିଶାର ଦୁଇ ଦାଦନ ଶ୍ରମିକଙ୍କ ହାତ ପାପୁଲି କଟା ମାମଲାର ଶୁଣାଣି କରି ଶ୍ରମିକଙ୍କ ଅବସ୍ଥା ସଂପର୍କରେ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ଦାଦନ ଶ୍ରମିକ ମାନେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ଓ ସେମାନଙ୍କ […]

bolangiri

Rakesh Mallick
  • Published: Tuesday, 22 September 2015
  • , Updated: 22 September 2015, 04:40 AM IST

ଭୁବନେଶ୍ୱର: ଦାଦନ ଶ୍ରମିକଙ୍କ ହାତପାପୁଲି କଟା ମାମଲାରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ କୋର୍ଟଙ୍କ ସାମାଜିକ ନ୍ୟାୟ ବେଞ୍ଚ ଓଡ଼ିଶାର ଦୁଇ ଦାଦନ ଶ୍ରମିକଙ୍କ ହାତ ପାପୁଲି କଟା ମାମଲାର ଶୁଣାଣି କରି ଶ୍ରମିକଙ୍କ ଅବସ୍ଥା ସଂପର୍କରେ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ଦାଦନ ଶ୍ରମିକ ମାନେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ଓ ସେମାନଙ୍କ ପାଇଁ କୌଣସି ଉପଯୁକ୍ତ ପଦକ୍ଷେପ ନିଆଯାଉନଥିବା ଦର୍ଶାଇଛନ୍ତି। ମାମଲାର ଶୁଣାଣି ସମୟରେ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଓକିଲ ଶର୍ମିଳା ଉପାଧ୍ୟାୟଙ୍କୁ ଦୁଇ ଓଡ଼ିଆ ଦାଦନ ଶ୍ରମିକଙ୍କ ଥଇଥାନ ଓ ଦୋଷୀଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ସଂପର୍କରେ ପ୍ରଶ୍ନ କରିଥିଲେ। ଏନେଇ ଖୁବ୍ ଶୀଘ୍ର କୋର୍ଟଙ୍କୁ ଅବଗତ କରାଯିବ ବୋଲି ରାଜ୍ୟ ସରକାରଙ୍କ ଓକିଲ କହିଥିଲେ। ୨୦୧୩ ଡିସେମ୍ୱରରେ ଆନ୍ଧ୍ରପ୍ରଦେଶ ଠିକାଦାରଙ୍କ ଦ୍ୱାରା କଳାହାଣ୍ଡି ଜିଲ୍ଲାର ୨ଜଣ ଶ୍ରମିକ, ନୀଳାମ୍ୱର ଧଙ୍ଗଡାମାଝୀ ଏବଂ ଦିଆଲୁ ନିଆଲଙ୍କ ହାତ ପାପୁଲି କଟା ମାମଲା ସାମନାକୁ ଆସିଥିଲା। ଗତବର୍ଷ ଜାନୁଆରୀରେ ମାମଲାକୁ ସୁପ୍ରିମକୋର୍ଟ ନିଜ ଆଡୁ ବିଚାର ପାଇଁ ନେଇଥିଲେ।

 

 

Related story