ଦିଲ୍ଲୀରେ ସଫଳତା ବଖାଣିଲେ ଜୁଏଲ ଓ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ୨୦୧୨ ପଞ୍ଚାୟତ ନିର୍ବାଚନରେ ଓଡ଼ିଶାରେ ବିଜେପି ୩୬ଟି ଜିଲ୍ଲା ପରିଷଦ ଆସନ ଜିତିଥିଲା। ଚଳିତ ପଞ୍ଚାୟତ ନିର୍ବାଚନରେ ଦଳ ୩୬୦ଟି ଜିଲ୍ଲା ପରିଷଦ ଆସନ ହାତେଇଛି। ଅର୍ଥାତ ଦଳ ୧୦ ଗୁଣା ଅଧିକ ଆସନ ଜିତିଛି। ଆସନ୍ତାକାଲି ରାଜ୍ୟ ନିର୍ବାଚନ କମିଶନ ଆନୁଷ୍ଠାନିକ ଭାବେ ଜିଲ୍ଲା ପରିଷଦ ନିର୍ବାଚନର ଫଳାଫଳ ଘୋଷଣା କରିବାକୁ ଥିବା ବେଳେ ଆଜି ନୂଆଦିଲ୍ଲୀରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ଦୁଇ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ […]

dharmendraandjiuel

dharmendraandjiuel

Rakesh Mallick
  • Published: Friday, 24 February 2017
  • Updated: 24 February 2017, 05:50 PM IST

Sports

Latest News

ନୂଆଦିଲ୍ଲୀ: ୨୦୧୨ ପଞ୍ଚାୟତ ନିର୍ବାଚନରେ ଓଡ଼ିଶାରେ ବିଜେପି ୩୬ଟି ଜିଲ୍ଲା ପରିଷଦ ଆସନ ଜିତିଥିଲା। ଚଳିତ ପଞ୍ଚାୟତ ନିର୍ବାଚନରେ ଦଳ ୩୬୦ଟି ଜିଲ୍ଲା ପରିଷଦ ଆସନ ହାତେଇଛି। ଅର୍ଥାତ ଦଳ ୧୦ ଗୁଣା ଅଧିକ ଆସନ ଜିତିଛି। ଆସନ୍ତାକାଲି ରାଜ୍ୟ ନିର୍ବାଚନ କମିଶନ ଆନୁଷ୍ଠାନିକ ଭାବେ ଜିଲ୍ଲା ପରିଷଦ ନିର୍ବାଚନର ଫଳାଫଳ ଘୋଷଣା କରିବାକୁ ଥିବା ବେଳେ ଆଜି ନୂଆଦିଲ୍ଲୀରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ଦୁଇ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ଦଳର ସଫଳତା ବିଷୟରେ ବଖାଣି ଏହି ସୂଚନା ଦେଇଛନ୍ତି।

ଧର୍ମେନ୍ଦ୍ର କହିଥିଲେ,“ଜିଲ୍ଲା ପରିଷଦ ନିର୍ବାଚନ ଫଳାଫଳ ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ। ତେବେ ଗଣମାଧ୍ୟମରେ ଅସମର୍ଥିତ ସୂତ୍ରରୁ ପ୍ରକାଶିତ ଖବର ଅନୁଯାୟୀ ଓଡ଼ିଶାର ମୋଟ ୮୫୪ଟି ଜିଲ୍ଲା ପରିଷଦ ଆସନରୁ ୩୬୦ଟିରେ ବିଜୟୀ ହୋଇଛି। ୮୫୪ଟିରୁ ୮୫୨ଟିରେ ନିର୍ବାଚନ ହୋଇଛି। ଗତ ପଞ୍ଚାୟତ ନିର୍ବାଚନରେ ୬୫୧ଟି ଜିଲ୍ଲା ପରିଷଦ ଆସନ ହାତେଇଥିବା ବିଜେଡି ଏଥର ୪୫୯ଟି ଆସନରେ ବିଜୟୀ ହୋଇଛି। ଅର୍ଥାତ ଏଥର ଦଳ ପାଖାପାଖି ୨୦୦ ଆସନରେ ହାରି ଯାଇଛି। ଆନୁଷ୍ଠାନିକ ଭାବେ ଫଳାଫଳ ଆସିଲେ ଏଥିରେ ଦୁଇ ତିନୋଟି ଆସନ ଏପଟସେପଟ ହୋଇପାରେ। ସେମିତି କଂଗ୍ରେସ ଗତ ଥର ୧୨୬ଟି ଆସନରେ ଜିତି ଥିଲା। ଦଳ ଏଥର ୬୭ଟି ଆସନରେ ଜିତିଛି। ଅର୍ଥାତ ପ୍ରାୟ ୬୦ଟି ଆସନ ଦଳ ହାତରୁ ଖସି ଯାଇଛି।”

ଦଳର ସଫଳତା ସଂପର୍କରେ ବଖାଣି ସେ କହିଥିଲେ,“ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳ ମଧ୍ୟରେ ବିଜେପିର ପ୍ରଭାବ ସୀମିତ ଥିଲା। ରାଜ୍ୟରେ ଆମେ ତୃତୀୟ ଦଳ ଭାବେ ପରିଗଣିତ ହେଉଥିଲୁ।  କିନ୍ତୁ ଚଳିତ ପଞ୍ଚାୟତ ନିର୍ବାଚନରେ ସେଥିରେ ପରିବର୍ତ୍ତନ ଆସିଛି। ରାଜ୍ୟର ୩୦ଟି ଜିଲ୍ଲାରୁ ୨୯ଟିରେ ଦଳ ତାର ସଶକ୍ତ ସ୍ଥିତି ଜାହିର କରିଛି। ୩୦ଟି ଜିଲ୍ଲା ପରିଷଦରୁ ବିଜେପି ୮ଟିରେ ପୂର୍ଣ୍ଣ ବହୁମତ ସହିତ ଜିଲ୍ଲା ପରିଷଦ ଗଠନ କରିବାକୁ ଯାଉଛି। ଗତ ଥର ୨୮ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିଥିବା ବିଜେଡି ଏଥର ୧୬ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିବ। କଂଗ୍ରେସ ଗତ ଥର ଦୁଇଟି ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିଥିବା ବେଳେ ଏଥିର ମାତ୍ର ଗୋଟିଏ ଜିଲ୍ଲାରେ ପରିଷଦ ଗଠନ କରିବ। ବାକି ୫ଟି ଜିଲ୍ଲାରେ କୌଣସି ଦଳ ବହୁମତ ପାଇନାହାନ୍ତି। ତେବେ ସେ ସମସ୍ତ ଜିଲ୍ଲାରେ ବିଜେପି ପରିଷଦ ଗଠନ କରିବାକୁ ଉଦ୍ୟମ କରିବ।”

ଧର୍ମେନ୍ଦ୍ର କହିଥିଲେ,“କେବିକେ ଅଞ୍ଚଳର ୧୮୭ଟି ଜିଲ୍ଲା ପରିଷଦ ଆସନ(ବଲାଙ୍ଗିରର ୩୪, କଳାହାଣ୍ଡିର ୩୬, ନୂଆପଡ଼ାର ୧୪, ସୋନପୁରର ୧୩, କୋରାପୁଟର ୨୯, ମାଲକାନଗିରିର ୧୩, ନବରଙ୍ଗପୁରର ୨୬ ଓ ରାୟଗଡ଼ାର ୨୨ଟି)ରୁ ବିଜେପି ୯୧ଟିରେ ବିଜୟୀ ହୋଇଛି। ଅର୍ଥାତ ଅଧା ସିଟ୍ ବିଜେପି ଜିତିଛି। ବିଜେଡି ୬୧ଟି ଆସନ ଜିତି ଥିବା ବେଳେ କଂଗ୍ରେସ ମାତ୍ର ୩୫ଟି ସିଟ୍ ପାଇଛି। ଏକଦା ଏ ଅଞ୍ଚଳ କଂଗ୍ରେସର ଗଡ଼ ଥିଲା।”

ସେ କହିଥିଲେ,“ବରଗଡ଼, କଳାହାଣ୍ଡି, ସମ୍ବଲପୁର, ଦେବଗଡ଼, ମୟୂରଭଞ୍ଜ, ବଲାଙ୍ଗିର, ମାଲକାନଗିରି ଓ ସୁବର୍ଣ୍ଣପୁରରେ ବିଜେପି ଜିଲ୍ଲା ପରିଷଦ ଗଠନ କରିବ। କଳାହାଣ୍ଡିରେ ୩୬ଟି ଜିଲ୍ଲା ପରିଷଦ ଆସନରୁ ଦଳ ୩୪ଟିରେ ବିଜୟୀ ହୋଇଛି। ବରଗଡ଼ରେ ୩୪ଟି ଆସନରୁ ୨୪ଟି ଦଳ ହାତେଇଛି। ମୟୂରଭଞ୍ଜରେ ୫୬ଟିରୁ ୪୯ଟି ଆସନରେ ଦଳ ବିଜୟୀ ହୋଇଥିବା ବେଳେ ବଲାଙ୍ଗିରରେ ୩୪ଟିରୁ ୨୪ଟି ଜିଲ୍ଲା ପରିଷଦ ଆସନ ଆମ ପ୍ରାର୍ଥୀ ଜିତିଛନ୍ତି। ମାଓ ପ୍ରବଣ ମାଲକାନଗିରିରେ ଦଳ ୧୩ଟି ଜିଲ୍ଲା ପରିଷଦ ଆସନରୁ ୧୦ଟି ଜିତିଛି।”

