କୋଲକତା-ଭୁବନେଶ୍ୱର-ହାଇଦ୍ରାବାଦ ମଧ୍ୟରେ ପ୍ରତିଦିନ ଉଡ଼ିବ ଏୟାର ଇଣ୍ଡିଆ ବିମାନ

ଭୁବନେଶ୍ୱର: ଆସନ୍ତା ଜୁନ୍‌ ୧୦ରୁ କୋଲକତା-ଭୁବନେଶ୍ୱର ଓ ହାଇଦ୍ରାବଦ ମଧ୍ୟରେ ପ୍ରତିଦିନ ଉଡ଼ିବ ଏୟାର ଇଣ୍ଡିଆ ବିମାନ। ଏ ନେଇ ଏୟାର ଇଣ୍ଡିଆ ବିମାନ ପକ୍ଷରୁ ଘୋଷଣା କରାଯାଇଛି। AI-779 ବିମାନ ସକାଳ ୯ଟା୦୫ ମିନିଟ୍‌ରେ କୋଲକତା ଛାଡ଼ିବ। ଏହି ବିମାନ କୋଲକତାରୁ ଆସି ୧୦ଟା ୨୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ।  ଭୁବନେଶ୍ୱରରୁ ୧୦.୫୫ ମିନିଟ୍‌ରେ  ଛାଡି ୧୨.୨୫ରେ ହାଇଦ୍ରାବାଦ ବିମାନ ବନ୍ଦରରେ ପହଞ୍ଚିବ। ସେହିପରି AI780 ବିମାନ ଦିନ ୧ଟା ୦୫ରେ ହାଇଦ୍ରାବାଦରୁ ଛାଡି […]

air india

Rakesh Mallick
  • Published: Saturday, 03 June 2017
  • , Updated: 03 June 2017, 02:13 PM IST

ଭୁବନେଶ୍ୱର: ଆସନ୍ତା ଜୁନ୍‌ ୧୦ରୁ କୋଲକତା-ଭୁବନେଶ୍ୱର ଓ ହାଇଦ୍ରାବଦ ମଧ୍ୟରେ ପ୍ରତିଦିନ ଉଡ଼ିବ ଏୟାର ଇଣ୍ଡିଆ ବିମାନ। ଏ ନେଇ ଏୟାର ଇଣ୍ଡିଆ ବିମାନ ପକ୍ଷରୁ ଘୋଷଣା କରାଯାଇଛି। AI-779 ବିମାନ ସକାଳ ୯ଟା୦୫ ମିନିଟ୍‌ରେ କୋଲକତା ଛାଡ଼ିବ। ଏହି ବିମାନ କୋଲକତାରୁ ଆସି ୧୦ଟା ୨୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ।  ଭୁବନେଶ୍ୱରରୁ ୧୦.୫୫ ମିନିଟ୍‌ରେ  ଛାଡି ୧୨.୨୫ରେ ହାଇଦ୍ରାବାଦ ବିମାନ ବନ୍ଦରରେ ପହଞ୍ଚିବ।

ସେହିପରି AI780 ବିମାନ ଦିନ ୧ଟା ୦୫ରେ ହାଇଦ୍ରାବାଦରୁ ଛାଡି  ୨ଟା ୩୫ରେ ଭୁବନେଶ୍ୱରରେ ପହଞ୍ଚି ଅପରାହ୍ନ ୩ଟାରେ ଛାଡିବ। ଏହି ବିମାନ କୋଲକତାରେ ଅପରାହ୍ନ ୪ଟା ୧୦ ମିନିଟ୍‌ରେ ପହଞ୍ଚିବ।

Related story