ଦୁନିଆର ଭୟଙ୍କର ରୋଡ୍‌,ଯେଉଁଠି ଯମ କରେ ଚଳପ୍ରଚଳ

ନୂଆଦିଲ୍ଲୀ: ଉପରୋକ୍ତ ଶୀର୍ଷକଟି ପଢି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି? ତେବେ ସେମିତି କିଛି ଭାବନ୍ତୁ ନାହିଁ। ଆମେ ଯେଉଁ ସଡ଼କ କଥା କହୁଛୁ ସେଠି ପ୍ରକୃତରେ କୌଣସି ଯମ ଯିବାଆସିବା କରେନି। କିନ୍ତୁ ଏହି ସଡ଼କ ଗୁଡ଼ିକ ଏତେ ବିପଦପୂର୍ଣ୍ଣ ଯେ, ଏଠି ବାଟ ଚାଲିବା ମୁସକିଲ ହୋଇଯାଏ। ଟିକିଏ ଅସାବଧାନତାଃ ହେଲେ  ନିମିଷକେ ମଧ୍ୟରେ ଚାଲିଯାଏ ଜୀବନ। ତେଣୁ ଏସବୁ ସ୍ଥାନ ଗୁଡ଼ିକ ଯମର ରାସ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ। ସୂଚନାମୁତାବକ  ପ୍ରତି […]

road

road

Rakesh Mallick
  • Published: Wednesday, 04 July 2018
  • Updated: 04 July 2018, 11:47 AM IST

Sports

Latest News

ନୂଆଦିଲ୍ଲୀ: ଉପରୋକ୍ତ ଶୀର୍ଷକଟି ପଢି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି? ତେବେ ସେମିତି କିଛି ଭାବନ୍ତୁ ନାହିଁ। ଆମେ ଯେଉଁ ସଡ଼କ କଥା କହୁଛୁ ସେଠି ପ୍ରକୃତରେ କୌଣସି ଯମ ଯିବାଆସିବା କରେନି। କିନ୍ତୁ ଏହି ସଡ଼କ ଗୁଡ଼ିକ ଏତେ ବିପଦପୂର୍ଣ୍ଣ ଯେ, ଏଠି ବାଟ ଚାଲିବା ମୁସକିଲ ହୋଇଯାଏ। ଟିକିଏ ଅସାବଧାନତାଃ ହେଲେ  ନିମିଷକେ ମଧ୍ୟରେ ଚାଲିଯାଏ ଜୀବନ। ତେଣୁ ଏସବୁ ସ୍ଥାନ ଗୁଡ଼ିକ ଯମର ରାସ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ। ସୂଚନାମୁତାବକ  ପ୍ରତି ବର୍ଷ ଦେଶରେ ୧.୩ ନିୟୁତ ଲୋକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥାଏ। ହେଲେ ସାରା ଦେଶରେ ଅନେକ ଏପରି ସଡ଼କ ରହିଛି ଯାହାକୁ ମୃତ୍ୟୁର ଯନ୍ତା କହିଲେ ଚଳେ। ଯେଉଁଠି ଟିକିଏ ଅସାବଧାନତାଃ ହୋଇ ଗାଡ଼ି ଚଳାଇଲେ ଜୀବନ ଯାଇପାରେ। ଏସବୁ ସଡ଼କରେ ଧର୍ଯ୍ୟର ସହିତ ଗାଡ଼ି ଚଳାଇବାକୁ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ସବୁ ସଡ଼କରେ ଗାଡ଼ି ଚଳାଇବା ଅତ୍ୟନ୍ତ ବିପଦପୂର୍ଣ୍ଣ।

୧.ଜଲାଲାବାଦ-କାବୁଲ,ଆଫଗାନିସ୍ତାନ: କାବୁଲ୍‌ରୁ ଜଲାଲାବାଦ ଯାଉଥିବା ହାଇୱେର ଲମ୍ବ ୧୪୩ କିଲୋମିଟର। ଏହି ହାଇୱେ କାବୁଲ୍‌କୁ ଜଲାଲାବାଦ ସହିତ ସଂଯୋଗ କରିଥାଏ। ଏହି ସଡ଼କ ଅଣଓସାରିଆ ହେବା ସହିତ ଏଥିରେ ଅନେକ ମୋଡ଼ ରହିଛି। ଜଲାଲାବାଦ ଯାଉଥିବା ଯାତ୍ରୀଙ୍କ ପାଇଁ ଏହା ଗୋଟିଏ ମାତ୍ର ସଡ଼କ ହୋଇଥିବାରୁ ଓଭର୍‌ଟେକ୍‌ କରିବା ସମୟରେ ଅନେକ ଦୁର୍ଘଟଣା ହୋଇଥାଏ।

୨.କାରାକୋରମ୍‌-ପାକିସ୍ତାନ: କାରାକୋରମ୍‌ ହାଇୱେ ଚୀନ ଏବଂ ପାକିସ୍ତାନକୁ ସଂଯୋଗ କରିଥାଏ। ପାହାଡ଼କୁ କାଟି ତିଆରି କରାଯାଇଥିବା ଏହି ସଡ଼କର ଲମ୍ବ ୪୬୯୩ମିଟର। ଅଧିକ ବର୍ଷା ଲାଗିରହିଲେ ଭୂସ୍ଖଳନ ସହିତ ଏହି ସଡ଼କରେ ବନ୍ୟା ହେବାର ଆଶଙ୍କା ଥାଏ। ଏହି ରାସ୍ତାରେ ଗାତ ସୃଷ୍ଟି ହେବା ଯୋଗୁଁ ବର୍ଷା ପାଣି ରାସ୍ତାରେ ଜମି ରହିଥାଏ। ଯାହା ଯୋଗୁଁ ଯାତ୍ରୀଙ୍କୁ ଗାଡ଼ି ଚଳାଇବାରେ ଅସୁବିଧା ହୋଇଥାଏ। ଏହି ହାଇୱେକୁ ‘ଫ୍ରେଣ୍ଡସିପ୍‌ ହାଇୱେ’ର ନାମ ଦିଆଯାଇଥିଲା। ଏହି ସଡ଼କକୁ ତିଆରି ହେବା ସମୟରେ ପାଖାପାଖି ୮୧୦ ପାକିସ୍ତାନୀ ଏବଂ ୪୨ ଚୀନ ବ୍ୟବସାୟୀ ନିଜର ଜୀବନ ହାରିଥିଲେ।

