ଡେଙ୍ଗୁରେ ଓଡ଼ିଆ ଶିଶୁର ମୃତ୍ୟୁ,ପିତା ମାତାଙ୍କ ଆତ୍ମହତ୍ୟା ନେଇ ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ଦିଲ୍ଲୀରେ ଡେଙ୍ଗୁରେ ୭ବର୍ଷର ପୁଅର ମୃତ୍ୟୁ ପରେ ଓଡିଆ ଦଂପତ୍ତିଙ୍କ ଆତ୍ମହତ୍ୟା ଘଟଣାର ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ପାଇଁ ମଙ୍ଗଳବାର ଦିଲ୍ଳୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଘଟଣାର ରିପୋର୍ଟ ଦାଖଲ ପାଇଁ କେନ୍ଦ୍ର ସରକାର ଦିଲ୍ଲୀ ସରକାରକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଶିଶୁଟିକୁ ଚିକିତ୍ସା ପାଇଁ ଗ୍ରହଣ କରିନଥିବା ଦିଲ୍ଲୀର ୫ଟି ମେଡିକାଲକୁ ଦିଲ୍ଲୀ ସରକାର ନୋଟିସ୍ ଜାରି କରିଥିଲେ। ଗତକାଲି ଏହି ଘଟଣା […]

kendrapada

kendrapada

Rakesh Mallick
  • Published: Tuesday, 15 September 2015
  • Updated: 15 September 2015, 05:27 AM IST

Sports

Latest News

ଭୁବନେଶ୍ୱର: ଦିଲ୍ଲୀରେ ଡେଙ୍ଗୁରେ ୭ବର୍ଷର ପୁଅର ମୃତ୍ୟୁ ପରେ ଓଡିଆ ଦଂପତ୍ତିଙ୍କ ଆତ୍ମହତ୍ୟା ଘଟଣାର ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ପାଇଁ ମଙ୍ଗଳବାର ଦିଲ୍ଳୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଘଟଣାର ରିପୋର୍ଟ ଦାଖଲ ପାଇଁ କେନ୍ଦ୍ର ସରକାର ଦିଲ୍ଲୀ ସରକାରକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଶିଶୁଟିକୁ ଚିକିତ୍ସା ପାଇଁ ଗ୍ରହଣ କରିନଥିବା ଦିଲ୍ଲୀର ୫ଟି ମେଡିକାଲକୁ ଦିଲ୍ଲୀ ସରକାର ନୋଟିସ୍ ଜାରି କରିଥିଲେ। ଗତକାଲି ଏହି ଘଟଣା ସଂପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡାଙ୍କୁ ଭେଟି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଆଲୋଚନା କରି ଏକ ଦାବି ପତ୍ର ପ୍ରଦାନ କରିଥିଲେ।kendrapada

ସୂଚନାଯୋଗ୍ୟ ଯେ, ଓଡିଆ ଦମ୍ପତି ଲକ୍ଷ୍ମଣ ଚନ୍ଦ୍ର ରାଉଳ (୩୫) ଏବଂ ତାଙ୍କ ପତ୍ନୀ ବବିତା (୩୦)ଙ୍କର ଏକମାତ୍ର ପୁଅ ଅଭିନାଶ (୭) ଡେଙ୍ଗୁ ଆକ୍ରାନ୍ତ ହୋଇ ଗତ ୮ ତାରିଖରେ ମୃତ୍ୟୁବରଣ କରିଥିଲା । ଚିକିତ୍ସା ଅବହେଳାରୁ ଅଭିନାଶର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା । ଏକମାତ୍ର ପୁଅର ମୃତ୍ୟୁରେ ମ୍ରିୟମାଣ ଲକ୍ଷ୍ମଣ ଏବଂ ବବିତା ପରଦିନ ଅର୍ଥାତ ୯ ତାରିଖରେ ନିଜ ଲାଡୋସରାଇ ବାସଭବନରେ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos