ଅରୁଣଙ୍କୁ ଦାମଙ୍କ ତାତ୍ସଲ୍ୟ: କହିଲେ- ପ୍ରଭାରୀ ପଦ ଛାଡ଼ି ପୋଲିସ ଡିଜି ହୁଅନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚକଡ଼ା ପୋକ ଲାଗିବାରୁ ମାନସିକ ଭାରସାମ୍ୟ ହରାଇ କିଛି ଦିନ ତଳେ ବରଗଡ଼ର ଚାଷୀ ବୃନ୍ଦାବନ ସାହୁ କ୍ଷେତରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ। ପରେ ଏହି ନିଆଁ ଅନ୍ୟ ଜିଲ୍ଲାକୁ ମଧ୍ୟ ବ୍ୟାପିଥିଲା। ଏହାକୁ ନେଇ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଆଜି ଏହି ନିଆଁରେ ଘିଅ ଢ଼ାଳିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ। ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି-“ବରଗଡ଼ ଚାଷୀ […]

dama

Rakesh Mallick
  • Published: Saturday, 18 November 2017
  • , Updated: 18 November 2017, 05:16 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚକଡ଼ା ପୋକ ଲାଗିବାରୁ ମାନସିକ ଭାରସାମ୍ୟ ହରାଇ କିଛି ଦିନ ତଳେ ବରଗଡ଼ର ଚାଷୀ ବୃନ୍ଦାବନ ସାହୁ କ୍ଷେତରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ। ପରେ ଏହି ନିଆଁ ଅନ୍ୟ ଜିଲ୍ଲାକୁ ମଧ୍ୟ ବ୍ୟାପିଥିଲା। ଏହାକୁ ନେଇ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଆଜି ଏହି ନିଆଁରେ ଘିଅ ଢ଼ାଳିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ। ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି-“ବରଗଡ଼ ଚାଷୀ ବୃନ୍ଦାବନ ସାହୁଙ୍କ ଆତ୍ମହତ୍ୟା ଦୁର୍ଭାଗ୍ୟଜନକ। ଏଥିପାଇଁ ରାଜ୍ୟ କୃଷି ମନ୍ତ୍ରୀଙ୍କୁ କାହିଁକି ବରଖାସ୍ତ କରାଯାଉନି?” ଏହାର ଜବାବରେ କୃଷିମନ୍ତ୍ରୀ ଦାମୋଦର ରାଉତ ବିଜେପି ପ୍ରଭାରୀ ଅରୁଣଙ୍କୁ ପାଲଟା ଆକ୍ରମଣ କରିଛନ୍ତି।

ସାମ୍ୱାଦିକଙ୍କ ପ୍ରଶ୍ନରେ ଦାମୋଦର ରାଉତ କହିଛନ୍ତି-“ଅରୁଣ ସିଂହ ପ୍ରଭାରୀ ପଦ ଛାଡ଼ି ଓଡ଼ିଶା ଡିଜି ହୋଇଯାଆନ୍ତୁ। ସେ କଣ ଜାଣିନାହାନ୍ତି କୃଷି ହେଉଛି ରାଜ୍ୟର ବିଷୟ। କୃଷି ଓ କୃଷକଙ୍କ କଥା ବଝିବା ରାଜ୍ୟ ସରକାରଙ୍କ ସାମ୍ୱିଧାନିକ ଏବଂ ନୈତିକତା ଦାୟିତ୍ୱ। ସଂଘୀୟ ବ୍ୟବସ୍ଥାର ଥାଇ ଯଦି ରାଜ୍ୟ ସରକାର କେନ୍ଦ୍ରର ସହାୟତା ଲୋଡ଼ନ୍ତି, ତାହାହେଲେ କେନ୍ଦ୍ର ସହାୟତା ଦେଇଥାଏ। ରାଜ୍ୟ ସରକାର ଲେଖିତ ଭାବେ ଜଣାଇଲେ କେନ୍ଦ୍ର ସରକାର ଏକ ଟିମ୍‌ ପାଠାଇଥାନ୍ତି।”

ସେ କହିଛନ୍ତି-“ରାଜ୍ୟର କୃଷକଙ୍କ ଦାୟିତ୍ୱ ବୁଝିବା ରାଜ୍ୟ ସରକାରଙ୍କ। ଯଦି ରାଜ୍ୟ ସରକାର ଅବହେଳା ପ୍ରଦର୍ଶନ କରନ୍ତି, ତାହାହେଲେ ରାଜ୍ୟବାସୀ ତାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ମାତ୍ର ବିନା ନିମନ୍ତ୍ରଣରେ କେନ୍ଦ୍ରରୁ ଆସୁଥିବା ମନ୍ତ୍ରୀ ଓ ବିଜେପି ନେତାମାନେ ଓଡ଼ିଶା ଗସ୍ତରେ ଆସି ଗାଁକୁ ଗାଁ ବୁଲି ଯେଉଁ ମନ୍ତବ୍ୟ ଦେଉଛନ୍ତି, ତାହା ଭାରତୀୟ ଗଣତନ୍ତ୍ର ପ୍ରତି ଦୁର୍ଭାଗ୍ୟଜନକ। ଏହାଛଡ଼ା ଚାଷୀ ମୃତ୍ୟୁକୁ ନେଇ ଯେଉଁ ଖେଳ ଖେଳାଯାଉଛି, ତାହାର ଫଳ ନିଶ୍ଚିତ ସେମାନେ ଭୋଗିବେ। ରାଜ୍ୟ ସରକାର ସେ ବାବଦରେ ସଚେତନ ଅଛନ୍ତି।”

Related story