୩.ହାଇୱେ ଅଫ୍‌ ଡେଥ୍, ଇରାକ-ୟୁନ୍‌: ଇରାକ୍‌ର ଅନେକ ସଡ଼କ ବିପଦପୂର୍ଣ୍ଣ। କିନ୍ତୁ ଏହି ଦେଶର କୁବେତ୍‌ରୁ ବସରା ଯାଉଥିବା ହାଇୱେରେ ହୋଇଥିବା ଅନେକ ଘଟଣା ଇତିହାସରେ ଲିପିବଦ୍ଧ ହୋଇ ରହିଛି। ୧୯୯୧ରେ ହୋଇଥିବା ପ୍ରଥମ ଗଲ୍ଫ ଯୁଦ୍ଧରେ ଆମେରିକା ଏୟାରକ୍ରାପ୍ଟ ଇରାକ୍‌ର ଟ୍ୟାଙ୍କ୍‌ ଏବଂ ଟ୍ରକ୍‌ରେ ନିଆଁ ଲଗାଇ ଦେଇଥିଲେ। ଯାହା ଫଳରେ ୨୭୦୦ ଗାଡି ଜଳି ଭସ୍ମ ହୋଇ ଯାଇଥିଲା। ସେହି ଘଟଣାରେ ମୃତକଙ୍କ ପରିଚୟ ଆଜି ବି ପରିଚୟ ମିଳି ପାରିନାହିଁ।

୪. ୱିଡୋ ମେକର୍‌, ୟୁକେ: ସୁନ୍ଦର ଦୃଶ୍ୟରେ ପରିପୂର୍ଣ୍ଣ ଏହି ସଡ଼କକୁ ୟୁକେର ସବୁଠୁ ବିପଦପୂର୍ଣ୍ଣ ସଡ଼କ ବୋଲି ଦାବି କରାଯାଏ। ୨୦୧୦ରେ ‘ରୋଡ ଫାଉଣ୍ଡେସନ୍‌’ ଏହି ସଡ଼କକୁ ‘ୱିଡୋ ମେକର’ ବୋଲି ନାମ ଦେଇଥିଲେ। ୨୦୦୬ରୁ ୨୦୦୮ ମଧ୍ୟରେ ଏହି ସଡ଼କରେ ୩୪ଟି ଭୟଙ୍କର ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ତାଲିକାରେ ମୋଟର୍‌ସାଇକେଲ୍‌ ସଂଖ୍ୟା ଅଧିକ ଥିଲା।

୫.ଦ ରୋଡ୍‌ ଅଫ୍‌ ଡେଥ୍, ବୋଲିଭିୟା: ଏହି ରାସ୍ତା ଅଧିକ ଗଡ଼ାଣିଆରେ ପରିପୂର୍ଣ୍ଣ । ଯେଉଁଥିପାଇଁ ଗାଡି ଚଲାଇବା କଷ୍ଟକର ହୋଇଥାଏ। ବର୍ଷସାରା ଏହି ରୋଡ୍‌ରେ ଦୁର୍ଘଟଣା ଯୋଗୁଁ ୨୦୦ରୁ ୩୦୦ ଲୋକଙ୍କର ମୃତ୍ୟୁ ହୋଇଥାଏ। ଟ୍ରକ୍‌ଗୁଡ଼ିକ ଓଭର୍‌ଲୋଡ୍‌ କାରଣରୁ ଏହି ରାସ୍ତାରେ ସ୍ଲିପ୍‌ ହୋଇ ଦୁର୍ଘଟଣା ହୋଇଥାଏ।

୬.ଜୋଜିଲା ପାସ, ଭାରତ: ଭାରତର ଏହି ରାସ୍ତାକୁ ଦୁନିଆର ସବୁଠୁ ଭୟଙ୍କର ରାସ୍ତା ବୋଲି କୁହାଯାଏ। ଏହି ରାସ୍ତା ପାହାଡ଼ ଉପରେ ତିଆରି କରାଯାଇଛି ଏବଂ କାଶ୍ମୀରରୁ ଲଦାଖ ଯିବା ସମୟରେ ଏହି ରାସ୍ତା ପଡ଼ିଥାଏ। ପବନ ହେଲେ ଏହି ରାସ୍ତାରେ  ଧୂଳିଝଡ଼ ସହିତ ବରଫପାତ ମଧ୍ୟ ହୋଇଥାଏ। ଏହି ଝଡ଼ କମିଲେ ଉକ୍ତ ରାସ୍ତାରେ ଲୋକ ଯିବା ଆସିବା କରିଥାନ୍ତି । କାରଣ ଏହି ରାସ୍ତା ହିଁ ଲଦାଖରେ ରହୁଥିବା ଲୋକଙ୍କୁ ବାକି ଜାଗା ସହିତ ଯୋଡ଼ିଥାଏ। ୩୫୨୮ଉଚ୍ଚତା ବିଶିଷ୍ଟ ଏହି ରାସ୍ତାର ଲମ୍ବ ପାଖାପାଖି ୯ କିଲୋମିଟର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story