ଦାମ ବାବୁ ନିଜ ସୀମାରେ ରୁହନ୍ତୁ: ଅରୁଣ ସିଂ

ଭୁବନେଶ୍ୱର: ପାରାଦୀପ ରିଫାଇନାରୀ ଲୋକାର୍ପଣ ହୋଇଗଲା ହେଲେ ରାଜନୈତିକ ଦଳଙ୍କ ମଧ୍ୟରେ ଏହାକୁ ନେଇ ଲାଗି ରହିଥିବା ତୁ ତୁ ମେଁ ମେଁ ଏବେ ବି ଜାରି ରହିଛି। ଆଜି ରିଫାଇନାରୀ ଲୋକାର୍ପଣ ଉତ୍ସବକୁ ନେଇ ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କାଦୁଅ ଫିଙ୍ଗା ଲାଗି ରହିଛି। ସରକାରୀ କାର୍ଯ୍ୟକ୍ରମକୁ ବିଜେପି କାର୍ଯ୍ୟକ୍ରମରେ ପରିଣତ କରିଦେଲା ବୋଲି ଅବକାରୀ ମନ୍ତ୍ରୀ ଦାମୋଦର ରାଉତ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ଦାମ ବାବୁ ସୀମା ଭିତରେ […]

Arun_Singh_and_DaMODAR_ROUT

Rakesh Mallick
  • Published: Sunday, 07 February 2016
  • , Updated: 08 February 2016, 10:10 AM IST

ଭୁବନେଶ୍ୱର: ପାରାଦୀପ ରିଫାଇନାରୀ ଲୋକାର୍ପଣ ହୋଇଗଲା ହେଲେ ରାଜନୈତିକ ଦଳଙ୍କ ମଧ୍ୟରେ ଏହାକୁ ନେଇ ଲାଗି ରହିଥିବା ତୁ ତୁ ମେଁ ମେଁ ଏବେ ବି ଜାରି ରହିଛି। ଆଜି ରିଫାଇନାରୀ ଲୋକାର୍ପଣ ଉତ୍ସବକୁ ନେଇ ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କାଦୁଅ ଫିଙ୍ଗା ଲାଗି ରହିଛି। ସରକାରୀ କାର୍ଯ୍ୟକ୍ରମକୁ ବିଜେପି କାର୍ଯ୍ୟକ୍ରମରେ ପରିଣତ କରିଦେଲା ବୋଲି ଅବକାରୀ ମନ୍ତ୍ରୀ ଦାମୋଦର ରାଉତ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ଦାମ ବାବୁ ସୀମା ଭିତରେ ରହିବାକୁ ବିଜେପିର ପ୍ରଭାରୀ ଅରୁଣ ସିଂ ଉପଦେଶ ଦେଇଛନ୍ତି। ସେହିପରି ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ।

ଅବକାରୀ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି, ତୈଳ ନିଗମ ଅଧ୍ୟକ୍ଷ ସମସ୍ତଙ୍କୁ ଏଠାକୁ ଆସିବାକୁ ନିମନ୍ତ୍ରଣ କରିଥିଲେ । ସେ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥାନ୍ତେ। ସେହିପରି ଏଠାରେ ଥିବା ଏକଜିକ୍ୟୁଟିଭ ଡାଇରେକ୍ଟର ଧନ୍ୟବାଦ ଅର୍ପଣ କରିଥାନ୍ତେ। ନ ହେଲେ ସ୍ଥାନୀୟ ବିଧାୟକ ଭାବେ ମୋତେ ଧନ୍ୟବାଦ ଦେବାକୁ କୁହାଯାଇଥାନ୍ତି। ହେଲେ ଏପରି କରାଗଲା ନାହିଁ। ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମ କରି ସେମାନେ କେବଳ ଖୁସି ଅନୁଭୋବ କଲେ, ଏଥିରେ କିଛି ବାସ୍ତବତା ନାହିଁ।

ବିଜେପି ପ୍ରଭାରୀ ଅରୁଣ ସିଂ ସିଧାସଳଖ ଦାମୋଦର ରାଉତଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ସଭାସ୍ଥଳରେ ଦୁଇଦଳର କର୍ମୀ ଅଛନ୍ତି। ଦୁଇ ଦଳର ପତାକା ଉଡୁଛି। ଦାମ ବାବୁଙ୍କ କେନ୍ଦ୍ର ମନ୍ତ୍ରୀ ନୁହନ୍ତି ଯେ ତାଙ୍କ ପରାମର୍ଶ ନିଆଯିବ। ଏଠି କ’ଣ ହେବ ଭାରତ ସରକାରଙ୍କ ମନ୍ତ୍ରୀ ଠିକ କରିବେ, ଓଡ଼ିଶା ସରକାରଙ୍କ ମନ୍ତ୍ରୀ ନୁହେଁ ବୋଲି ସେ କହିଛନ୍ତି।

କଂଗ୍ରେସ ଏମପି ରଞ୍ଜୀବ ବିଶ୍ୱାଳ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ରିଫାଇନାରୀ ଲୋକାର୍ପଣକୁ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରିଦେଲେ। ପତାକା, ବ୍ୟାନର ଓ ପୋଷ୍ଟର ଧରି ସରକାରୀ କାର୍ଯ୍ୟକ୍ରମ କରିବା ଠିକ ନୁହେଁ।

ସେହିପରି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅତ୍ୟନ୍ତ ନିରାଶାଜନକ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ କିଛି ପ୍ୟାକେଜ ଘୋଷଣା କରିବେ ବୋଲି ଆଶା କରାଯାଉଥିଲା। ହେଲେ ସେମିତି କିଛି ହେଲା ନାହିଁ। ମୁଖ୍ୟମନ୍ତ୍ରୀ ମଞ୍ଚରେ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ଦେବା ଦାବି ପୁଣି ଥରେ ଉଠାଇଲେ। ହେଲେ ପ୍ରଧାନମନ୍ତ୍ରୀ ଏ ବିଷୟରେ ପଦୁଟିଏ ବି କହିଲେ ନାହିଁ। ଏହା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ପ୍ରସାଦ କହିଛନ୍ତି।

Related story