ଏହି ଅବସରରେ ଧର୍ମେନ୍ଦ୍ର କଂଗ୍ରେସକୁ ମଧ୍ୟ ଟାର୍ଗେଟ୍ କରିଥିଲେ। ସେ କହିଥିଲେ,“ଓଡ଼ିଶାରେ କଂଗ୍ରେସ ସଫା ହେବାକୁ ଯାଉଛି। କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଯେଉଁଠାକୁ ଯାଇଥିଲେ ସେଠାରେ କଂଗ୍ରେସ ସଫା ହୋଇଯାଇଛି। କଳାହାଣ୍ଡିରେ ଦଳ ପୂରା ସଫା ହୋଇଯାଇଛି। ୨୦୦୮ରେ ରାହୁଲ ସେଠାକୁ ଯାଇ ନିଜକୁ ଆଦିବାସୀଙ୍କ ସିପାହୀ ବୋଲି କହିଥିଲେ। ୨୦୧୫ରେ ସେ ବରଗଡ଼ ଯାଇ କୃଷକମାନଙ୍କ ମସିହା ସାଜିବାକୁ ଚେଷ୍ଟା କରିଥିଲେ। ସେଠାରେ ବି ଦଳକୁ ଦୁର୍ଗତି ସହିବାକୁ ପଡ଼ିଛି। ୩୦ଟି ଜିଲ୍ଲାରୁ ୧୪ଟିରେ ଦଳ ଖାତା ଖୋଲି ପାରିନି। ପୂର୍ବରୁ ଦଳ କେବେ ବି ଏମିତି ସ୍ଥିତିର ସମ୍ମୁଖୀନ ହୋଇନଥିଲା।”

ଓଡ଼ିଶା ପଞ୍ଚାୟତ ନିର୍ବାଚନରେ ଦଳର ସଫଳତାର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଛନ୍ତି ଧର୍ମେନ୍ଦ୍ର ଓ ଜୁଏଲ। ଧର୍ମେନ୍ଦ୍ର କହିଥିଲେ,“ଏ ସଫଳତାର ଶ୍ରେୟ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନମଙ୍ଗଳକାରୀ ସରକାରଙ୍କୁ ଯାଉଛି। ଓଡ଼ିଶାର ଲୋକେ କେନ୍ଦ୍ର ସରକାରଙ୍କ ନୀତିକୁ ସ୍ୱୀକୃତି ଦେଇଛନ୍ତି।”

କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କହିଥିଲେ,“ଟଙ୍କିକିଆ ଚାଉଳ ନେଇ ରାଜ୍ୟ ସରକାର ଲୋକଙ୍କୁ ବାରମ୍ବାର ଠକି ଆସୁଥିଲେ। ଆମେ ଏଥର ଏହାକୁ କାଉଣ୍ଟର କରିବାକୁ ସକ୍ଷମ ହେଲୁ। ପ୍ରକୃତରେ ଚାଉଳ କେଜି ପ୍ରତି ହିତାଧିକାରୀ ଏକ ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ଦୁଇ ଟଙ୍କା ଓ କେନ୍ଦ୍ର ସରକାର ୨୭ ଟଙ୍କା ଦେଉଛନ୍ତି ବୋଲି ବୁଝାଇବାକୁ ଆମେ ସକ୍ଷମ ହେଲୁ। ତେଣୁ ଗରିବ ଲୋକେ ଆମ ପ୍ରତି ଆକର୍ଷତ ହେଲେ। ଏହା ବ୍ୟତୀତ କେନ୍ଦ୍ରର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବି ଭୋଟରଙ୍କୁ ଆକୃଷ୍ଟ କରିଥିଲା।”

ଏହି ସାମ୍ବାଦିକ ସମ୍ମଳନୀରେ ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂହ ମଧ୍ୟ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story