ଭୁଲି ଗଲେ ‘ଚୋର’ ପ୍ରସଙ୍ଗ: ନବୀନ ନିବାସରେ ଦେବୀ-ତଥାଗତ କୋଳାକୋଳି

bjd

Rakesh Mallick
  • Published: Sunday, 18 June 2017
  • , Updated: 18 June 2017, 02:49 PM IST

[vc_row][vc_column][vc_video link="https://www.youtube.com/watch?v=HgDv_0fKZqs"][vc_column_text]ଭୁବନେଶ୍ୱର: କୁହାଯାଏ ରାଜନୀତି କେହି ଚିରଶତ୍ରୁ ନଥାଆନ୍ତି। ତାହା ଆଜି ପୁଣି ଥରେ ପ୍ରମାଣିତ ହୋଇଛି। ଏହାକୁ ପ୍ରମାଣିତ କରିଛନ୍ତି ବିଜେଡି ସାଂସଦ ତଥାଗତ ସତପଥୀ ଓ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର।

କିଛି ଦିନ ତଳେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ଝାଡ଼ବନ୍ଧରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ତଥାଗତ ସିଧାସଳଖ ଭାବେ ଦେବୀ ପ୍ରସାଦ ମିଶ୍ରଙ୍କୁ ସମାଲୋଚନା କରିବା ସହିତ ତାଙ୍କୁ ଚୋର ବୋଲି କହିଥିଲେ। ଏହାକୁ ନେଇ ଦେବୀ ମିଶ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ଦଳୀୟ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ଏଭଳି ମନ୍ତବ୍ୟ ନେଇ ଦଳ ଭିତରେ ସମାଲୋଚିତ ହେବା ପରେ ତଥାଗତ ମଧ୍ୟ ଟ୍ୱିଟ୍ କରି କ୍ଷମା ମାଗିଥିଲେ। ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଏ ଦୁଇ ନେତାଙ୍କ ମଧ୍ୟରେ ହୋଇଛି କମ୍ପ୍ରମାଇଜ୍।

ଆଜି ଉଭୟ ତଥାଗତ ଓ ଦେବୀ ମିଶ୍ର ଗୋଟିଏ ଗାଡ଼ିରେ ନବୀନ ନିବାସକୁ ଆସିଥିଲେ। ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ସେତେବେଳେ ସେଠାରେ ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟସଭା ସାଂସଦ ତଥା ଦଳୀୟ ମୁଖପାତ୍ର ପ୍ରତାପ ଦେବ ଉପସ୍ଥିତ ଥିଲେ।

ନବୀନ ପଟ୍ଟନାୟକଙ୍କ ସମ୍ମୁଖରେ ପୁନର୍ମିଳନ ପରେ ତଥାଗତ କହିଥିଲେ,“ମୋ ପାଟିରୁ ସ୍ଲିପ୍ କରି ଯାଇଥିଲା। ମୁଁ ତାଙ୍କ (ଦେବୀ ମିଶ୍ର) ସମ୍ମୁଖରେ ଦୁଃଖ ପ୍ରକାଶ କଲି। ଆମେ ଦୁଇ ଜଣ ବନ୍ଧୁ। ଆମ ଭିତରେ ସେପରି କିଛି ନାହିଁ।”

ସେହିଭଳି ଦେବୀ ମିଶ୍ର କହିଥିଲେ,“ତଥାଗତ ମୋର ଅନ୍ତରଙ୍ଗ ବନ୍ଧୁ। ପବ୍ଲିକ୍ ଡୋମେନ୍ସରେ ସେ ମଧ୍ୟ ସବୁ କହି ସାରିଛନ୍ତି।”

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ମୁଖ୍ୟମନ୍ତ୍ରୀଙ୍କୁ ତଥାଗତ ସତପଥୀ ଓ ଦେବୀ ପ୍ରସାଦ ମିଶ୍ର ସାକ୍ଷାତ ଘଟଣାକୁ କମ୍ପ୍ରମାଇଜ୍ ଫର୍ମୁଲା କୁହାଯାଇପାରିବ ନାହିଁ। ଦଳ ଗୋଟିଏ ପରିବାର ଭଳି। କାହାର ବୟାନରେ ଯଦି କାହାକୁ ଆଘାତ ଲାଗିଥାଏ ଦଳ ଭିତରେ ତା’ର ସମାଧାନ ହୋଇଥାଏ।”

କ’ଣ କହିଥିଲେ ତଥାଗତ   

କଂଗ୍ରେସିଆ ଚୋର। ତାଙ୍କ ସହିତ ପ୍ରତିଯୋଗିତା କରି ଭାଜପାବାଲା ଆହୁରି ଚୋର। ଆମେ ମଧ୍ୟ କିଛି କମ୍ ନାହୁଁ। ଆମେ ସେମାନଙ୍କ ସହିତ ବାଦ ଲଗାଇଛୁ। ସେଥିପାଇଁ ନବୀନ ବାବୁ ୪ରୁ ୫ଟା ଚୋରଙ୍କୁ ବାହାର କରିଛନ୍ତି। କିଏ ଜଣେ ଦେବୀ ମିଶ୍ର ଅଛନ୍ତି, ଅନ୍ୟମାନଙ୍କ ବିଷୟରେ କ’ଣ କହିବି?[/vc_column_text][/vc_column][/vc_row]

Related story