ଧର୍ମଗଡ଼ ଓ କାମାକ୍ଷାନଗରରେ ଦୁଇ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ଧର୍ମଗଡ଼/କାମାକ୍ଷାନଗର: ଆଜି କାମାକ୍ଷାନଗର ଓ ଧର୍ମଗଡ଼ରେ ଦୁଇ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଦ୍ୱୟ ହେଲେ ଢେଙ୍କାନାଳ ଜିଲ୍ଳା କାମାକ୍ଷାନଗର ହାତୀସିଙ୍ଗିଡାର ପାନକା ପୂର୍ତ୍ତି ଏବଂ ଧର୍ମଗଡ଼ ଗୋଲାମୁଣ୍ଡା ବ୍ଲକ୍ ବଇଜଲପୁର କୁଞ୍ଜ ହଂସ। ଫସଲହାନି ଓ ଋଣଚିନ୍ତା ଯୋଗୁଁ ଏହି ଦୁଇ ଚାଷୀ ଆତ୍ମହତ୍ୟା କରିଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ୨୦୧୩ ମସିହାରେ କୁଞ୍ଜ ବାପାଙ୍କ ନାଁରେ ଗୋଲାମୁଣ୍ଡା ଷ୍ଟେଟ୍ ବ୍ୟାଙ୍କରୁ ୫୦ ହଜାର ଟଙ୍କାର ଖରିଫ୍ […]

casi

Rakesh Mallick
  • Published: Tuesday, 03 November 2015
  • , Updated: 03 November 2015, 08:49 AM IST

ଧର୍ମଗଡ଼/କାମାକ୍ଷାନଗର: ଆଜି କାମାକ୍ଷାନଗର ଓ ଧର୍ମଗଡ଼ରେ ଦୁଇ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଦ୍ୱୟ ହେଲେ ଢେଙ୍କାନାଳ ଜିଲ୍ଳା କାମାକ୍ଷାନଗର ହାତୀସିଙ୍ଗିଡାର ପାନକା ପୂର୍ତ୍ତି ଏବଂ ଧର୍ମଗଡ଼ ଗୋଲାମୁଣ୍ଡା ବ୍ଲକ୍ ବଇଜଲପୁର କୁଞ୍ଜ ହଂସ। ଫସଲହାନି ଓ ଋଣଚିନ୍ତା ଯୋଗୁଁ ଏହି ଦୁଇ ଚାଷୀ ଆତ୍ମହତ୍ୟା କରିଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

୨୦୧୩ ମସିହାରେ କୁଞ୍ଜ ବାପାଙ୍କ ନାଁରେ ଗୋଲାମୁଣ୍ଡା ଷ୍ଟେଟ୍ ବ୍ୟାଙ୍କରୁ ୫୦ ହଜାର ଟଙ୍କାର ଖରିଫ୍ ଋଣ କରିଥିଲେ। ତେବେ ଗତବର୍ଷ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ଏହାପରେ ଏହି ଋଣର କାଗଜପତ୍ର କୁଞ୍ଜଙ୍କ ନାଁକୁ ଟ୍ରାନ୍ସଫୋର ହୋଇଥିଲା। ସେତେବେଳେ ସେ ୧୦ ହଜାର ଟଙ୍କା ଡିପୋଜିଟ୍ କରିଥିଲେ। ଆଉ ବାକି ଟଙ୍କା କୁଞ୍ଜ ପରିଶୋଧ କରିପାରି ନଥିଲେ। ଏଥିପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ବରମ୍ୱାର ଚାପ ପକାଉଥିଲେ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତକାଲି ରାତିରେ ଘରେ କେହି ନଥିବା ବେଳେ କୁଞ୍ଜ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ବୋଲି ପରିବାର ଲୋକେ କହିଛନ୍ତି।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ହାତୀସିଙ୍ଗଡ଼ା ଗାଁରେ ଚାଷୀ ଆତ୍ମହତ୍ୟା ଅଭିଯୋଗ। ବଲକା ପୂର୍ତ୍ତି ନାମକ ଜଣେ ଚାଷୀ ଋଣ ଭାର ସହିନପାରି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଚାଷୀ ଜଣକ ଭାଗ ଚାଷ କରିଥିଲେ। ସେ ଗାଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଧାର ସୂତ୍ରରେ ଟଙ୍କା ଆଣି ଚାଷ କରିଥିଲେ। ଫସଲହାନି ସାଙ୍ଗକୁ ୩ ଝିଅଙ୍କ ବୋଝ ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ଟୁଙ୍ଗିବାହାଲ ଗାଁର ଠିକାଦାର ସାହୁ ଏବଂ ଆଠଗଡ଼ ବ୍ଲକ୍ ମହାଲକ୍ଷ୍ମୀପୁରର ଶଙ୍କର ବେହେରା ଫସଲହାନି ଓ ଋଣ ବୋଝ ଚିନ୍ତାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

 

Related story