ଦେଢ଼ ବର୍ଷରେ ଓଡ଼ିଶାର ସବୁ ଗାଁକୁ ହେବ ବିଦ୍ୟୁତ୍ ସଂଯୋଗ: କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ

ଭୁବନେଶ୍ୱର: ଦେଶର ସବୁ ଗାଁକୁ ବିଜୁଳି ପହଞ୍ଚୁ, ପ୍ରତ୍ୟେକ ଚାଷ ଜମିରେ ବିଜୁଳିର ବ୍ୟବହାର ହେଉ। ଏହି ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଯେଉଁ ଯୋଜନା ଚଳାଇଛନ୍ତି ଓଡ଼ିଶାକୁ ତା’ର ଶୀଘ୍ର ସୁଫଳ ମିଳିବ ବୋଲି କହିଛନ୍ତି କେନ୍ଦ୍ର ଶକ୍ତି ମନ୍ତ୍ରୀ ପିୟୁଷ ଗୋଏଲ। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସେ ଏହି କଥା କହିଥିଲେ। ମନ୍ତ୍ରୀ ଗୋୟଲ କହିଥିଲା, ଓଡ଼ିଶାରେ ଏବେ ବି ୫୦ ଲକ୍ଷ ପରିବାର ବିଦ୍ୟୁତ୍ ସେବାରୁ […]

piyushpress

piyushpress

Rakesh Mallick
  • Published: Friday, 04 September 2015
  • Updated: 04 September 2015, 07:15 AM IST

Sports

Latest News

[caption id="attachment_29494" align="alignleft" width="300"]piyushpress ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜେପି ସଭାପତି କନକ ବର୍ଦ୍ଧନ ସିଂହଦେଓ[/caption]

ଭୁବନେଶ୍ୱର: ଦେଶର ସବୁ ଗାଁକୁ ବିଜୁଳି ପହଞ୍ଚୁ, ପ୍ରତ୍ୟେକ ଚାଷ ଜମିରେ ବିଜୁଳିର ବ୍ୟବହାର ହେଉ। ଏହି ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଯେଉଁ ଯୋଜନା ଚଳାଇଛନ୍ତି ଓଡ଼ିଶାକୁ ତା’ର ଶୀଘ୍ର ସୁଫଳ ମିଳିବ ବୋଲି କହିଛନ୍ତି କେନ୍ଦ୍ର ଶକ୍ତି ମନ୍ତ୍ରୀ ପିୟୁଷ ଗୋଏଲ। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସେ ଏହି କଥା କହିଥିଲେ।

ମନ୍ତ୍ରୀ ଗୋୟଲ କହିଥିଲା, ଓଡ଼ିଶାରେ ଏବେ ବି ୫୦ ଲକ୍ଷ ପରିବାର ବିଦ୍ୟୁତ୍ ସେବାରୁ ବଞ୍ଚିତ ଅଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ରାଜ୍ୟରେ ଆଗାମୀ ଦେଢ଼ ବର୍ଷ ମଧ୍ୟରେ ସମସ୍ତ ଗାଁକୁ ବିଜୁଳି ସଂଯୋଗ କରାଯିବ।

ସେ ଆହୁରି ମଧ୍ୟ କହିଥିଲେ ଯେ କୋଇଲା କ୍ଷେତ୍ରରୁ ଇ-ନିଲାମୀ ମାଧ୍ୟମରେ ଆଗାମୀ ଦିନରେ ଓଡ଼ିଶାକୁ ୪୫ ହଜାର କୋଟି ଟଙ୍କ। ମିଳିବ। ଏହି ଅର୍ଥକୁ ରାଜ୍ୟ ସରକାର ଓଡ଼ିଶାର ବିକାଶ ପାଇଁ ବ୍ୟବହାର କରିପାରିବେ। ଏଥିସହ ପୂର୍ବ ଭାରତର ବିକାଶ ପାଇଁ ମୋଦି ସରକାର ଯେଉଁ କାର୍ଯ୍ୟକ୍ରମ ଚଳାଇଛନ୍ତି ଓଡ଼ିଶାକୁ ସେ କ୍ଷେତ୍ରରେ ସବୁ ପ୍ରକାର ସହଯୋଗ କରାଯିବ।

ଓଡ଼ିଶାରେ ଆଗାମୀ ଦିନରେ ୮ଟି ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବା ସେ କହିଛନ୍ତି। ଏଥିରୁ ତିନିଟିର ମେଡକାଲ ରହିଛି। କେବଳ କଲେଜ ପାଇଁ ସଂପ୍ରସାରଣ କରାଯିବ। ଏଗୁଡ଼ିକ ମଧ୍ୟରେ ଅଛି ଏମସିଏଲ, ଏନଟିପିସି ଓ ରାଉଲକେଲା ସ୍ଥିତ ସେଲ୍। ଏହା ବାଦ୍ ଆଉ ୫ଟି ମେଡିକାଲ୍ କଲେଜ ପ୍ରତିଷ୍ଠା କରାଯିବ।

ତାଳଚେରରେ କୋଇଲା ପରିବହନକୁ ଆହୁରି ଉନ୍ନତ କରିବା ପାଇଁ ଏକ ରେଳ ନେଟୱର୍କ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି। ଏଥିରେ ରାଜ୍ୟ ସରକାରଙ୍କର ମଧ୍ୟ ଭାଗିଦାରୀ ରହିବ।

ସେହିପରି ଓଡ଼ିଶାରେ ଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏମସିଏଲ୍ ଓ ଏନଟିପିସିରେ ଥିବା ଡାକ୍ତରଖାନା ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos